ସତ କହୁଥିଲେ ଏହି ବାବା , ସେ ନୁହଁନ୍ତି ପାଗଳ

ଦୁନିଆଁରେ ଅନେକ ବାବା ରହିଛନ୍ତି , ଯାହାଙ୍କୁ ଆମେ ଭଣ୍ଡ ବାବା ବୋଲି କହିଥାନ୍ତି । କାହା ଉପରେ ମଧ୍ୟ ଆମର ବିଶ୍ୱାସ ନଥାଏ । କେହି କେହି ମିଛ କୁହନ୍ତି ତ ଆଉ କିଏ ପାଗଳ ଅଟନ୍ତି ବୋଲି ଆମେ କହିଥାନ୍ତି । ତେବେ ଏହାବ୍ୟତୀତ ଅନେକ ଲୋକ ମଧ୍ୟ ଅଛନ୍ତି , ଯେଉଁମାନଙ୍କ ଉପରେ ସେମାନେ ବହୁତ ବିଶ୍ୱାସ କରିଥାନ୍ତି । ଆଉ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁକିଛି କାର୍ଯ୍ୟ କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବାବାଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କର କଥାକୁ କେହି ବି ବିଶ୍ୱାସ କରୁନଥିଲେ ଆଉ ତାଙ୍କୁ ଭଣ୍ଡ ଏବଂ ପାଗଳ ବାବା ବୋଲି କହୁଥିଲେ । ତେବେ ସେହି ବାବା ଜଣକ ହେଉଛନ୍ତି ନାରାୟଣ ପ୍ରସାଦ ବାବା । ଯିଏକି ଖଣ୍ଡଗିରି ଗୁମ୍ଫାରେ ବସବାସ କରନ୍ତି । ପ୍ରାୟତଃ ୩୦ ବର୍ଷ ହେବ ସେ ଖଣ୍ଡଗିରିର ଲଲାଟ କେଶରୀ ଗୁମ୍ଫାରେ ରହୁଛନ୍ତି । ତାଙ୍କୁ ପ୍ରାୟତଃ ୯୦ ବର୍ଷ ହୋଇଗଲାଣି ।  ତେବେ ଏହାବ୍ୟତୀତ ସେ ବସିଥିବା ସ୍ଥାନରେ ‘ଅ’ ଲେଖିଛନ୍ତି , ଯାହା ଦେବନାଗରୀ ଶବ୍ଦ ଅଟେ । ଆଉ ଏହି ଅକ୍ଷର ପାଖରେ ପାଞ୍ଚଟି ମାତ୍ରା ଦିଆଯାଇଛି , ଆଉ ଏହା ମସ୍ତିଷ୍କର ଲେଖା ବୋଲି ବାବା କହିଥାନ୍ତି ।

ତେବେ ଏହାର ଅର୍ଥ ବିଷୟରେ କହିବାକୁ ଗଲେ , ମୁଖସ୍ଥ , ସାଗରର୍ଣ , ଇ କାର , ଏ କାରରେ ଲେଖାଯାଇଅଛି । ବାବାଙ୍କ କହିବା ଅନୁଯାୟୀ , ସାହିତ୍ୟ ଓଡ଼ିଆ ଦେବନାଗରୀରେ ସବୁ ଦେବତା ଅଛନ୍ତି । ଆଉ ଏହି ଅକ୍ଷର ସବୁକୁ ଜଡିତ କରାଗଲେ ଭଗବାନ ବିଷ୍ଣୁ , ମହାଦେବ , ଲକ୍ଷ୍ମୀ , ନାରାୟଣ , ଚନ୍ଦ୍ର , ସୂର୍ଯ୍ୟ , ଜଳ ଏବଂ ସ୍ଥଳ ଆଦିକୁ ଦେଖିପାରିବା । ଏହାବ୍ୟତୀତ ଏହି ଅ ଅକ୍ଷରରେ ଓଡ଼ିଆ ପୁତ୍ର ଅସ୍ତ୍ର ରହିଛି , ପର ଦେଶକୁ ଅସ୍ତ୍ର ଧରିଲେ ତାହାକୁ ହଟାଇ ଦିଆଯାଇପାରିବ।

ଅନ୍ୟପକ୍ଷରେ ଏହି ବାବାଙ୍କର ଜନ୍ମସ୍ଥାନ ଜଗତସିଂହପୁର ଜିଲ୍ଲାର ଅରୁଣା ଗ୍ରାମରେ ବୋଲି କୁହାଯାଏ । ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ତପସ୍ୟା କରିବାର କଥା କୁହାଯାଏ ଏବଂ ଏହାପରେ ସେ ବୌଦ୍ଧ ଧର୍ମକୁ ଆପଣାଇବା ସହ ସବୁ ଧର୍ମର ଦେବାଦେବୀଙ୍କ ବିଷୟରେ ଜ୍ଞାନ ଆହରଣ କରିଥିବା କଥା ମଧ୍ୟ କୁହାଯାଏ । ତେବେ ବାବାଙ୍କର କହିବା ଅନୁଯାୟୀ , ଆଉ ମାତ୍ର ଦୁଇ ମାସ ପରେ ସବୁ ଧ୍ୱଂସ ହୋଇଯିବ । ବର୍ତ୍ତମାନ କରୋନା ମହାମାରୀ ଆସିଅଛି , ଯାହା ସବୁକୁ ଛାରଖାର କରିଦେବ । ଏହାବ୍ୟତୀତ ଆଉ ମାତ୍ର ଦୁଇ ମାସ ପରେ ଆଉ ଏକ ନୂଆ ରୋଗ ଆସୁଛି , ସେ ସାରା ସଂସାରକୁ କବଳିତ କରିନେବ ।

ଏହାବ୍ୟତୀତ ସେ କହିଛନ୍ତି ଯେ , ଲୋକମାନେ ମରିବା ପରେ ସାତ ଦିନ ସାତ ରାତି ଅନ୍ଧାର ରହିବ । ଏହି ମାଳିକା ବଚନ ହିଁ ସତ ହେବ । ଏହା ସହ କାଳବୈଶାଖି ପାଇଁ ଅଧିକ ଖରା ବା ବର୍ଷା ହେଉଛି , ତାହା ଋତୁ ପରିବର୍ତ୍ତନ ପାଇଁ ହେଉଛି । ଏହାବ୍ୟତୀତ ଆପଣ ସମସ୍ତଙ୍କୁ ଜଣାଥିବ ଯେ , ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି । କିନ୍ତୁ ଏହାପରେ ଓଡ଼ିଶାରେ ଏଭଳି କିଛ ଯୁଦ୍ଧ ହେବ ,ଯାହା ବିଷୟରେ କେହି ବି ଜାଣିପାରିବେ ନାହିଁ । ଆଉ ଏହା କାରଣରୁ ସମସ୍ତ ଦେବାଦେବୀଙ୍କର ମିଳନ ହେବ ଆଉ ସେମାନେ ଚକମନ୍ତ୍ର ଭଜନ କରିବା ଫଳରେ ସମସ୍ତେ ମୃତ୍ୟୁବରଣ କରିବେ । ତେବେ ଏ ସବୁ ସୂଚନା ପ୍ରଦାନ କରିଛନ୍ତି ଏହି ବାବା ।

Leave a Reply

Your email address will not be published. Required fields are marked *