ବାହା ହେଇ ପସ୍ତେଇବେ ଲିପ୍ସା ।

ସରିଛି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିବାହ । ନିକଟରେ ଲିପ୍ସା ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ଲିପ୍ସା । ସିରିଏଲ ଜଗତରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଲିପ୍ସା ଏବେ ଝିଅରୁ ବୋହୁ ହୋଇଛନ୍ତି । ହେଲେ ଲିପ୍ସାଙ୍କ ବିବାହରେ ଯୋଗ ଦେଇଥିବା ଦୁଇ କଳାକାର କହିଛନ୍ତି ଲିପ୍ସା ବିବାହ ପରେ ପସ୍ତେଇବେ। ତେବେ କାହିଁକି ଏପରି କହିଲେ ଲିପ୍ସାଙ୍କ ସହ ଅନେକ ମେଗା ଧାରା ବାହିକରେ ନଜର ଆସିଥିବା ଦୁଇ ଅଭିନେତ୍ରୀ ତାହା ଆସନ୍ତୁ ଜାଣିବା ।

ହେଲେ ବନ୍ଧୁଗଣ ଆପଣ ମାନେ ଯେପରି ଜାଣିଥିବେ ଲିପ୍ସା ମିଶ୍ର ଖୁବ ସୁନ୍ଦର ଅଭିନୟ କରନ୍ତି ତାଙ୍କ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରିଛନ୍ତି । ତାଙ୍କ ନିଖୁଣ ଅଭିନୟକୁ ଦେଖିବା ପାଇଁ ସନ୍ଧ୍ୟା ହେଲେ ଘରେ ଘରେ ଟିଭି ଆଗରେ ପଶି ପଡନ୍ତି ଲିପ୍ସାଙ୍କ ପ୍ରଶଂସକ ମାନେ

ତେବେ ବର୍ତ୍ତମାନ ସେହି ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଲିପ୍ସାଙ୍କ ବିବାହ ଜୀବନ ଖୁବ ସୁଖମୟ ହେଉ ବୋଲି ଲିପ୍ସାଙ୍କୁ ଭଲ ପାଉଥିବା ତାଙ୍କ ପ୍ରଶଂସକ ମାନେ ଭଗବାନଙ୍କ ନିକଟରେ ପାର୍ଥନା କରୁଥିବା ବେଳେ ଲିପ୍ସାଙ୍କ ଦୁଇ ବନ୍ଧୁ ଏବଂ ଅଭିନେତ୍ରୀ କହିଛନ୍ତି ଲିପ୍ସାଙ୍କୁ ପସ୍ତେଇବାକୁ ଦିଅ । ବିବାହ ପରେ ଲିପ୍ସା ମିଶ୍ର ନିହାତି ଭାବେ ପସ୍ତାଇବେ । ହେଲେ ଲିପ୍ସା କାହିଁକି ପସ୍ଥାଇବେ କେଉଁଥି ପାଇଁ ଦୁଇ ଅଭିନେତ୍ରୀ ଏପରି କହିଲେ ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି

ତେବେ ସେ ଯାହା ବି କିଛି ହେଉ ଲିପ୍ସା ନିଜ ବିବାହକୁ ନେଇ ବେଶ ଖୁସି ଥିବା ଜଣା ପଡ଼ିଛି । ତାଙ୍କ ସ୍ୱାମୀଙ୍କ ସାଥିରେ ବିବାହ ମଞ୍ଚ ଉପରେ ଡ୍ୟାନ୍ସ କରୁଥିବା ମଧ୍ୟ ନଜରକୁ ଆସିଥିଲେ ଆଉ ଏହାରି ଭିତରେ ଲିପ୍ସାଙ୍କ ବିବାହରେ ଓଡ଼ିଆ ସିନେମା ଜଗତର ଅନେକ ନାମୀ ଦାମୀ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଅନେକ ଦିନ ହେଲାଣି ଲିପ୍ସା ମିଶ୍ରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସମସ୍ତେ କହୁଥିଲେ ଲିପ୍ସା ମିଶ୍ର କେବେ ବିବାହ କରିବେ ଓ କାହାକୁ ବିବାହ କରିବେ ।

ତେବେ ବର୍ତ୍ତମାନ ଲିପ୍ସା ଝିଅରୁ ବୋହୁ ହୋଇଯାଇଥିବା ବେଳେ ଲିପ୍ସାଙ୍କ ସ୍ୱାମୀ ଲିପ୍ସାଙ୍କର ଢ଼େର ସାରା ଯତ୍ନ ନେଉଥିବା ଦେଖିବାକୁ ମିଳିଛି । ଲିପ୍ସାଙ୍କ ସ୍ୱାମୀ ଲିପ୍ସାଙ୍କୁ ଖୁବ ଭଲ ପାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଓ ଏଥିସହିତ ଦୁହେଁ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଅନେକ ସମୟ ଦେଇଥିଲେ । ଦୁହେଁ ଦୁହିଁଙ୍କୁ ବୁଝିବା ପାଇଁ ଦୁହେଁ ଏକାଠି ଅନେକ ଜାଗା ବୁଲା ବୁଲି କରୁଥିବା ଦେଖିବାକୁ ମିଳିଛି । ତେବେ ଗତ କାଲି ଭୁବନେଶ୍ୱରର ଏକ ହୋଟେଲରେ ଦୁହେଁ ଦୁହିଁଙ୍କୁ ଜୀବନ ସାଥି ଭାବେ ବାଛି ନେଉଛନ୍ତି । ଲିପ୍ସାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଲିପ୍ସାଙ୍କ ସ୍ୱାମୀ ଲିପ୍ସାଙ୍କୁ ସ୍ତ୍ରୀ କରିଛନ୍ତି ।

ତେବେ କୁହାଯାଏ ସାଧି କା ଲଡୁ ଜୋ ଖାୟା ପସ୍ଥାୟା ଜୋ ନେହି ଖାୟା ଓ ଭି ପସ୍ଥାଏଗା ତେବେ ଲିପ୍ସାଙ୍କ ବିବାହରେ ଯୋଗ ଦେଇଥିବା ଦୁଇ ଅଭିନେତ୍ରୀ କହିଥିଲେ ଲିପ୍ସା ବିବାହ ପରେ ପସ୍ଥାଇବେ । କାରଣ ବିବାହ ଏକ ସହଜ ପାଠ ନୁହେଁ କାରଣ ବିବାହ ପରେ ଗୋଟେ ପରିବାରର ଦାୟିତ୍ବ ନେବାକୁ ପଡିଥାଏ ତେଣୁ ସେ ଏଭଳି ଏକ କଥା କହିଥିବା କୁହାଯାଇଥିଲା । ତେବେ ବିବାହ ପରେ ଲିପ୍ସା ତାଙ୍କ ଶାଶୁ ଘର ଲୋକଙ୍କୁ ବେଶ ଖୁସିରେ ରଖିବେ ଓ ପସ୍ତାଇବେ ନାହିଁ ବୋଲି ମଧ୍ୟ ହସି ହସି ମଜାକ କରି କହିଥିଲେ ଦୁଇ ଅଭିନେତ୍ରୀ । ବର୍ତ୍ତମାନ ଲିପ୍ସାଙ୍କର ବିବାହ ସାରିଥିବା ବେଳେ ସମସ୍ତେ କହୁଛନ୍ତି ଲିପ୍ସାଙ୍କ ବିବାହ ଜୀବନ ବେଶ ମଙ୍ଗଳ ମୟ ହେଉ ଆଉ ଲିପ୍ସା ବେଶ ଖୁସିରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *