ବାହା ହେବା ପ୍ରତିଶ୍ରୁତି ଦେଇ ପ୍ରଥମେ ଶାରୀ-ରିକ ସ-ମ୍ପ-ର୍କ ଆଉ ତାପରେ ଧୋକା ଦେଲେ ପ୍ରେମିକ: ଏବେ ଆଉ କାହା ହାତ ଧରିବେ : ଦେଖନ୍ତୁ ଭିଡିଓ

ଦୀର୍ଘ ଦିନ ଫୋନରେ କଥାବାର୍ତ୍ତା ଲାଗି ରହିଥିଲା ଆଉ ତାପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ଏହାପରେ ଭଲ ପାଇବାକୁ ଏକ ନୂଆ ନାମ ଦେବା ଆଶାରେ ଜୀବନରେ ଆଗକୁ ବଢି ଚାଲିଥିଲେ । କିନ୍ତୁ ଏପଟେ ପ୍ରେମିକ ଦେଉଥିଲା ଧୋକା । ଏକଥା ଯୁବତୀ ଆଦୌ ଜାଣି ପାରିନଥିଲେ । ପ୍ରେମିକା ଉପରେ ଦୃଢ଼ ବିଶ୍ୱାସ ତାଙ୍କ ପାଇଁ ସାଜି ଥିଲା କାଳ। ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀ-ରିକ ସମ୍ପ-ର୍କ ରଖିଥିଲେ । ଆଉ ଗର୍ଭ-ପାତ ମଧ୍ୟ କରାଇଥିଲେ ।

ପ୍ରେମିକା ଏ କଥାରେ ଆଦୌ ସହମତ ନଥିଲେ ମଧ୍ୟ ତାଙ୍କୁ ବୁଝାଇ ସୁଝାଇ ଗର୍ଭପାତ କରାଇ ଦେଇଥିଲେ । ତେବେ ଏଭଳି ଏକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବକ ଆନ୍ଧ୍ରପ୍ରଦେଶର ଏକ ସୂତା କଳରେ କାମ କରୁଥିଲେ ଆଉ ସେଠାରେ କାମ କରୁଥିଲେ ଫୁଲବାଣୀର ଜଣେ ଯୁବତୀ । ତେବେ ସୂତା କଳରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇ ଥିଲା ଆଉ ଯୁବକଙ୍କ ପ୍ରେମ ଜାଲରେ ଫସି ଯାଇଥିଲେ ଯୁବତୀ ।

କେବଳ ଏତିକି ନୁହେଁ , ଯୁବକ ଜଣକ ଯୁବତୀଙ୍କ ସହ ଥରେ ନୁହେଁ ବରଂ ବାରମ୍ବାର ଶାରୀ-ରିକ ସ-ମ୍ପ-ର୍କ ରଖିଥିଲେ ଆଉ ଶେଷରେ ଯୁବତୀ ଜଣକ ଗର୍ଭ-ବତୀ ହୋଇ ଯାଇଥିଲେ । କିନ୍ତୁ ଏପଟେ ଯୁବକ ତାଙ୍କୁ ବୁଝାଇ ସୁଝାଇ ଗର୍ଭ-ପାତ ମଧ୍ୟ କରି ଦେଇଥିଲେ । ଏହାପରେ ମଧ୍ୟ ଯୁବକଙ୍କ ଉପରୁ ବିଶ୍ୱାସ ଯାଇ ନଥିଲା ଯୁବତୀଙ୍କର । କାରଣ ଯୁବକ ଜଣକ ଏକ ମନ୍ଦିରରେ ଯୁବତୀଙ୍କୁ ବିବାହ କରିଥିଲେ । ଆହୁରି ମଧ୍ୟ କହିଥିଲେ କି ଘରେ ସେ ଏହି କଥା କହିବେ ଏବଂ ଆନୁ-ଷ୍ଠାନିକ ଭାବରେ ବିବାହ ଅନୁଷ୍ଠିତ ହେବ ।

ଏହାବ୍ୟତୀତ ସେ ପୁରୋହିତଙ୍କୁ ଡାକି ଦିନ ଧାର୍ଯ୍ୟ କରି ଦେଇଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ । କିନ୍ତୁ ସବୁ ଥିଲା ମିଛ । ଏପଟେ ଯୁବକ ଆଉ ଜଣେ ଝିଅକୁ ବିବାହ କରିବାକୁ ଯାଉଛନ୍ତି । ଆଉ ଏ ଯୁବତୀଙ୍କୁ ଦେଇଛନ୍ତି ଧୋକା । ବର୍ତ୍ତମାନ ଭୋ ଭୋ ହୋଇ କାନ୍ଦୁଛନ୍ତି ଯୁବତୀ । କଣ କରିବେ ଜାଣି ପାରୁନାହାଁନ୍ତି । ବିବାହ କଥା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି ଆଉ ସେ ବ୍ୟସ୍ତ ହୋଇ ପଡିଛନ୍ତି । ଆଉ ଶେଷରେ କିଛି ବାଟ ନ ପାଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପୋଲିସ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *