ବାହାନଗା ଟ୍ରେନ ଦୁର୍ଘ-ଟଣାର କରାଳ ଚିତ୍ର ଆଜି ବି ଲିଭିନି ମନରୁ, ଅଜବ ପ୍ରକାରର ବ୍ୟବହାର କରୁଛନ୍ତି କିଛି ଆହତ

ଦେଶର ସବୁଠାରୁ ବିଶାଳକାୟ ରେଳ ଦୁର୍ଘ-ଟଣା ଭାବରେ ପରିଗଣିତ ହେଉଛି ବାହାନଗା ରେଳ ଦୁର୍ଘ-ଟଣା । କେବଳ ଭାରତର ନୁହେଁ , ସାରା ବିଶ୍ୱବାସୀଙ୍କ ଛାତି ଥରହର କରି ଦେଇଥିଲା ଏହି ଦୁର୍ଘଟଣା । ଚାରିଆଡ଼େ ଛିନଛତର କରି ରଖିଦେଲା ଏହି ଦୁର୍ଘ-ଟଣା । ନିଜର ଲୋକଙ୍କୁ ଅଲଗା କରିଦେଲା ଆଉ ଚାରିଆଡ଼େ ଛୁଟାଇ ଦେଲା ରକ୍ତର ସୁଅ । ଦେଖୁ ଦେଖୁ ଆଖି ପିଛୁଳାକେ ସବୁ ଶେଷ ହୋଇଗଲା । କିଏ କୁଆଡେ ଯାଇ ପଡିଲେ ଜଣା ପଡ଼ିଲା ନାହିଁ । ରାତିକ ଭିତରେ ସବୁକିଛି ଛାରଖାର କରିଦେଲା ଏହି ଦୁର୍ଘଟଣା ।

ସକାଳ ପାହୁଣୁ କେତେ କେତେ ଶବ ଉଦ୍ଧାର କରାଗଲା , ତାହା ସାରା ବିଶ୍ଵ ଦେଖିଛି ।ଏତେ ଭୟଙ୍କର ଦୁର୍ଘଟଣା ସେଦିନ ଘଟିଗଲା ଯେ , ଆଜି ବି ସେହି ଦିନର କଥା ଭାବି ଦେଲେ ଲୋମ ଶିତେଇ ହୋଇ ଉଠୁଛି । ସେଦିନ ପୋକ ମାଛି ଭଳି ଲୋକ ମରି ଯାଇଥିଲେ ଆଉ ସତରେ ଯେମିତି ଆଖି ପିଛୁଳାକେ କଣ ଘଟିଗଲା , ତାହା କେହି ବିଶ୍ବାସ କରିପାରିଲେ ନାହିଁ । ଶହ ଶହ ଶବର ପାହାଡ ଗୋଟିଏ ଜାଗାରେ ଜମା ହୋଇଗଲା । ତେବେ ଅନ୍ୟ ପକ୍ଷରେ ସରକାରୀ ଆକଳନ ଅନୁଯାୟୀ , ଏହି ଦୁର୍ଘଟଣାରେ ମୃତକ ମାନଙ୍କ ସଂଖ୍ୟା ୨୮୮ ରହିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହୋଇଥିଲେ ।

କୁହାଯାଉଛି କି , ସରକାରୀ ଆକଳନ ଭୁଲ କହୁଛି ଆଉ ୫୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ସେ ଯାହା ବି ହେଉ , ସେଦିନ ଆହତ ହୋଇଥିବା ଅନେକ ଲୋକ ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ବର୍ତ୍ତମାନ ସମୟରେ ସେମାନଙ୍କ ମଧ୍ୟରେ ଅଜବ ଗୁଜବ ବ୍ୟବହାର ଦେଖାଯାଉଛି ବୋଲି ଏସସିବି ମେଡିକାଲର ଡାକ୍ତରୀ ଦଳ କହିବାରେ ଲାଗିଛନ୍ତି ତ ଆଉ କିଏ କାନ୍ଦିବାରେ । ଆଉ କିଏ ପୁଣି ପୁରାପୁରି ଚୁପ୍ ହୋଇ ଯାଉଛି । ତେବେ ଏହାକୁ ଏକ ରୋଗ କୁହାଯାଏ ଆଉ ଯାହାର ନାମ ହେଉଛି ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡର ।

ଏପରି ରୋଗ ଦୁର୍ଘ-ଟଣା ପରେ ହେବା ସ୍ଵାଭାବିକ ବୋଲି ଡ଼ାକ୍ତର କହିଛନ୍ତି । କାହିଁକି ନା ଏହି ଦୁର୍ଘ-ଟଣା କେତେ କେତେ ନିଜର ଲୋକ ମାନଙ୍କୁ ଛଡ଼ାଇ ନେଲା । ଆଉ ଆଖି ଆଗରେ ଏ ସବୁ ଦେଖିବା ପରେ ବାସ୍ ଏହି ରୋଗ ତ ନିଶ୍ଚିତ ହେବ । ତେବେ ବର୍ତ୍ତମାନ ଡାକ୍ତରୀ ଦଳ କହିଛନ୍ତି କି , ଏହି ଆହତ ଲୋକ ମାନଙ୍କ ପରିବାର ଲୋକଙ୍କୁ ଡାକି ତାଙ୍କ ଆଗରେ ରୋଗୀ ମାନଙ୍କୁ କାଉନସେଲିଂ କରାଯିବ । ଯାହା ଫଳରେ ରୋଗୀ ମାନେ ଶୀଘ୍ର ଠିକ୍ ହୋଇପାରିବେ ।

Leave a Reply

Your email address will not be published. Required fields are marked *