ବନ୍ୟାରେ ଭାସିଗଲେ ଦୁଇ ଯବାନ, ଖୋଜାଖୋଜି ପରେ ବି ମିଳୁନାହିଁ କୌଣସି ସନ୍ଧାନ

ବର୍ତ୍ତମାନ ସମୟରେ ଅଧିକାଂଶ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କେଉଁଠି ଅତ୍ୟଧିକ ବର୍ଷା କାରଣରୁ ବନ୍ଧ ଭାଙ୍ଗି ଗଲାଣି ତ କେଉଁଠି ହଠାତ ନଦୀରେ ବନ୍ୟା ଆସି ଗଲାଣି । ଆଉ ଏହି ବନ୍ୟା କାରଣରୁ ରକ୍ଷକ ମାନଙ୍କ ଜୀବନ ମଧ୍ୟ ଅସୁବିଧାରେ ପଡ଼ିଛି । ପୁରା ଦେଶର ସୁରକ୍ଷା ପାଇଁ ସ୍ଥଳ ସେନା ଅର୍ଥାତ ଆମ ଦେଶର ଯବାନ ମାନେ ସୀମାରେ ନିୟୋଜିତ ଥାଆନ୍ତି । କିନ୍ତୁ ବନ୍ୟା ପରିସ୍ଥିତି ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ଯେଉଁ କାରଣରୁ ଦୁଇ ଯବାନଙ୍କର କୌଣସି ଖୋଜ ଖବର ମିଳିପାରୁ ନାହିଁ । ଆଜ୍ଞା ହଁ , ଏକ ଭୟଙ୍କର ବନ୍ୟା ଯବାନଙ୍କ ପାଇଁ ବିପଦ ସାଜିଛି ଏବଂ ଦୁଇ ଯବାନଙ୍କୁ ଭସାଇ ନେଇ ଯାଇଛି ।

ସୂଚନା ଅନୁଯାୟୀ ଜମ୍ମୁକାଶ୍ମୀରରେ ସେନାରେ ନିୟୋଜିତ ଦୁଇ ଯବାନ ବନ୍ୟାରେ ଭାସି ଯାଇଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଏହା ଯେ ଜମ୍ମୁକାଶ୍ମୀରର ପୁନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯେଉଁ କାରଣରୁ ପସାନା ନଦୀରେ ହଠାତ ବନ୍ୟା ଆସିଥିଲା । କିଛି ଯବାନ ବନ୍ୟାରୁ ବର୍ତ୍ତି ଯାଇଥିଲେ । ମାତ୍ର ଦୁଇଜଣ ଯବାନ ଫସି ଯାଇଥିଲେ । ଏବେ ଏହି ସ୍ଥଳ ସେନାର ଦୁଇ ଯବାନ ବନ୍ୟାରେ ଭାସି ଯାଇଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା , ପୋଲିସ ଏବଂ ଏସଡିଆରଏଫ କାମରେ ଲାଗି ପଡ଼ିଛନ୍ତି ।

ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଯବାନଙ୍କ ସନ୍ଧାନ ମିଳୁନି । କିନ୍ତୁ ଉଦ୍ଧାର ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ବହୁତ ଜଲଦି ନିଖୋଜ ଥିବା ଦୁଇ ଯବାନଙ୍କ ସନ୍ଧାନ ମିଳିଯିବ ବୋଲି ଆଶା କରାଯାଉଛି । ଏପଟେ ଦେଶବାସୀ ଦୁଇ ଯବାନ ଭାସି ଯାଇଥିବା ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଖୁବଶୀଘ୍ର ସେମାନଙ୍କ ସନ୍ଧାନ ମିଳିଯାଉ ବୋଲି ପ୍ରାର୍ଥନା କରିଛନ୍ତି । ଏପଟେ ପୋଲିସ ଏବଂ ଉଦ୍ଧାରକାରୀ ଟିମ ନିଜ କାମ ଜାରି ରଖିଛନ୍ତି । ତେବେ ସମସ୍ତଙ୍କୁ ଏହି ଅପେକ୍ଷା ଯେ କେତେବେଳେ ଦୁଇ ଯବାନଙ୍କ ସନ୍ଧାନ ମିଳୁଛି ।

Leave a Reply

Your email address will not be published. Required fields are marked *