ଦେଖନ୍ତୁ ଭିଡ଼ିଓ:- ଗୋଟିଏ ଘରୁ ମିଳିଲା ୧୦ ରୁ ୧୫ ଟି ବି-ଷଧ-ର ସାପ, ମାଆ ସହ ଛୁଆକୁ ଉ-ଦ୍ଧାର କଲେ…

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ। ସେହିଭଳି ଆଉ କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଭିଡ଼ିଓରେ ଆପଣ ୧୦ ରୁ ୧୫ ଟି ସାପ ଛୁଆ ଦେଖିବାକୁ ପାଇବେ। ତେବେ ଏହି ସାପ ଛୁଆକୁ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉ-ଦ୍ଧା-ର କରାଯାଇଛି।

ସାପ ଅଧିକାଂଶ ସନ୍ତସନ୍ତିଆ ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ ଅଳିଆ ଆବର୍ଜନାରେ ରହି ନିଜର ବଂଶ ବୃଦ୍ଧି କରାନ୍ତି। ତେବେ ସାପ ମାନଙ୍କ ମଧ୍ୟରୁ ଅହିରାଜ ଏବଂ ନାଗ ସାପ ସବୁଠୁ ଅଧିକ ବି-ଷଧ-ର ଅଟନ୍ତି। ତେବେ ଏହି ସାପ କାମୁ-ଡିବା ମାତ୍ରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭେନମ୍ ଆଣ୍ଟିଡୋଟ୍ ନେବା ଉଚିତ। ନଚେତ ମୃ-ତ୍ୟୁ ଘଟିଥାଏ। ତେବେ ସାପ କେତେବେଳେ ମଣିଷ ବାସ ସ୍ଥାନକୁ ଚାଲି ଆସେ ତାହା କେହି କହି ପାରିବେ ନାହିଁ।

ସାରା ବିଶ୍ୱରେ ପ୍ରତ୍ୟେକ ଦିନ ସାପ କାମୁଡ଼ାରେ ଅନେକ ଲୋକ ପ୍ରା-ଣ ହରାଇଥାନ୍ତି। ପ୍ରତ୍ୟେକ ଦିନ ସ୍ନେକ ହେଲ୍ପ ଲାଇନ ଦ୍ୱାରା ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ସାପକୁ ଉ-ଦ୍ଧା-ର କରି ପୁଣିଥରେ ଜଙ୍ଗଲରେ ଛଡା ଯାଏ। ଏହିଭଳି ଏକ ଖବର ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲାର ଏକ ଗାଁ ରେ ଏକ ଘର ଭିତରୁ ୧୦ ରୁ ୧୫ ଛୁଆ ନାଗ ଉ-ଦ୍ଧା-ର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକର ଏକ ଗାଁରୁ ଘର ଭିତରେ ସାପ ପଶି ଯାଇଥିବା ଏକ କଲ୍ ମିର୍ଜାଙ୍କ ପାଖକୁ ଯାଇଥିଲା। ତେବେ କଲ୍ ଆସିବା ପରେ ସଂଗେ ସଂଗେ ସାପକୁ ଉ-ଦ୍ଧା-ର କରିବା ପାଇଁ ଚାଲି ଯାଇଥିଲେ। ତେବେ ସେଠାରେ ପହଁଞ୍ଚି ଏକ ନାଗୁଣୀକୁ ପ୍ରଥମେ ଉ-ଦ୍ଧା-ର କରିଥିଲେ। ଏହାପରେ ତାଙ୍କର ସ-ନ୍ଦେ-ହ ହୋଇଥିଲା ଏବଂ ତାଙ୍କୁ ଲାଗି ଥିଲା ଯେ ଏହି ଘର ଭିତରେ ଆହୁରି ସାପ ରହିଛି।

ତେବେ ସେ କୋଦାଳ ଏବଂ ଶାବଳ ସାହାଯ୍ୟରେ ମାଟି ଘରର ଚଟାଣକୁ ଖୋଳିବାକୁ ଲାଗିଲେ। କୋଦାଳ ସାହାଯ୍ୟରେ ଖୋଲିବ ପରେ ଗୋଟିଏ ପରେ ଗୋଟିଏ ଛୁଆ ନାଗ ସାପ ବାହାରି ଥିଲେ। ତେବେ ଛୁଆ ନାଗକୁ ଏକତ୍ର କରି ଏକ ବଡ଼ ବାଲ୍ଟି ଭିତରେ ଭର୍ତ୍ତି କରିଥିଲେ। ଏହାପରେ ସମସ୍ତ ଛୁଆ ସାପକୁ ଗ୍ଲୋବସ ପିନ୍ଧିଥିବା ହାତରେ ଧରିଥିଲେ ଏବଂ କିଛି କହିବାକୁ ଲାଗିଲେ।

ତେବେ ମିର୍ଜାଙ୍କ କହିବାନୁଯାୟୀ, ସାପ ଛୁଆ ଗୁଡିକ ସୁର-କ୍ଷିତ ସ୍ଥାନରେ ଥିଲେ। ଯଦି ଆଉ କିଛି ମାସ ବା ବର୍ଷ ସେହି ସ୍ଥାନରେ ରହି ଯାଇଥାନ୍ତେ ତେବେ ନିଶ୍ଚିତ ବଡ଼ ହୋଇ ଉପରକୁ ଚାଲି ଆସିଥାନ୍ତେ। ଆଉ ଯେଉଁ ପରିମାଣରେ ସେଠାରେ ସାପ ଥିଲେ ତେବେ ନିଶ୍ଚିତ ସାପ କାମୁ-ଡ଼ାରେ ଲୋକେ ମୃ-ତ୍ୟୁବ-ରଣ କରିଥାନ୍ତେ। ଏହାପରେ ସେ ସମସ୍ତ ସାପ ଛୁଆ ଓ ନାଗୁଣୀ ସାପକୁ ଗୋଟିଏ ଡବା ଭିତରେ ଭର୍ତ୍ତି କରିଥିଲେ। ଯିବା ପୂର୍ବରୁ ସେ ଆଉ ଏକ ସତ-ର୍କ କଥା କହିଥିଲେ କି ସାପ କାମୁଡ଼ିଲେ କୌଣସି ଗୁ-ଣି ଗାରେଡି ଉପରେ ବିଶ୍ୱାସ ନ କରି ଡାକ୍ତରଖାନା ଯାଇ ଚିକିତ୍ସା କରାନ୍ତୁ।

Leave a Reply

Your email address will not be published. Required fields are marked *