ଓଡ଼ିଶାରେ ଚାଞ୍ଚଲ୍ୟ:- ବଡ଼ ଭାଇର ପୁରା ପରିବାରର ହ-ତ୍ୟା କରି ଆତ୍ମ-ସମର୍ପଣ କଲା ସାନ ଭାଇ…

ହ-ତ୍ୟା , ଆତ୍ମ-ହ-ତ୍ୟା ଏହି ଦୁଇଟି ଶବ୍ଦ ସହ ଆମେ ପ୍ରତିଦିନ ପରିଚିତ ହେଉଛୁ । କାହିଁକି ନା ପ୍ରତିଦିନ ଏହି ଦୁଇଟି ଶବ୍ଦ ସମ୍ବନ୍ଧୀୟ କୌଣସି ନା କୌଣସି ଘଟଣା ସାମ୍ନାକୁ ଆସୁଅଛି । ଆଉ ଆମେ ସେ ସମ୍ବନ୍ଧରେ ସୋସିଆଲ ମିଡିଆରୁ କିମ୍ବା ଖବରକାଗଜରୁ ଜାଣିବାକୁ ପାଉଅଛୁ । ତେବେ ଥରେ ଭାବନ୍ତୁ ତ ଏ ଦୁନିଆଁରେ କଣ ନ ଘଟୁଛି , କେତେ କେତେ ହ-ତ୍ୟାକା-ଣ୍ଡ ପ୍ରତି ମୁହୂର୍ତ୍ତରେ ଘଟିଯାଉଛି । ଲୋକେ ଅତ୍ୟନ୍ତ ବିଭତ୍ସ ଭାବରେ ହ-ତ୍ୟା କରୁଛନ୍ତି । ଟିକିଏ ମଧ୍ୟ ଚିନ୍ତା କରି ପ୍ରତିଶୋଧ ପରାୟଣ ପାଲଟି ଯାଉଛନ୍ତି ଆଉ ହ-ତ୍ୟାକା-ଣ୍ଡ ଘଟାଇ ଦେଉଛନ୍ତି ।

ତେବେ ପୁଣିଥରେ ଆଉ ଏକ ହ-ତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଅଛି । ତେବେ ଏହା ଜଣଙ୍କୁ ନୁହେଁ , ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣ ମଣିଷଙ୍କୁ ଜଣେ ବ୍ୟକ୍ତି ହ-ତ୍ୟା କରିଦେଇଛନ୍ତି । ପ୍ରତିଶୋଧରେ ବୁଡି ରହିଥିବା ସାନ ଭାଇ ନିଜ ବଡ଼ ଭାଇଙ୍କ ପରିବାରର ସମସ୍ତଙ୍କୁ ହ-ତ୍ୟା କରିଦେଇଛନ୍ତି । ପ୍ରତି-ଶୋଧ ଆଗରେ ନିଜର ରକ୍ତର ଭାଇ ମଧ୍ୟ ବଳି ପଡି ଯାଉଛି । ଭାଇ ଭୁଲି ଯାଉଛି ନିଜର ଭାଇକୁ । ଯେଉଁ ଭାଇ ପିଲାଦିନେ ତାକୁ କୋଳେଇ କାଖେଇ ମଣିଷ କରିଥିଲା , ଆଜି ସେହି ଭାଇର ଜୀବନ ନେବା ପୂର୍ବରୁ ସାନ ଭାଇର ହାତ ଥରୁନାହିଁ । ମନର ଟିକିଏ ମଧ୍ୟ ଦୁଃଖ ଆସୁନାହିଁ । ତାକୁ ଟିକିଏ ମଧ୍ୟ କଷ୍ଟ ହେଉନାହିଁ ।

ଏଭଳି ହ-ତ୍ୟାକା-ଣ୍ଡ କରି ସାନ ଭାଇ ଘରେ ତାଲା ପକାଇ ଦେଇ ଥାନାରେ ଯାଇ ଆ-ତ୍ମସ-ମର୍ପଣ କରିଛି । ତେବେ ଏ ଆତ୍ମ-ସମର୍ପଣର ମୂଲ୍ୟ କିଛି ନାହିଁ । କାହିଁକି ନା ଆଉ ଏ ଦୁନିଆଁରେ ତାର ବାପା ସମାନ ବଡ଼ ଭାଇ ନାହିଁ । ସୂଚନା ମୁତାବିକ , ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ଜଣକ ଆତ୍ମ-ସମର୍ପଣ କରିଦେଇଛନ୍ତି । ଆଉ ନିଜ ଦୋଷକୁ ମଧ୍ୟ ସ୍ୱୀକାର କରି ନେଇଛନ୍ତି ।

ତେବେ ଘଟଣା ସ୍ଥଳରେ ପୋଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ପହଞ୍ଚିଛନ୍ତି ଆଉ ଘଟଣାର ତଦନ୍ତ କରିବାରେ ଲାଗି ପଡିଛନ୍ତି । ଟୋଟାଲ ୫ଜଣଙ୍କୁ ହ-ତ୍ୟା କରିଥିବାର ସୂଚନା ମିଳିଛି। ଜମିଜମା କାରଣରୁ ଏଭଳି ହ-ତ୍ୟାକା-ଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ସମ୍ପତ୍ତି ଲୋଭରେ ମଣିଷ କେତେ ଯେ ତଳକୁ ଖସି ଯାଇପାରେ , ସେ କଥା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଜଣା ପଡୁଅଛି । ସାନ ଭାଇ ଜଣକ ବଡ଼ ଭାଇର ସମ୍ପୂର୍ଣ୍ଣ ପରିବାରକୁ ହ-ତ୍ୟା କରିଥିବା ନେଇ ଭିଡ଼ିଓରେ ସ୍ୱୀକାର କରିଛନ୍ତି ଏବଂ ଥାନାରେ ଆତ୍ମ-ସମର୍ପଣ କରିଛନ୍ତି । ତେବେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଆଗକୁ କଣ ହେଉଛି , ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *