ଭାରତରେ ଦେଖାଯିବ ଖାଦ୍ୟର ଅଭାବ, ମିଳିଲା ଶ୍ରୀମନ୍ଦିରରୁ ସଂକେତ, ଜାଣନ୍ତୁ ଆଗାମୀ ଭବିଷ୍ୟତରେ କଣ ସବୁ ଘଟିବାକୁ ଯାଉଛି।

ଭାରତରେ ଚାରୋଟି ପୁଣ୍ୟଧାମ ଅଛି। ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ବର, ପଞ୍ଚମରେ ଦ୍ବାରିକାନାଥ ଏବଂ ପୂର୍ବରେ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ଅଛି। ଆମ ପୁରାଣ ଶାସ୍ତ୍ରରେ ଲେଖାଅଛି ଜଣେ ମଣିଷ ଯେତେ ପାପ କଲେ ମଧ୍ୟ ଯଦି ସେ ଚାରିଧାମ ଦର୍ଶନ କରେ ତାର ସବୁ ପାପ ଧୋଇ ହୋଇଯାଏ। ବଦ୍ରିନାଥ,ରାମେଶ୍ବର ଏବଂ ଦ୍ବାରିକାନାଥ ଦର୍ଶନ କରିବା ପରେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଏ। ବଦ୍ରିନାଥରେ ପ୍ରଭୁ ଶ୍ରୀ ନାରାୟଣଙ୍କୁ ବଦ୍ରିନାଥ କୁହାଯାଏ।

ଦ୍ବାରିକାରେ ତାଙ୍କୁ ଦ୍ବାରିକାନାଥ କୁହାଯାଏ ଏବଂ ରାମେଶ୍ବରରେ ରାମନାଥ କୁହାଯାଏ। କିନ୍ତୁ ନୀଳାଚଳ ଧାମରେ ଶ୍ରୀ ଜଗନ୍ନାଥ ନାମରେ ତାଙ୍କୁ ସାରା ଦୁନିଆ ଜାଣେ। ସେ କେବଳ ଜଣଙ୍କର ନାଥ ନୁହଁନ୍ତି ସେ ସାରା ଦୁନିଆ ର ନାଥ। ସେଥିପାଇଁ ଆମେ ତାଙ୍କୁ ଜଗତର ନାଥ ଜଗନ୍ନାଥ ବୋଲି କହୁ।

ପୃଥିବୀରେ ଯେତେ ଦେଶ ଅଛି ଭାରତ ସବୁଠାରୁ ଶ୍ରେଷ୍ଟ ଅଟେ। ଭାରତ ବର୍ଷ ଭିତରେ ଓଡ଼ିଶାର ଉତ୍କଳରେ ରହିଛି ଜଗନ୍ନାଥଙ୍କ ମନ୍ଦିର। ଏହି ସ୍ଥାନକୁ ସବୁଠାରୁ ଶ୍ରେଷ୍ଠ ଏବଂ ଧାର୍ମିକ ସ୍ଥାନ ବୋଲି କୁହାଯାଏ। ଏହି ନୀଳାଚଳ ଧାମକୁ ମର୍ତ୍ତ୍ୟ ବୈକୁଣ୍ଠ ମଧ୍ୟ କୁହାଯାଏ। ଯଦି ପୃଥିବୀ ଉପରକୁ କିଛିବି ବିପଦ ଆସେ ଜଗନ୍ନାଥଙ୍କ ମନ୍ଦିରରୁ ସବୁ କଥା ଜଣା ପଡ଼ିଯାଏ। ଜଗନ୍ନାଥଙ୍କର ସେହି ସଂକେତକୁ ଭକ୍ତମାନେହିଁ କେବଳ ବୁଝି ପାରନ୍ତି।

ଆପଣମାନେ କିଛିଦିନ ତଳେ ଶୁଣିଥିବେ ଜଗନ୍ନାଥଙ୍କ ମନ୍ଦିରର ନୀଳଚକ୍ର ଉପରେ ଅନେକ ଚିଲ ପକ୍ଷୀ ଉଡୁଥିଲେ। ଚିଲ ପକ୍ଷୀଙ୍କୁ ଅଶୁଭ ପକ୍ଷୀ ବୋଲି କୁହାଯାଏ। ଚିଲ ପକ୍ଷୀ ଉଡ଼ିବା ପରଦିନ ଏକ ଅଭାବନୀୟ ଘଟଣା ଘଟିଥିଲା ସେହି ଘଟଣାଟି ହେଉଛି ବିପିନ୍ ରାଓତଙ୍କ ମୃତ୍ୟୁ।

ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ କିଛି ସଂକେତ ମିଳୁଛି ସେତେବେଳେ ବୁଝିଯିବା ଦରକାର କଳିଯୁଗ ଶେଷ ହେବାକୁ କିଛି ସମୟ ବାକି ଅଛି। ଏସବୁ ସଂକେତ ଦେଖି ଭକ୍ତ ମାନେ ଜାଣି ପାରନ୍ତି ଆଗକୁ କିଛି ବିପଦ ଆସୁଛି। ଏହି କିଛି ବର୍ଷ ହେବ ବାରମ୍ବାର ଅନେକ ସଂକେତ ଦେଖିବାକୁ ମିଳୁଛି। ଯେଉଁଠାରେ ଭଗବାନ ବିରାଜମାନ ଅଟନ୍ତି ସେଠାରେ ଏମିତି ଅଶୁଭ ହେବା ଜମା ଉଚିତ୍ ନୁହଁ। କିନ୍ତୁ ଏମିତି ସବୁ ସଂକେତ କାହିଁକି ଦେଖା ଦେଉଛି। ଏଥିରୁ ଜଣା ପଡୁଛି ଜଗନ୍ନାଥ ସଂକେତ ପ୍ରଦାନ କରୁଛନ୍ତିକି ଭକ୍ତ ମନେ ତମେ ଯାଅ ମୁଁ ଏବେ ମଣିଷ ରୂପରେ ଜନ୍ମ ନେଇ ସାରିଛି। କଳିଯୁଗ ଶେଷ ହୋଇ ସାରିଛି।

କିଛି ଦିନ ତଳେ ଜଣେ ବ୍ୟକ୍ତି ମନ୍ଦିରର ରୋଷେଇ ସାଳା ରେ ପଶି ୪୦ଟି ଚୁଲି ଭାଙ୍ଗି ଦେଇଥିଲେ। ଇଏ ଏପରି ଏକ ସଂକେତ ଯେଉଁଥିରୁ ଜଣା ପଡୁଛି ପୁରା ଭାରତ ବର୍ଷ ରେ ଖାଦ୍ୟର ଅଭାବ ପଡିପାରେ।ଜଗନ୍ନାଥଙ୍କର ରୋଷେଇ ଶାଳରୁ ଏହି ସଂକେତ ମିଳିଛି। ଆଗକୁ ଆସୁଥିବା ବିପଦ ପାଇଁ ପ୍ରଭୁ ଆମକୁ କିଛିନା କିଛି ସଂକେତ ପ୍ରଦାନ କରୁଛନ୍ତି। ଆମର କର୍ତ୍ତବ୍ୟ ଆମେ ସେହି ସଂକେତ କୁ ବୁଝିଯିବା ଉଚିତ୍ ଏବଂ ଅସୁବିଧା ପୂର୍ବରୁ ସଚେତନ ହେଇଯିବା ଉଚିତ୍।

Leave a Reply

Your email address will not be published. Required fields are marked *