ସବୁକିଛି ଓଲଟା ପାଲଟା କରିଦେଲା କାଳ ରାତି , ନବ ବଧୁ ସାଜିଥାନ୍ତେ କିନ୍ତୁ ପାଲଟି ଗଲେ ଶ-ବ

ଜୀବନରେ ବେଳେ ବେଳେ କିଛି ଭୁଲ ନିଷ୍ପତ୍ତି ପୁରା ଜୀବନକୁ ବ-ର୍ବାଦ କରି ଦେଇଥାଏ । ଆଉ ସେମିତି ହିଁ କିଛି ନିଷ୍ପତ୍ତି ପାଇଁ ପୁରା ପରିବାର ଏବଂ ସମାଜରେ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇଥାଏ । ସବୁକିଛି ବଦଳି ଯାଇଥାଏ ଆଉ ସବୁକିଛି ଶେଷ ମଧ୍ୟ କରି ଦେଇଥାଏ । ତେବେ ଆଜି ଆମେ କହିବାକୁ ଯାଉଛୁ , କିଛି ଦିନ ଆଗରୁ ଘଟି ଯାଇଥିବା ହ-ତ୍ୟା ମାମ-ଲା ବିଷୟରେ । ଲଜ୍ ରୁମ ରେ ଜଣେ ପ୍ରେମିକ ଫେ-ରାର ହୋଇ ଯାଇଥିବା ବେଳେ ମିଳିଥିଲା ପ୍ରେମିକାଙ୍କ ମୃ-ତ ଦେହ । ଆଉ ତାପରେ ଆରମ୍ଭ ହୋଇ ଯାଇଥିଲା ମହାଭାରତ ।

ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟି ଯାଇଛି ଜଟଣୀ ଥା-ନା ଅନ୍ତର୍ଗତ ସିତାରାମ ଛକରେ । ଏହି ଛକରେ କାହ୍ନୁ ଗେଷ୍ଟ ହାଉସ ରହିଛି । ଯେଉଁଠିକୁ ଭୁବନେଶ୍ୱର ୟୁନିଟ ୬ ଅଞ୍ଚଳର ରଶ୍ମିତା ବେହେରା ନିଜର ଜଣେ ପୁରୁଷ ବନ୍ଧୁ ସହିତ ଯାଇଥିଲେ । ତେବେ ଦୁହେଁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ସେଠାରେ ରହିଥିଲେ । ଆଉ ହୋଟେଲ ମାଲିକ ମଧ୍ୟ ୧୧୩ ନମ୍ୱର୍ ରୁମ୍ ର ଚାବି ସେମାନଙ୍କ ହାତକୁ ବଢାଇ ଦେଇଥିଲା । କିନ୍ତୁ ସେହି ରାତିକ ପରେ ହୋଟେଲ ରୁମ୍ ଭିତରୁ ଶ-ବ ହୋଇ ଫେରିଥିଲେ ରଶ୍ମିତା ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ରଶ୍ମିତା ସେହି ପୁରୁଷ ସହିତ ଗେଷ୍ଟ ହାଉସ ଯାଇ ନଥିଲେ , ଯାହାଙ୍କ ସହିତ ମାସକ ପରେ ତାଙ୍କ ବିବାହ ହୋଇଥାନ୍ତା । ବରଂ ସେ ଜଣେ ପୁରୁଷ ସହିତ ଯାଇଥିଲେ , ଯାହାଙ୍କୁ ସେ ଆଗରୁ ଜାଣିଥିଲେ ଆଉ ସେ ମଧ୍ୟ ଆଗରୁ ବିବାହିତ ଥିଲେ । ତେବେ ଦୁହେଁ ହୋଟେଲ ରେ ରହିବା ପରେ ରାତିରେ ପୁରୁଷ ବନ୍ଧୁ ଜଣକ ଖାଇବା ଆଣିବା ପାଇଁ ବାହାରି ଯାଇଥିଲେ । କିନ୍ତୁ ଆଉ ରାତିରେ ରୁମ୍ କୁ ଫେରି ନଥିଲେ । ଆଉ ରାତି ପାହି ସକାଳ ହୋଇ ମଧ୍ୟ ଯାଇଥିଲା ।

ତେବେ ଯେତେବେଳେ ସଫେଇ କର୍ମଚାରି ଜଣକ ସଫା କରିବା ପାଇଁ ଆସିଥିଲେ ଆଉ ଯେତେ କବାଟ ବାଡେଇ ଥିଲେ ମଧ୍ୟ କବାଟ କେହି ଖୋଲି ନଥିଲେ , ସେତେବେଳେ ତାଙ୍କ ସ-ନ୍ଦେହ ହୋଇ ଥିଲା ଆଉ କବାଟ ଭାଙ୍ଗି ଦିଆ ଯାଇଥିଲା । ଆଉ ସେଠାରେ ସେମାନେ ଦେଖିବାକୁ ପାଇଥିଲେ ରଶ୍ମିତାଙ୍କ ଝୁଲନ୍ତା ଅବସ୍ଥାରେ ମୃ-ତଦେ-ହ । ତେବେ ଏହାପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଆଉ ସେମାନେ ଆସି ଝିଅକୁ ଏପରି ଅବସ୍ଥାରେ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ସେମାନେ ବର୍ତ୍ତମାନ ଅଭି-ଯୋଗ ଦେଇଛନ୍ତି ଆଉ ପୋ-ଲିସ ତ-ଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *