ନିଜ କଲା କର୍ମ ପାଇଁ ଭୁଲ ମାଗିଲେ ବାବୁସାନ କହିଲେ ମତେ କ୍ଷମା କରନ୍ତୁ।

ଭୁଲ ମାଗିଛନ୍ତି ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତି। ସାରା ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ କ୍ଷମା କରିଦେବାକୁ। ବାବୁସାନ କହିଛନ୍ତି କି ମୋ ଭୁଲ ପାଇଁ ମୁଁ ଦୁଃଖିତ। ମୁଁ ଯେଉଁ ଭୁଲ କରିଛି ମତେ କ୍ଷମା କରିଦିଅନ୍ତୁ ମୁଁ ଆଉ ସେମିତି ଭୁଲ ଜୀବନ ସାରା କରିବି ନାହିଁ। ମୋ ପାଇଁ ମୋ ସ୍ତ୍ରୀ ତ୍ରିପ୍ତି ଓ ମୋ ଶଶୁରଙ୍କ ନାଁରେ କେଶ ହୋଇଛି ମୋ ପାଇଁ ତାଙ୍କ ପୁରା ପରିବାର କଷ୍ଟ ପାଇଛନ୍ତି ମୁ ପ୍ରମିଜ କରୁଛି ମୁଁ ଆଉ ତାଙ୍କର କୌଣସି କ୍ଷତି ହେବା ପାଇଁ ଦେବି ନାହିଁ।

ଗତ କିଛି ଦିନ ପୂର୍ବରୁ ଯେଉଁ କାଣ୍ଡ ରାଜଧାନୀର ରାଜ ରାସ୍ତା ଉପରେ ଘଟିଥିଲା ଓ ଯେଉଁ ହାଇଡ୍ରାମା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା କି ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ରେଡ଼ ହ୍ୟାଣ୍ଡରେ ଧରିବା ପରେ ପ୍ରକୃତିଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏ ଘଟଣାକୁ ନେଇ ଚାରି ଆଡ଼େ ବେଶ ଚର୍ଚ୍ଚା ଲାଗିରହିଥିଲା। ଦୁଇ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା ଓ ଏପରିକି କେଶ ଥାନାକୁ ମଧ୍ୟ ଯାଇଥିଲା। ପ୍ରକୃତିଙ୍କ ବାପା ମା ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶଶୁର ଲଳିତ ସତପଥୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ଓ ସେପଟେ ବାବୁସାନଙ୍କ ପତ୍ନୀ ତୃପ୍ତି ମଧ୍ୟ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ଏଇ ଘଟଣାକୁ ନେଇ ପୋଲିସ ପ୍ରକୃତିଙ୍କୁ ଜେରା କରିଥିବା ବେଳେ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ଓ ଘଟଣାର ତଦନ୍ତ ମଧ୍ୟ ହୋଇଥିଲା। ସେପଟେ ଏହି ଘଟଣା ଏତେ ଭୟଙ୍କର ରୁପ ନେଇଥିଲା ଯେ ଅପରାଜିତା ମହାନ୍ତି ଗଣ ମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କହିଥିଲେ କି ତାଙ୍କ ପୁଅକୁ ବ୍ଲାକମେଲ କରି ଫସାଇ ଦିଆ ଯାଇଛି। ଏବଂ ଏଥିସହିତ ଅପରାଜିତା କାନ୍ଦି ମଧ୍ୟ ପକାଇଥିଲେ।

ତେବେ ବାବୁସାନ ଚେନାଇରୁ ଫେରିବା ପରେ ଗଣ ମାଧ୍ୟମରେ ବେଶ ଚର୍ଚ୍ଚା ଲାଗିରହିଥିଲା କି ବାବୁସାନଙ୍କ ଜନ୍ମ ଦିନରେ ପତ୍ନୀ ତୃପ୍ତି ଆସିବେ ଓ ବାବୁସାନଙ୍କୁ ଶୁଭେଚ୍ଛା ଜଣାଇବେ ମାତ୍ର ସେମିତି କିଛି ଘଟିଲା ନାହିଁ। ବାବୁସାନ ଫ୍ୟାନ୍ସ ମାନଙ୍କ ସହ କେକ କାଟିଥିବା ବେଳେ ତୃପ୍ତି ଆସିନଥିଲେ ବାବୁସାନଙ୍କ ଜନ୍ମ ଦିନରେ। ତେବେ ସବୁଠୁ ଗୁରୁତ୍ୱ ପୂର୍ଣ କଥା ହେଉଛି ବର୍ତ୍ତମାନ ବୋଧେ ହୁଏ ବାବୁସାନ ନିଜର ଭୁଲ ପାରିଛନ୍ତି ଆଉ ନିଜ ଭୁଲ ପାଇଁ କ୍ଷମା ପାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *