ମା ଝିଅକୁ ଟ୍ରକ ଚଢାଇ ହତ୍ୟା ପୁର୍ବରୁ କଣ କେମିତି ହେଇଥିଲା ଝଗଡ଼ା : ଦେଖନ୍ତୁ ଭିଡ଼ିଓ

ସେଦିନର କାଳ ଦିନର କଥା ଉପରେ ଆସନ୍ତୁ ନଜର ପକାଇବା କିପରି ଚାଲି ଯାଇଥିଲା ମା ଆଉ ଝିଅଙ୍କ ଜୀବନ। କଣ ଘଟିଥିଲା ମା ଝିଅଙ୍କ ସାଥିରେ କଣ ପାଇଁ ରାକ୍ଷାସ ଟ୍ରକ ଡ୍ରାଇଭର ଭାଆଇ ଥିଲା ଏପରି ବିଭତ୍ସ କାଣ୍ଡ।ରାସ୍ତା ଉପରେ ମା ଝିଅ ବେଶ ଖୁସିରେ ଫେରୁଥିଲେ ଘରକୁ। ହେଲେ ଜାଣି ନଥିଲେ ବାଟରେ ସୈତାନ ତାଙ୍କ ଜୀବନ ନେଇଯିବ ଏପରି ଅତି ନିର୍ମମ ଭାବେ। ରାସ୍ତାରେ ମା ଆଉ ଝିଅ ବେଶ ହସ ଖୁସିରେ ଗପି ଗପି ଚାଲିଥିଲେ ଆଉ ଗାଡି ଗଡୁଥିଲା ଆଗକୁ ଆଗକୁ। ହଟାତ ଏକ ନର ରାକ୍ଷାସ ମା ଝିଅଙ୍କ ସ୍କୁଟିକୁ ସାଇଟ ମାରିବା ଆରମ୍ଭ କରିଦେଇଥିଲା। ତଥାପି ଚୁପ ରହିଥିଲେ ମା ଆଉ ଝିଅ ହେଲେ କିନ୍ତୁ ମା ଆଉ ଝିଅଙ୍କ ନୀରବତାକୁ ଡ୍ରାଇଭର ଦୁର୍ବଳତା ଭାବି ନେଇଥିଲା।

ମା ଝିଅ ଚୁପ ରହିବା ଦେଖି ପୁଣି ଥରେ ସାଇଟ ମାରିବା ସହିତ କରିଥିଲା ଦୁର୍ବ୍ୟବହାର। ଟ୍ରକ ଭିତରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହସି ହସି ମା ଝିଅଙ୍କୁ କରିଥିଲା ଉପହାସ। ଏହା ଯେତେବେଳେ ସୀମା ଲଙ୍ଘନ କରିଥିଲା ମା ଝିଅ ବାଧ୍ୟ ହୋଇ ଚୁପ ରହି ଗାଡି ଗଡାଇ ଥିଲେ ଆଗକୁ ଆଗକୁ । ହେଲେ ବି କମିନଥିଲା ଡ୍ରାଇଭରଙ୍କ ପାଦୁର୍ଭାଵ। ଶେଷରେ ଡ୍ରାଇଭରଙ୍କ ବ୍ୟବହାର ଯେତେବେଳେ ଅସହ୍ୟ କରିଦେଇଥିଲା ମା ଝିଅ ଗାଡି ରଖି ଡ୍ରାଇଭରଙ୍କୁ କାହିଁକି ଏପରି କରୁଛ ବୋଲି ପଚାରିଥିଲେ ହେଲେ ଅମଣିଷ ଡ୍ରାଇଭର ନିଜ ଭୁଲ ନମାନିବାରୁ ମା ଝିଅ ରାଗରେ ଡ୍ରାଇଭରକୁ ଦେଇଥିଲେ ଏକ ଶକ୍ତ ଚାପୁଡ଼ା। ବାସ ସେହି ଚାପୁଡ଼ା ହିଁ ମା ଝିଅଙ୍କ ଜୀବନ ନେଇଯାଇଥିଲା କହିଲେ ଭୁଲ ହେବ ନାହିଁ। 

ମା ଝିଅ ଓ ଡ୍ରାଇଭରଙ୍କ ମଧ୍ୟରେ ବଚଷା ଉଗ୍ର ରୂପ ଧାରଣ କରୁଥିବା ବେଳେ ଝିଅ ଏହି ସମୟର ଘଟଣାକୁ ନିଜ ମୋବାଇଲ ରେ କୟଦ କରିଥିଲା। ଶେଷରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଉଭୟ ପକ୍ଷଙ୍କୁ ବୁଝା ସୁଝା କରି ଘଟଣାର ସମାଧାନ

 କରିଦେଇଥିଲେ। ଘଟଣାର ସମାଧାନ ସିନା ଲୋକେ କରିଦେଇଥିଲେ ଡ୍ରାଇଭର ପ୍ରତିଶୋଧ ନେବ ଏ କଥା କିଏ ଜାଣିଥିଲେ। ଡ୍ରାଇଭର ବୋଧେ ହୁଏ ଭୁଲି ପାରିନଥିଲେ ସେହି ସମୟର ଘଟଣା। ଭୁଲି ପାରିନଥିଲେ ମା ଝିଅଙ୍କ ଶକ୍ତ ଚାପୁଡ଼ା ଆଉ ଡ୍ରାଇଭର ନିଜ ଭିତରେ ଭିତରେ ଭାବୁଥିଲେ କେବେ କେଉଁଠି ପ୍ରତିଶୋଧ ନେବି।

ସ୍ଥାନୀୟ ଲୋକଙ୍କ ବୁଝା ପରେ ଡ୍ରାଇଭର ଟ୍ରକ ନେଇ ବାହାରି ଯାଇଥିବା ବେଳେ ମା ଝିଅ ସ୍କୁଟି ନେଇ ବାହାରି ଥିଲେ ନିଜ ଲକ୍ଷ ସ୍ଥଳକୁ। ସମସ୍ତେ ଚାଲିଯାଇଥିଲେ ଯେଝା ବାଟରେ ଭାବିଥିଲେ ସବୁକିଛି ହୋଇଗଲା ସମାଧାନ।

ହେଲେ ନା ଡ୍ରାଇଭର ପ୍ରତିଶୋଧର ନିଆଁରେ ଜଳୁଥିଲେ। ଆଉ ସୈତାନ ଡ୍ରାଇଭର ଫାଙ୍କା ସ୍ଥାନ ଦେଖି ଦ୍ରୁତ ଗତିରେ ଗାଡି ନେଇ ମା ଝିଅଙ୍କ ଉପରେ ଚଢାଇ ଦେଇ ଗାଡି ରୁ ଡେଇଁ ଫେରାର ହୋଇଯାଇଥିଲେ। 

ପରେ ଡ୍ରାଇଭରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଡ୍ରାଇଭର କହିଥିଲା କି ବ୍ରେକ ଫେଲ ହୋଇଯିବାରୁ ମା ଝିଅଙ୍କ ଉପରେ ଗାଡି ଚଢି ଯାଇଥିଲା ଆଉ ଘଟଣା ସ୍ଥଳରେ ହିଁ ଆଖି ବୁଝି ଦେଇଥିଲେ ମା ଝିଅ। ଏ କଥାକୁ କିନ୍ତୁ ଗ୍ରହଣ କରି ପାରିନଥିଲେ ସେ ଦିନ ଡ୍ରାଇଭର ଓ ମା ଝିଅଙ୍କ ଝଗଡା ସମୟରେ ଉପସ୍ଥିତ ଥିବା ଲୋକେ। ଲୋକେ କହିଥିଲେ ଏ କେବଳ ପ୍ରତିଶୋଧ ନେବାକୁ ଯାଇ ଏପରି କାଣ୍ଡ ଭିଆଇଛି।

Leave a Reply

Your email address will not be published. Required fields are marked *