ବିବାହ ପୂର୍ବରୁ ସେ-କ୍ସ କଲେ ହେବ ଏକ ବର୍ଷ ଜେଲ ଦ-ଣ୍ଡ , ଲାଗୁ ହେଲା ନୂଆ ନିୟମ :-

ବିବାହ ପୂର୍ବରୁ କିମ୍ବା ପରେ ସ୍ୱାମୀ କିମ୍ବ ସ୍ତ୍ରୀର ଶାରୀ-ରିକ ସମ୍ପର୍କ କେବଳ ନିଜ ଉପରେ ହିଁ ନିର୍ଭର କରିଥାଏ ଯେ ସେ କାହା ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇଛୁକ । ଏହା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ । ତେଣୁ ଏହି କାରଣରୁ ବିବାହ ପୂର୍ବରୁ ବି ଲୋକେ ଯୌ-ନ ସମ୍ପର୍କ ରଖୁଛନ୍ତି । ମାତ୍ର ଏହି ନିୟମ ବର୍ତ୍ତମାନ ବଦଳିବାକୁ ଯାଉଛି । ଏଥର ବିବାହ ପୂର୍ବରୁ ଶାରୀ-ରିକ ସମ୍ପର୍କ ରଖିଲେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ତେବେ ଏପରି ଏକ ନିୟମ ବର୍ତ୍ତମାନ ଭାରତରେ ନୁହେଁ ବରଂ ଇଣ୍ଡୋନେସିଆରୁ ଆସିଛି । ଇଣ୍ଡୋନେସିଆ ସଂସଦ ଏନେଇ ଏକ ନୂତନ ଅପରାଧିକ ବିଲ ପାସ ମଧ୍ୟ କରିଛି । ତେବେ ପୁରା ନିୟମ ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ନୂତନ ନିୟମ ଅନୁଯାୟୀ ଏଣିକି ବିବାହ ପୂର୍ବରୁ ଶାରୀ-ରିକ ସମ୍ପର୍କ ରଖିଲେ କିମ୍ବା ପ୍ରିମେରିଟାଲ ସେ-କ୍ସ ହେଲେ ଅଭିଯୁକ୍ତକୁ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଯେଉଁ ନିୟମ ଏବେ କାର୍ଯ୍ୟକାରୀ ହେବାକୁ ଯାଉଥିବା କୁହାଯାଇଛି । ମାତ୍ର କହିବାକୁ ଗଲେ ଏହି ନିୟମକୁ ନେଇ ଅନେକ ପୂର୍ବରୁ ସମାଲୋଚନା କରାଯାଇଥିଲା । ସୂଚନା ଅନୁଯାୟୀ ଗତ କିଛି ବର୍ଷ ପୂର୍ବରୁ କୌଣସି ଏକ ଅଭିଯୋଗ ଆଧାରରେ ଏହି ନିୟମ ଉପରେ ବିଚାର କରାଯାଇଥିଲା ।

ତେଣୁ ବର୍ତ୍ତମାନ ଯଦି କେହି ସ୍ୱାମୀ କିମ୍ବା ସ୍ତ୍ରୀ ଏହି ସମ୍ପର୍କରେ ଅଭିଯୋଗ ଆଣନ୍ତି କିମ୍ବା ବିବାହ ନହୋଇଥିବା ସତ୍ତ୍ୱେବି ଉଭୟଙ୍କ ଔରସରୁ ଜନ୍ମ ହୋଇଥିବା ସନ୍ତାନ ଯଦି ଅଭିଯୋଗ ଆଣେ ତେବେ ମଧ୍ୟ ତାହା ଉପରେ ସେହି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ତେବେ ଏହି ସମ୍ବନ୍ଧରେ ଇଣ୍ଡୋନେସିଆର ଡେପୁଟି ନ୍ୟାୟ ମନ୍ତ୍ରୀ ଏଡ଼ୱାର୍ଡ ଓମାର ସରିଫ ହିଆରିଜ ଏହି ମତ ଦେଇଛନ୍ତି ଯେ ନିଯାଇଥିବା ଘଟଣା ସମ୍ବନ୍ଧୀୟ ବିଲ ତାଙ୍କ ଦେଶର ମୂଲ୍ୟବୋଧ ସହିତ ମେଳ ଖାଉଛି । ଯେହେତୁ ଇଣ୍ଡୋନେସିଆ ଏକ ମୁସଲିମ ବହୁଳ ଜନସଂଖ୍ୟା ରାଷ୍ଟ୍ର ତେଣୁ ବିବାହ ପୂର୍ବରୁ ଏକାଠି ରହିବା ଉପରେ ନିଆଯାଇଥିବା ଏହି କଠୋର ନିୟମ ଗ୍ରହଣୀୟ ବୋଲି ସେ କହିଛନ୍ତି ।

ଏହି ନିୟମ ପରେ ପରେ ଏହା ମଧ୍ୟ କୁହାଯାଇଛି ଯେ ଏପରି ଅଭିଯୋଗ ହେବା ପରେ ବି ୧୪୪ ଧାରା ଅନୁଯାୟୀ ଟ୍ରାଏଲ ପୂର୍ବରୁ ବ୍ୟକ୍ତି ଅଭିଯୋଗ ପ୍ରତ୍ୟାହାର କରି ପାରିବେ । କିଛି ବର୍ଷ ପୂର୍ବରୁ ହିଁ ଏହା ଉପରେ ସମୀକ୍ଷା କରାଯାଇଥିଲା । ଯେଉଁଥିରେ ମାତ୍ର କିଛି ଲୋକଙ୍କ ସହମତି ରହିଥିଲା ।

ମାତ୍ର ଅଧିକାଂଶ ଲୋକଙ୍କ ବିରୋଧ ଯୋଗୁଁ ତାହାକୁ ସ୍ଥଗିତ ରଖା ଯାଇଥିଲା ଏବଂ ବିଲ ପାସ ହୋଇପାରି ନଥିଲା । ତେବେ ଚଳିତ ବର୍ଷ ନଭେମ୍ବରରେ ଜାକାର୍ତ୍ତାରେ ସଂସଦ କମ୍ପ୍ଲେକ୍ସରେ ଏହି ସମ୍ବନ୍ଧରେ ପୁଣିଥରେ ଆଲୋଚନା ହୋଇଥିଲା ଏବଂ ଏହି ଆଇନ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା ।

ଏମିତିରେ ବି ଇଣ୍ଡୋନେସିଆରେ ସମସ୍ତ ପ୍ରଚଳିତ ନିୟମ ଅନୁଯାୟୀ ମହିଳା , ଧାର୍ମିକ ସଂଖ୍ୟାଲଘୁ ଏବଂ ଏଲିଜିବିଲିଟି ରେ ଭେଦଭାବ ରହିଥାଏ । ତେଣୁ ଏହା ନିଶ୍ଚିତ ଭାବରେ ସେଠାକାର ଦେଶବାସୀଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି ।

Leave a Reply

Your email address will not be published. Required fields are marked *