ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କ ପରେ ଅର୍ଚ୍ଚନାଙ୍କ ନାଗ ଫାଶରେ କାର୍ତ୍ତିକ।

କିଛି ଦିନ ହେଲା ସୋସିଆଲ ମିଡିଆରୁ ଆରମ୍ଭ କରି ସବୁ ଖବର କାଗଜରେ ଗୋଟିଏ ନାଁ ଅର୍ଚ୍ଚନା ନାଗ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ ବଡ଼ ବଡିଆ ଏବଂ ଖଣି ମାଲିକ ଫସିଛନ୍ତି। ଦିନ ପରେ ଦିନ ବିତିବା ସହିତ ଇଡି ପ୍ରତିଦିନ ଗୋଟେ ଗୋଟେ ନୂଆ ଚେହେରା ଲୋକଙ୍କ ସାମ୍ନାକୁ ଆଣୁଛି। ଆଉ ଦିନେ ଦୁଇ ଦିନ ଭିତରେ ଇଡିରେ ହଜିର ହେବେ ବିଶିଷ୍ଟ ଖଣି ମାଲିକ କାର୍ତ୍ତିକ। ଅର୍ଚ୍ଚନା ଏବଂ ତାର ସହଯୋଗୀ ଖଗା ଖଣି ମାଲିକ କାର୍ତ୍ତିକଙ୍କୁ ବ୍ଲାକମେଲ୍ କରି ତାଙ୍କ ପାଖରୁ ୭୦ ଲକ୍ଷ ଟଙ୍କା ନେଇଛନ୍ତି।

ନଭେମ୍ବର ୨୪, ବୁଧବାର ଦିନ ଇଡି ବିଧାୟକଙ୍କ ଭାଇ ଗଙ୍ଗାଧରଙ୍କୁ ପଚରା ଉଚରା କଲା ବେଳେ ଜାଣିବାକୁ ପାଇଲେ ଯେ ଅର୍ଚ୍ଚନା ଏବଂ ଖଗେସ୍ କେବଳ ଓଡ଼ିଶାରେ ନୁହଁ ବରଂ ରାଜ୍ୟ ବାହାରେ ବି ନିଜର କାରବାର କରିଛନ୍ତି। ଭାଇଯାକ୍ ର ଖଣି ବ୍ୟବସାୟୀ କାର୍ତ୍ତିକଙ୍କ ସହ ଅର୍ଚ୍ଚନାଙ୍କ ୭୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହେଇଛି। କିନ୍ତୁ ସେ ଅର୍ଚ୍ଚନାଙ୍କୁ ଏତେ ଟଙ୍କା କଣ ପାଇଁ ଦେଇଛି ଏ ବିଷୟରେ ଇଡି କୁ କିଛି ସୂଚନା ମିଳିନି।

କାର୍ତ୍ତିକ ମଂଚେଶ୍ୱରରେ ରୁହନ୍ତି। ସେଇ ପାଖରେ ଖଗେଶ୍ବରର ଗୋଟେ ଗ୍ୟରେଜ୍ ଥିଲା। ଖଗେଶ୍ବରର ଏବଂ କାର୍ତ୍ତିକ ଗୋଟେ ପାର୍ଟିରୁ ଦେଖା ହେଇ ଭଲ ସାଙ୍ଗ ହେଇଗଲେ।କିଛି ଦିନ ପରେ ଅର୍ଚ୍ଚନା ଏବଂ କାର୍ତ୍ତିକଙ୍କ ଭିତରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଇଥିଲା। କାର୍ତ୍ତିକ ବିଷୟରେ ଅଧିକ ସୁଚନା ପାଇବା ପାଇଁ ଇଡି ଖାଗେସ୍ ଙ୍କୁ ତୃତୀୟ ଥର ରିମାଣ୍ଡରେ ନେବାପାଇଁ କୋର୍ଟ ଆବେଦନ କରିଥିଲା କିନ୍ତୁ କୋର୍ଟ ରିମାଣ୍ଡକୁ ଖାରଜ କରିଦେଲେ।

କାର୍ତ୍ତିକଙ୍କ ଅଫିସ୍ ରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଅସିଛି ୭୦ ଲକ୍ଷ ଟଙ୍କା। ସେଥିପାଇଁ ଇଡି କିଛି ଦିନ ଭିତରେ କାର୍ତ୍ତିକଙ୍କ ଅଫିସ୍ କୁ ନୋଟିସ୍ ପଠେଇବ। କାର୍ତ୍ତିକଙ୍କ ବୟାନ ପରେ ଜଣା ପଡ଼ିବ ଯେ ଅର୍ଚ୍ଚନା ତାଙ୍କୁ କାହିଁକି ବ୍ଲାକମେଲ୍ କରୁଥିଲେ ଏବଂ ସେ ତାକୁ କାହିଁକି ଏତେ ଗୁଡାଏ ଟଙ୍କା ଦେଇଛନ୍ତି। ବ୍ୟବସାୟୀ ଅମିୟ, ବିଧାୟକଙ୍କ ଭାଇ ଗଙ୍ଗାଧର ଏବଂ ଏବେ ଖଣି ମାଲିକ କାର୍ତ୍ତିକଙ୍କ ପରେ ଦେଖାଯାଉ ଆଉ କାହା ନା ସାମ୍ନା କୁ ଆସୁଛି।

Leave a Reply

Your email address will not be published. Required fields are marked *