ଅଜା ନାତୁଣୀ ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳିଲେ:- ଅର୍ଚ୍ଚନା ।

ଦିର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଗତକାଲି ଅର୍ଚନା ରଖିଲେ ବିସ୍ପୋରକ ବୟାନ । ଯାହା ସାରା ଓଡ଼ିଶାର ଓଡିଶାବାସୀଙ୍କୁ ଏକ ଦମ ସ୍ତବ୍ଧ କରିଦେଇଛି । ଅର୍ଚ୍ଚନା କାଲି ଏପରି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଥିବା ବେଳେ ଘଟଣା ଭିନ୍ନ ମୋଡ଼ ନେଇ ପାରେ ବୋଲି ଲୋକେ ଚର୍ଚ୍ଚା ମଧ୍ୟ କରୁଛନ୍ତି ।

ଅର୍ଚ୍ଚନାର ବିସ୍ପୋରକ ବୟାନ ପରେ ଲୋକେ କହୁଛନ୍ତି କି କଣ ସତରେ ଅର୍ଚ୍ଚନା ନିର୍ଦୋଷ କଣ ସତରେ ଅର୍ଚ୍ଚନାର କିଛି ଭୁଲ ନାହିଁ । କଣ ସତରେ ଅର୍ଚ୍ଚନାଙ୍କୁ ଫସାଇ ଦିଆ ଯାଇଛି । ଅଜା ନାତୁଣୀ କିଏ ଯିଏକି ପଣସ ଖାଇ ଅଠା ଅର୍ଚ୍ଚନାର ମୁଣ୍ଡରେ ବୋଳିଲେ । ଏପରି ଅନେକ ପ୍ରଶ୍ନ ଏବେ ଅର୍ଚ୍ଚନାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ବେଳେ ଲୋକେ ନା ନା କଥା କହୁଛନ୍ତି ।

ଗତକାଲି ଅର୍ଚ୍ଚନାକୁ ଇଡି ପୁଣି ରିମାଣ୍ଡରେ ନେବା ପୂର୍ବରୁ ଅର୍ଚ୍ଚନାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ ଏହି ସମୟରେ ଦୀର୍ଘ ଦିନରୁ ଗଣ ମାଧ୍ୟମ ଓ ଲୋକେ ଅର୍ଚ୍ଚନାର ପ୍ରତିକ୍ରିୟା କୁ ଚାତକ ପରି ଚାହିଁଥିବା ବେଳେ ଗଣମାଧ୍ୟମ ଅର୍ଚ୍ଚନାଙ୍କୁ ନା ନା ପ୍ରଶ୍ନ କରିଥିଲେ । ଅର୍ଚ୍ଚନା ମଧ୍ୟ ସମୟର ସଦୁପଯୋଗ କରି ଏକା ନିଶ୍ୱାସରେ କହିଯାଇଥିଲେ ନା ନା କଥା ।କହିଥିଲେ କି ମତେ ଯଦି ସମୟ ମିଳେ ତେବେ ମୁଁ ସାରା ଓଡିଶାକୁ ବଦେଲେଇ ଦେବି।

ମାନେ ଅର୍ଚ୍ଚନାକୁ ଯେଉଁ ମାନେ ଭୁଲ ବୁଝୁଛନ୍ତି ଅର୍ଚ୍ଚନା ଙ୍କୁ ଯଦି ସମୟ ମିଳିବ ତେବେ ସେ ସାରା ଓଡିଶାକୁ ମାତ୍ର 30 ମିନିଟରେ ବଦଳେଇ ଦେବେ କାରଣ ଅର୍ଚ୍ଚନା କହିଥିଲେ କି ସେ ନିର୍ଦୋଷ । ତାଙ୍କୁ ବିନା କୌଣସି ଭୁଲରେ ଫସାଇ ଦିଆଯାଇଛି। ଆଉ ତାଙ୍କୁ କିଏ ଫସାଇଛନ୍ତି ତାହା ମଧ୍ୟ ଅର୍ଚ୍ଚନା କହିଛନ୍ତି ।

ମତେ ଅଜା ନାତୁଣୀ ଫସାଇ ଦେଲେ । ଅଜା ନାତୁଣୀ ବୋଲି ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ଓ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କହିଛନ୍ତି । କାରଣ ଅଜା ନାତୁଣୀ ଦୁହେଁ ମିଶି ଅର୍ଚ୍ଚନା କୁ ଫସାଇବାକୁ ଯୋଜନା କରିଥିଲେ । ଆଉ ଗଣ ମାଧ୍ୟମ କେବଳ ମନ ଗଢ଼ା କାହାଣୀ ଶୁଣାଇ ଲୋକଙ୍କ ଭ୍ରମ ସୃଷ୍ଟି କଲେ । ତେବେ ଅର୍ଚ୍ଚନା ପୂର୍ବରୁ ଯେଉଁ କଥା କହିଥିଲେ ଏବେ ମଧ୍ୟ ସେହି କଥା କହିଛନ୍ତି କି ଯଦି ମୁଁ ଭୁଲ ତେବେ ତଦନ୍ତ ପରେ ତାହା ସାମ୍ନାକୁ ଆସିବ। ଯେହେତୁ ସେ ନିର୍ଦୋଷ ଅଛନ୍ତି ତେଣୁ ସେ କାହାକୁ ହେଲେ ସୁଦ୍ଧା ଡରୁ ନାହାଁନ୍ତି। କି କାହାକୁ ଡରିବେ ନାହିଁ ମଧ୍ୟ । ଯେତେବେଳେ ସମୟ ଆସିବ । ତାଙ୍କୁ ଭୁଲ ବୁଝୁଥିବା ଓଡିଶା ବାସୀଙ୍କ ଭ୍ରମ ସେ ସଂଶୋଧନ କରିବେ ।

ଆଉ ଏଥିପାଇଁ ତାଙ୍କୁ ମାତ୍ର 30 ମିନିଟ ହିଁ ସମୟ ଲାଗିବ । ତେବେ କେବଳ ଏତିକି ନୁହେଁ । ଅର୍ଚ୍ଚନା ଇଡି କୁ ଚ୍ୟାଲେଞ୍ଜ କରିଥିବା ବେଳେ କହିଛନ୍ତି କି ଯେତେ ବଡ ବଡ ଅଧିକାରୀ ଆସନ୍ତୁ ମୋର ତଦନ୍ତ କରିବାକୁ ମୁଁ ସମସ୍ତଙ୍କୁ ତଦନ୍ତରେ ସହଯୋଗ କରିବି । କାରଣ ମୁ ଜାଣିଛି ମୁଁ କିଛି ମୁଁ କିଛି ଭୁଲ କରିନି । ତେବେ ଅର୍ଚ୍ଚନାର ଏପରି ବିସ୍ପୋରକ ବୟାନ ପରେ ଏବେ ଓଡିଶା ବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।

ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ତ ନିହାତି ଭାବେ ଆସିବ ମାତ୍ର ଅର୍ଚ୍ଚନା କେତେ ଠିକ ଆଉ କେତେ ଭୁଲ ତାହା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର । ଆଉ ସେପଟେ ଅର୍ଚ୍ଚନା ଏବେ ରିମାଣ୍ଡରେ ଥିବା ବେଳେ ଇଡି ବୋଧେ ହୁଏ ଅର୍ଚ୍ଚନା ପାଖରୁ ଆହୁରି ଅନେକ ତଥ୍ୟ ଆଦାୟ କରୁଥିବ ଯାହା ଅର୍ଚ୍ଚନା ମାମଲାରେ ତଦନ୍ତକୁ ଆହୁରି ଆଗକୁ ନେବାକୁ ବେଶ ସହାୟକ ହେବ । ତେବେ ଦେଖିବାକୁ ବାକି ରହିଲା ଘଟଣା କେଉଁ ମୋଡ଼ ନେଉଛି ।

Leave a Reply

Your email address will not be published. Required fields are marked *