ଯୁଗ ବଦଳି ଗଲାଣି , ଆଜିକାର ପିଲା ମାନେ ସ୍କୁଲକୁ ବହି ଛାଡି କଣ୍ଡୋମ୍ ନେଇ ଯାଉଛନ୍ତି

ଦୁନିଆଁ ଯେତେ ଆଗକୁ ବଢି ବଢ଼ି ଚାଲିଛି , କିଛି ନା କିଛି ଜିନିଷ ବହୁତ ପଛରେ ରହି ଯାଉଛି । ଅନେକ ସମସ୍ୟା ସାମ୍ନାକୁ ଆସୁଅଛି । ଆଉ କିଛି ସମସ୍ୟା ସମାଧାନ ହୋଇ ପାରୁନାହିଁ । ତେବେ ଏପରି ପରିସ୍ଥିତିରେ ମଣିଷକୁ ସଜାଗ ରହିବା ଉଚିତ୍ । ଯେଉଁ ଜାଗାରେ ଯେଉଁ କାମ କରିବା ଉଚିତ୍ , ତାହା କରିବା ଦରକାର୍ । ଯାହା ଦ୍ଵାରା ସମସ୍ତେ ସଚେତନ ହୋଇପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଯାଉଛୁ , ଯାହା କେତେ ନିମ୍ନ ସ୍ତରକୁ ଖସି ସାରିଲାଣି ।

ବର୍ତ୍ତମାନ ଦୁନିଆଁର ଶିକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଗଲେ , ଶିକ୍ଷା ବ୍ୟବସ୍ଥା ପୁରାପୁରି ବଦଳି ଗଲାଣି । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ଏକ ସ୍ପଷ୍ଟ ଉଦାହରଣ । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା କି , ଏକ ଛୋଟ ପିଲାର ବ୍ୟାଗ ଭିତରୁ ଏକ କଣ୍ଡୋମ୍ ବାହାରି ଥିଲା । ଆଉ ତାକୁ ବ୍ୟାଗରୁ ବାହାର କରିବା ସମୟରେ ଶିକ୍ଷୟିତ୍ରି ମହାଶୟା ହସି ହସି ଗଡି ଯାଉଥିଲେ । ତେବେ ଏହା ପଛରେ ପିଲାଙ୍କର କିଛି ଭୁଲ ନାହିଁ ବୋଲି ଜଣେ ସମାଜସେବୀ କହିଛନ୍ତି ।

ତାଙ୍କ କହିବା କଥା ଏହା ଯେ , ଏହା ପଛରେ ମୋର୍ଡନ ଜମାନା ଦାୟୀ ଅଟେ । ବଢୁଥିବା ଯୁଗ ସହିତ ବାପା ମାଆଙ୍କର ପିଲା ମାନଙ୍କ ପ୍ରତି ଧ୍ୟାନ ନ ଦେବା ମୁଖ୍ୟ କାରଣ ଅଟେ । ଆଜିକାର ବାପା ମାଆ ନିଜ ପିଲା ମାନଙ୍କୁ ଛାଡି ନିଜ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଆଉ ସଜବାଜ ହେବାରେ ଅଧିକ ସମୟ ଅତିବାହିତ କରୁଛନ୍ତି । ପିଲା ବିଦ୍ୟାଳୟକୁ ଯେପରି ଯାଉ , ଯାହା ନେଇ ଯାଉ ସେଥି ପ୍ରତି ଆଦୌ ଧ୍ୟାନ ନାହିଁ । ସେମାନେ ନିଜେ ନିଜ କାମରେ ମନ ଦେଉଛନ୍ତି ଆଉ ଏପଟେ ପିଲା ଏକୁଟିଆ ବିଦ୍ୟାଳୟକୁ ଯାହା ନେଇ ତାହା ପଳାଇ ଯାଉଛି । ଆଉ ଯାହା ଫଳରେ ଏପରି ଘଟଣା ଗୁଡ଼ିକ ଘଟୁଅଛି।

ତେବେ ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଆଗରୁ ଏପରି ସମୟ ଥିଲା ଯେତେବେଳେ ବାପା ମାଆ ନିଜ ପିଲା ମାନଙ୍କ ଉପରେ ଧ୍ୟାନ ଦେଉଥିଲେ । ସେମାନଙ୍କୁ ମଣିଷ କରିବା ପାଇଁ ନିଜ ସମୟ ଲଗାଇ ଦେଉଥିଲେ । ଆଉ ବିଦ୍ୟାଳୟ ଗଲେ , ତାଙ୍କ ପ୍ରତି ଧ୍ୟାନ ଦେଇ କଣ ଖାଇବେ ସେମାନେ କଣ ରୁଟିନ ଅନୁଯାୟୀ ବହି ଖାତା ନେଇ ଯିବେ , ସବୁ ବୁଝୁଥିଲେ । ତେବେ ଏହା ପଛରେ ବଢୁଥିବା ଯୁଗ ସହିତ ତାଳ ଦେଇ ଚାଲୁଥିବା ବାପା ମାଆଙ୍କ ପ୍ରବଳ ମାତ୍ରାରେ ଭୁଲ ରହୁଛି । ପିଲା ମାନେ ଯାହା ଦ୍ଵାରା କିଛି ଭଲ କଥା ଶିଖି ପାରୁ ନାହାଁନ୍ତି ଆଉ ବିଗିଡି ଯାଉଛନ୍ତି ।

Leave a Reply

Your email address will not be published. Required fields are marked *