କାର-ଖାନା ଭାଉଜଙ୍କ ପ୍ରେମ କାହାଣୀ । ୧୩ ବର୍ଷ ହେବ ଅଛନ୍ତି ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଏବଂ ସ୍ୱାମୀ ସ୍ତ୍ରୀ ଭଳି ।

କାର-ଖାନା ମାଲିକାଣୀ ନେହା ପାଣିଗ୍ରାହୀ ଏବଂ ରଶ୍ମିତାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ । ଏହି ଦୁଇ ଜଣ ମହିଳାଙ୍କୁ କିଏ ବା ନଜାଣେ ? ଏହି ଦୁଇ ଜଣଙ୍କ ସହିତ ଘଟିଥିବା ଘଟଣାକୁ ଭଲ ଭାବରେ ଦେଖିଲେ ଆପଣ ନିଶ୍ଚିତ ଭାବରେ ଜାଣି ପାରିବେ ଯେ କିଭଳି ଭାବରେ ଉନ୍ନତି କରୁଥିବା ଲୋକଙ୍କୁ କିଛି ଲୋକ ସହ୍ୟ କରି ପାରନ୍ତି ନାହିଁ ଏବଂ ସେମାନଙ୍କ ନିଚ୍ଚ ଦେଖାଇବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହି ଦୁଇ ଜାଆ ନିଜକୁ ସ୍ୱାଧୀନ କରିବା ପାଇଁ , ନିଜେ ସ୍ୱାବଲମ୍ବୀ ହେବା ପାଇଁ ଏବଂ କମ ମୂଲ୍ୟରେ ଲୋକଙ୍କୁ ଭଲ ଖାଦ୍ୟ ଯୋଗାଇବା ପାଇଁ ଯେଉଁ କାମ କରୁଛନ୍ତି ତାହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ।

କିନ୍ତୁ କିଛି ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ପେପର ସମେତ ସାପ୍ତାହିକ ମଧ୍ୟ ସେମାନଙ୍କ ସମ୍ମାନକୁ ନଷ୍ଟ କରିବା ଭଳି ଅନେକ କଥା ଛପାଉଛନ୍ତି । ଯାହାକୁ ନେଇ ନେହା ଏବଂ ତାଙ୍କ ସ୍ୱାମୀ ମଧ୍ୟ ମୁହଁ ଖୋଲିଛନ୍ତି । ନେହାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଲୋକେ ଏଭଳି କିଚିବି କହିଲେ ତାଙ୍କର କିଛିବି କ୍ଷତି ହୁଏନାହିଁ କି ହେବନାହିଁ । କାରଣ ତାଙ୍କ ସ୍ତ୍ରୀ ନେହା କୌଣସି ଖରାପ କାମ କରୁ ନାହାଁନ୍ତି ।

ଏପଟେ ଅନେକ ମହିଳା ସେମାନଙ୍କୁ ଉଦାହରଣ ଭାବରେ ନେଇ ସେମାନଙ୍କ ପାଖରେ କାମ କରିବା ଲାଗି ନିବେଦନ ମଧ୍ୟ କରୁଛନ୍ତି । କାରଣ ଏଭଳି ମହାନ କାମକୁ କିଏବା ଖରାପ ଭାବରେ ଦେଖିବ । ପୁଣି କାମ ହେଉଥିବା ସ୍ଥାନକୁ କେବେବି ଏମିତି କେହି ଲୋକ ଆସନ୍ତି ନାହିଁ ଯେଉଁମାନେ ଦୁଇ ଜଣଙ୍କୁ ଖରାପ କହିବେ କିମ୍ବା କମେଣ୍ଟ କରିବେ ।

ନିଜ ରିଲେଶନଶିପ ବିଷୟରେ କହି ନେହା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ସହିତ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଭଳି ପ୍ରାୟ ୧୩ ବର୍ଷ ରହିଛନ୍ତି ଏବଂ ବିବାହକୁ ୪ ବର୍ଷ ବିତି ଯାଇଛି । ନେହା କହିଛନ୍ତି ଯେ ସେମାନଙ୍କର ଏଭଳି କାମ ଦ୍ୱାରା ଇନସ୍ପାୟର ହୋଇ ଗୁଡ଼ଗାଁଓରେ ଦୁଇ ଜଣ ଝିଅ ଏହି ସମାନ କନସେପ୍ଟରେ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଛନ୍ତି । ଯେଉଁ କାରଣରୁ ନେହା ନିଜକୁ ଗର୍ବିତ ମନେ କରୁଛନ୍ତି ।

ସେ କହିଛନ୍ତି ଯେ ଏସବୁ କାମ ସେ କେବେ ପବ୍ଲିସିଟି ପାଇଁ କରି ନଥିଲେ । ତଥାପି ସେ ଯେଉଁଟା ଚାହିଁ ନଥିଲେ ସେଇଟା ତାଙ୍କୁ ମିଳିଛି । ପୁଣି ଲୋକେ କେବଳ ଉପରୁ ଦେଖି କାହାକୁ ଜୋଜ୍ କରିବା ଠିକ ନୁହେଁ କାରଣ ପଛରେ ଥିବା ସଂଘର୍ଷ କାହାଣୀ ଜାଣିବା ପରେ ହିଁ ଲୋକେ କାହା ବିଷୟରେ କିଛି ଲେଖିବା ଉଚିତ ।

Leave a Reply

Your email address will not be published. Required fields are marked *