ସ୍ୱାଧୀନ ଭାରତର ଜଣେ ଏଭଳି ପ୍ରାଧାନମନ୍ତ୍ରୀ । କାର କିଣିବାକୁ ନେଇଥିଲେ ୫୦୦୦ ଟଙ୍କାର ଲୋନ ।

ସ୍ୱାଧୀନ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ବା କିଏ ନଜାଣେ ? ଯାହାଙ୍କ ବେଶ ଭୁଷା ଧୋତି ପାଇଜାମା ସାଙ୍ଗକୁ ପିନ୍ଧୁଥିଲେ ଆଜାଦିର ସଂଗ୍ରାମୀ ଟୋପି । ଉଚ୍ଚତା କମ ହେଲେବି ସେ ଖୁବ ଉଚ୍ଚାଭିଳାଷୀ ଥିଲେ । ତେବେ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଦେଶର ପ୍ରଧାନମନ୍ତ୍ରୀ ହୋଇବି ସୁଦ୍ଧା ସେ କାର କିଣିବାକୁ ୫୦୦୦ ଟଙ୍କାର ଲୋନ ନେଇଥିଲେ । ଯାହାକୁ ତାଙ୍କ ମୃ-ତ୍ୟୁର ୪ ବର୍ଷ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ସୁଝି ଚାଲିଥିଲେ । ତେବେ କହିରଖିବୁ ଯେ ଲାଲବାହାଦୂର ଶାସ୍ତ୍ରୀଙ୍କ ପୁଅ ଅନୀଲ ଶାସ୍ତ୍ରୀ କହିଥିଲେ ଯେ ପିଲାଦିନେ ସେମାନେ କିପରି ସ୍କୁଲ ଯାଉଥିଲେ । ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଅ ସେଣ୍ଟ କଲମ୍ବିୟାନ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ସେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଥିଲେ ।

କିନ୍ତୁ ପିଲାମାନେ ରିକ୍ସାରେ ସ୍କୁଲ ଯାଉଥିଲେ । କିନ୍ତୁ ତାଙ୍କ ତଳେ କାମ କରୁଥିବା ଅନ୍ୟ ସରକାରୀ ଅଧିକାରୀ ମାନଙ୍କ ପିଲାମାନେ କାର ଯୋଗେ ସ୍କୁଲ ଯାଉଥିଲେ । ତେଣୁ ପିଲାମାନେ ଶାସ୍ତ୍ରୀଙ୍କୁ ଏ ବିଷୟରେ ପଚାରିବାରୁ ଶାସ୍ତ୍ରୀ ଉତ୍ତର ଦେଇଥିଲେ ଯେ ସେ ଚାହିଁଲେ ସରକାରୀ ଗାଡ଼ି ତାଙ୍କ ପିଲାଙ୍କୁ ସ୍କୁଲରେ ଛାଡ଼ି ପାରିବ । କିନ୍ତୁ ସେ କେତେ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ ଯାହା ଠିକ ନାହିଁ । ତେବେ ଲାଲବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପରେ ପିଲାମାନେ ପୁଣିଥରେ ଜିଦ କରିବାରୁ ଲାଲବାହାଦୂର ଶାସ୍ତ୍ରୀ ୫୦୦୦ ଟଙ୍କା ଲୋନ କରି ଏକ କାର କିଣିଥିଲେ । ତେବେ ଦେଶର ପ୍ରଧାନମନ୍ତ୍ରୀ ହୋଇବି ସୁଦ୍ଧା ସେ କେତେ ସାଧାରଣ ଭାବରେ ଜୀବନ ବଞ୍ଚୁଥିଲେ ତାହା ଆପଣ ମାନେ ଜାଣି ପାରୁଥିବେ ।

ଆପଣ ମାନେ ନିଶ୍ଚିତ ଭାବରେ ଏହା ଭାବୁଥିବେ ଯେ ଦେଶର ପ୍ରଧାନମନ୍ତ୍ରୀ ହୋଇବି ସୁଦ୍ଧା ସେ କାହିଁକି ଲୋନ କରି ନିଜର ପ୍ରଥମ କାର କିଣିଥିଲେ । ବାସ୍ତବରେ ସେ ଖୁବ ସ୍ୱାଭିମାନି ଥିଲେ । କିନ୍ତୁ ସେ ଅଧିକ ଦିନ ପର୍ଯ୍ୟନ୍ତ କାରରେ ବୁଲି ପାରି ନଥିଲେ । ତାସକେଣ୍ଟ ଗସ୍ତ ସମୟରେ ଲାଲବାହାଦୂର ଶାସ୍ତ୍ରୀଙ୍କର ମୃ-ତ୍ୟୁ ହୋଇଥିଲା । ଆଉ ତାଙ୍କ ମୃ-ତ୍ୟୁ ପରେ ମଧ୍ୟ ତାଙ୍କ ଲୋନକୁ ସୁଝି ଚାଲିଥିଲେ ତାଙ୍କ ସ୍ତ୍ରୀ ଲଳିତା ଶାସ୍ତ୍ରୀ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଲୋନ କ୍ଷମା କରିବାକୁ କହିବା ସତ୍ତ୍ୱେବି ଲଳିତା ମାନି ନଥିଲେ ଏବଂ ପେନସନ ଟଙ୍କା ଦେଇ ଲୋନ ସୁଝିଥିଲେ । କାରଣ ଲାଲବାହାଦୂର ଶାସ୍ତ୍ରୀଙ୍କ ଭଳି ଲଳିତା ଶାସ୍ତ୍ରୀ ମଧ୍ୟ ଖୁବ ସ୍ୱାଭିମାନି ଥିଲେ ।

କହିରଖିବୁ ଯେ ଲାଲବାହାଦୂର ଶାସ୍ତ୍ରୀ ୧୯୦୪ ଅକ୍ଟୋବର ୨ ରେ ଜନ୍ମଗ୍ରହଣ କରିଥିଲେ । ୧୯୬୪ – ୧୯୪୬୬ ମଧ୍ୟରେ ସେ ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପୂର୍ବରୁ ୧୯୬୧ – ୧୯୬୩ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସାରା ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଳବ ଏବଂ କୃଷି ବୃଦ୍ଧି ପାଇଁ ସବୁଜ ବିପ୍ଳବକୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *