ମ୍ୟାଟ୍ରିକ ପର୍ଯ୍ୟନ୍ତ କୋଚିଂ ସେଣ୍ଟର ମନା। କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼ଲାଇନ।

ବଡ଼ ଖବର ମ୍ୟାଟ୍ରିକ ପର୍ଯ୍ୟନ୍ତ କୋଚିଂ ସେଣ୍ଟର ମନା। କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼ଲାଇନ। ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଦେଖି ଏମିତି ନିଷ୍ପତ୍ତି ନିଆଯାଇଛି।ଯଦି ଆପଣ ମାନଙ୍କ ସନ୍ତାନ ୧୬ ବର୍ଷରୁ କମ ସେମାନେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ଆଉ ସେମାନଙ୍କୁ ପାଠ ପଢିବା ପାଇଁ ଆପଣମାନେ କୋଚିଂ ସେଣ୍ଟରକୁ ପଠାଉଛନ୍ତି ତାହାଲେ ଏଇ ଖବର ଆପଣ ମାନଙ୍କ ପାଇଁ। କାରଣ କେନ୍ଦ୍ର ସରକାର ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନେଇଛନ୍ତି କଠୋର ପଦକ୍ଷେପ।

ହଁ ଆଜ୍ଞା କୋଚିଂ ସେଣ୍ଟର ମାନଙ୍କର ଆଉ ଏବେ ମନମାନି ଚଳିବ ନାହିଁ। ଆଉ ମନ ଇଛା କିଛି କରିପାରିବେ ନାହିଁ କୋଚିଂ ସେଣ୍ଟରମାନେ। କେଉଁ ମାନଙ୍କୁ ପଢ଼ାଇବେ କେତେ ସମୟ ପଢ଼ାଇବେ ଆଉ କେମିତି ପଢ଼ାଇବେ ସବୁ କିଛି ସ୍ଥିର କରିଛନ୍ତି କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସର୍ବନିମ୍ନ ମାନ ପାଇଁ ଗାଇଡଲାଇନ ଅଣା ଯାଇଛି। ଆଉ ଏହି ଗାଇଡ଼ଲାଇନରେ ୧୬ ବର୍ଷରୁ କମ ବୟସର ପିଲାଙ୍କୁ ନେଇ ଅଭିଭାବକ ମାନେ ଯାଇପାରିବେ ନାହିଁ କୋଚିଂ ସେଣ୍ଟର ବୋଲି କୁହାଯାଇଛି।

ମାଧ୍ୟମିକ ଶିକ୍ଷା ସମାପ୍ତ ପର୍ଯ୍ୟନ୍ତ ଜଣେ ପିଲା କୋଚିଂ ସେଣ୍ଟରକୁ ଯାଇପାରିବ ନାହିଁ। ଆପଣଙ୍କ ପୁଅ କି ଝିଅ ଯଦି ଦଶମ ଶ୍ରେଣୀରେ କି ତାଠାରୁ କମ ଶ୍ରେଣୀରେ ପାଠ ପଢୁଛନ୍ତି ତାହେଲେ ସେମାନେ ଆଉ କୋଚିଂ ସେଣ୍ଟରକୁ ପାଠ ପଢିବା ପାଇଁ ଯାଇପାରିବେ ନାହିଁ। ଘରକୁ ଟିଉସନ ସାରମାନଙ୍କୁ ଡାକି ପାଠ ପଢ଼ାଇବେ। ପ୍ରଥମରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ପାଠ ପଢିବା ପାଇଁ ପଠାଇଦେଉଥିଲେ ଅଭିଭାବକମାନେ ଯାହା ପରେ ଛାତ୍ରଛାତ୍ରୀ ମାନେ ମାନସିକ ଠାରୁ ଆରମ୍ଭ କରି ଶାରୀରିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖରାପ ପରିସ୍ଥିତିର ଶିକାର ହେଉଥିଲେ କିନ୍ତୁ ଏବେ ଆଉ ସେମିତି କିଛି ହେବ ନାହିଁ। କେନ୍ଦ୍ର ସରକାର ତାଙ୍କ ଗାଇଡ଼ଲାଇନରେ ଦଶମ ଶ୍ରେଣୀ ନସରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ଯାଇପାରିବେ ନାହିଁ ବୋଲି ଗାଇଡ଼ଲାଇନ ଅଣା ଯାଇଛି।

ଖାଲି ସେତିକି ନୁହେଁ ଗ୍ରାଜୁଏସନ ଠାରୁ କମ ଶିକ୍ଷା ପ୍ରାପ୍ତ କୌଣସି ଶିକ୍ଷକ କୋଚିଂ ସେଣ୍ଟରରେ ରହିପାରିବେ ନାହିଁ କି ପାଠ ପଢ଼ାଇପାରିବେ ନାହିଁ। କୋଚିଂ ସେଣ୍ଟରରେ ୫ ଘଣ୍ଟାରୁ ଅଧିକ ପାଠ ପଢା ହୋଇପାରିବ ନାହିଁ। ଏହା ସହିତ ଭଲ ରିଆଙ୍କ କିମ୍ବା ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶୃତି ଛାତ୍ରଛାତ୍ରୀ ମାନଙ୍କୁ ଦେଇପାରିବେ ନାହିଁ ବୋଲି ଗାଇଡ଼ଲାଇନରେ ଅଣାଯାଇଛି। ଏହି ପ୍ରତିଶୃତି କାରଣରୁ ଅନେକ ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ଖରାପ ରେଜଲ୍ଟ କରିବା କାରଣରୁ ଭୁଲ ନିଷ୍ପତ୍ତି ମାନ ନେଉଛନ୍ତି।

ଜାରି କରାଯାଇଥିବା ନିର୍ଦେସାବଳୀରେ କୁହାଯାଇଛି ଉଚ୍ଚ ପ୍ରତିଯୋଗିତା ଏବଂ ଛାତ୍ର ମାନଙ୍କ ଉପରେ ଏକାଡେମୀକ ଚାପ ଯୋଗୁ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ପାଇଁ ପଦକ୍ଷେପ ନେବା ଉଚିତ ଏବଂ ସେମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ଉପରେ ଚାପ ନଦେଇ କ୍ଳାସ ଚଳାଇବା ଉଚିତ। ଏହା ସହ କୁହାଯାଇଛି ଯେ ମାନସିକ ଚାପ ଏବଂ ଅବସାଦର ସମାଧାନ ପାଇଁ ଛାତ୍ର ମାନଙ୍କୁ ପରାମର୍ଶ ଏବଂ ମନ ସାମାଜିକ ସହାୟତା ଯୋଗାଇବା ପାଇଁ କୋଚିଂ ପ୍ରତିଷ୍ଠାନ ଗୁଡିକ ଅଭିଜ୍ଞ ମନବିଜ୍ଞାନୀ ମାନଙ୍କୁ ଜଡିତ କରିବାକୁ କୁହାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଏଭଳି ଗାଇଡ଼ଲାଇନକୁ ଯେଉଁମାନେ ଅବମାନନା କରିବେ ସେହି କୋଚିଂ ସେଣ୍ଟର ମାନଙ୍କୁ ପ୍ରଥମ ଥର ଭୁଲ ପାଇଁ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଦ୍ୱିତୀୟ ଥର ଭୁଲ ପାଇଁ ବି୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ। ଆଉ ଏହା ପରେ ଯଦି ସେମାନେ ଭୁଲ କରନ୍ତି ତେବେ ସେମାନଙ୍କର କୋଚିଂ ସେଣ୍ଟର ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଜରିମାନା ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *