ଚାଇନିଜ୍ ଭାଷାରେ ଲିଖିତ ଏକ ମୁଦି ପିନ୍ଧି ଥିବା ପାରା ଓଡ଼ିଶାରେ ଆସି ପହଞ୍ଚିଲା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ପୁରାତନ ଯୁଗରେ ଯେତେବେଳେ ଟେକ୍ନୋଲୋଜି ଉନ୍ନତ ହୋଇ ନଥିଲା ଅବା କହିବାକୁ ଗଲେ ପୋଷ୍ଟାଲ ସର୍ଭିସ ମଧ୍ୟ ଉପଲବ୍ଧ ନଥିଲା ସେତେବେଳେ ପାରା ମାଧ୍ୟମରେ ବାର୍ତ୍ତା ପହଞ୍ଚାଉ ଯାଉଥିଲା। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗତ କାଲି ଅପରାହ୍ନରେ ରାଉରକେଲାର କାଂଶବାହାଲ ଠାରେ ଏକ ପାରାକୁ ଉଦ୍ଧାର କରାଯାଇଛି। ତେବେ ବିଶେଷ କଥା ହେଉଛି ପାରା ଗୋଡ଼ରେ ଏକ ମୁଦି ଲାଗିଛି ଏବଂ ମୁଦି ଭିତରେ ଏକ ଯନ୍ତ୍ରାଂଶ ରହିଛି। ଆଉ ସେହି ମୁଦିରେ ଚାଇନିଜ୍ ଅକ୍ଷରରେ ଲେଖା ହୋଇଥିବାର ଦେଖିବାକୁ ମିଳିଛି।

ତେବେ ଏହି ପାରାକୁ ଉଦ୍ଧାର କରିବା ପରେ ଅନେକ ପ୍ରଶ୍ନ ଉଠିଛି। ଯେପରିକି ଏହି ପାରା କେଉଁଠୁ ଆସିଲା ? ଗୋଡ଼ରେ ଲାଗିଥିବା ମୁଦି କୌଣସି ଗୁପ୍ତ ବାର୍ତ୍ତା ବହନ କରୁଛି କି ? ଏହା ଶତ୍ରୁ ଦେଶର କୌଣସି ଷଡଯନ୍ତ୍ର ନୁହେଁତ ? ଏହି ପାରା କାଂଶବାହାଲକୁ ଆସିଲା କେମିତି ? ଆଦି ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ପାରାର ଆକୃତି ଭାରତୀୟ ପାରାଙ୍କ ଆକୃତିଠାରୁ ବିଶେଷ ବଡ଼ ରହିଛି। ତେବେ ଏହି ପାରା ଟି ନିଶ୍ଚିତ ବିଦେଶ ଦେଶରୁ ଆସିଥିବା ନେଇ ସନ୍ଦେହ କରାଯାଉଛି। କାଂଶବାହାଲରେ ସବ‌େର୍ଶ୍ବର ଛୋଟରାୟ ନାମକ ବ୍ୟକ୍ତି ଜଣକ ସପରିବାରରେ ଘରେ ବାସ କରୁଥିବା ସମୟରେ ପାରା ଟି ଘର ଭିତରକୁ ପଶି ଆସିଥିଲେ। ତେବେ ଫ୍ୟାନରେ ବାଜି ପାରା କାଳେ ମରିଯିବି ତେବେ ପରିବାର ଲୋକେ ପାରାକୁ ଉଦ୍ଧାର କରିବା ପାଇଁ ପ୍ରୟାସ କଲେ।

ଏହାପରେ ପାରାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ହେଲେ ପାରା ଗୋଡ଼ରେ ଏକ ମୁଦି ଦେଖିବାକୁ ପାଇଥିଲେ। ତେବେ ମୁଦି ଟି ଚାଇନିଜ୍ ଅକ୍ଷରରେ କିଛି ଲେଖା ଥିବାର ଜାଣିବାକୁ ପାଇଥିଲେ ଏବଂ ସେହି ମୁଦି ଭିତରେ ଏକ ଯନ୍ତ୍ରାଂଶ ଥିବାର ମଧ୍ୟ ଜାଣିବାକୁ ପାଇଥିଲେ। ଏହା ଦେଖିବା ପରେ ସେମାନେ ପାରା ଟିକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇଥିଲେ ଏବଂ ପୋଲିସ ଏହାର ତଦନ୍ତ ଆରମ୍ଭ କରି ସାରିଛି।

Leave a Reply

Your email address will not be published. Required fields are marked *