ଦିନେଶଙ୍କୁ ଦୀପିକା ପଚାରିଲେ ବଡ଼ ପ୍ରଶ୍ନ

ଦିନେଶ ଦୀପିକା ମାମ-ଲାରେ ଆଜି ସୁଦ୍ଧାବି କୌଣସି ସମାଧାନ ହୋଇନାହିଁ । ମାମ-ଲା ଆରମ୍ଭ ହେବାର ଏକ ମାସ ବିତି ଗଲାଣି । କହିବାକୁ ଗଲେ ବାସ୍ତବରେ ଏହି ମାମ-ଲା ୨ ବର୍ଷ ଆଗରୁ ଆରମ୍ଭ ହୋଇଛି । ମାତ୍ର ଦୀପିକା ଦିନେଶଙ୍କ ଘରେ ସାମ୍ନାରେ ବସିବାର ଏକ ମାସ ବିତି ଗଲାଣି । ତେବେ ଅନେକ ସମୟରେ ଦିନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ନାନା ପ୍ରକାରର କଥା ଶୁଣାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମ-ଲା କୌଣସି ପ୍ରକାରର ସମାଧାନ ନଜର ଆସୁନାହିଁ । ତେବେ ବର୍ତ୍ତମାନ ସମୟରେ ଦୀପିକା ଏହି ମାମ-ଲାକୁ ନେଇ ଦିନେଶଙ୍କୁ ଏକ ବଡ଼ ପ୍ରଶ୍ନ ପଚାରିଛନ୍ତି ।

ଦୀପିକାଙ୍କ କହିବା କଥା ଯେ ସେ ଏପରି ଭାବରେ ନିନ୍ଦିତ ହୋଇ ଜଣେ ଲୋକ ଆଗରେ ଅପ-ମାନିତ ହୋଇ ଛିଡ଼ା ହୋଇ ରହିବାର ଏକମାତ୍ର କାରଣ ହେଉଛି ନିଜ ପୁଅକୁ ନ୍ୟା-ୟ ଦେବା । କେବଳ ନିଜ ପୁଅକୁ ବାପାର ପରିଚୟ ଦେବାକୁ ସେ ଏପରି କରୁଥିବା କହିଛନ୍ତି । ସେ କହିଛନ୍ତି ଯେ କିପରି ଜଣେ ଅତି ଭଲ ପାଉଥିବା ମଣିଷ ଏତେ ପ୍ରୋମିଶ କରି ଠିକ ସମୟରେ ଛାଡ଼ି ଚାଲିଯାଏ । ଯାହା ଉପରେ ଭରସା କରି ଜଣେ ଝିଅ ଏତେ ବଡ଼ ଭୁଲ କରି ବସେ ଶେଷରେ ସେହି ଲୋକ ତାକୁ ଛାଡ଼ି ଚାଲିଯାଏ ।

ଦୀପିକାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ଗର୍ଭ-ବତୀ ଥିବା କଥା ସାମ୍ନାକୁ ଆସିଲା ସେତେବେଳେ ସେ ଅନେକ କଷ୍ଟର ସମ୍ମୁଖୀନ ହୋଇଥିଲେ । କାରଣ ସେତେବେଳେ ଦିନେଶ ତାଙ୍କ ହାତ ଛାଡ଼ି ଦେଇଥିଲେ । ଯେହେତୁ ଦୀପିକା ଅବିବାହିତ ଥିବା ସତ୍ତ୍ୱେବି ଗର୍ଭ-ବତୀ ହୋଇଥିଲେ ତେଣୁ ତାଙ୍କ ପାଇଁ ମଧ୍ୟ ଏହା ଖୁବ କାଠିକର ପାଠ ଥିଲା । କାରଣ ଏପଟେ ସମାଜ ଲୋକଙ୍କର ଲାଂଛନା ଏବଂ ଅପ-ବାଦ ସାମ୍ନା କରିବାକୁ ପଡୁଥିଲା । ସେତେବେଳେ ସେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଯେତେବେଳେ ଦିନେଶ ଅନ୍ୟ ଜଣେ ଝିଅକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ସେ ବାଧ୍ୟ ହୋଇ ତାଙ୍କ ଘର ସାମ୍ନାରେ ବସିଥିବା ସେ କହିଛନ୍ତି ।

ସେ ଦିନେଶଙ୍କୁ ଏକ ପ୍ରଶ୍ନ କରିଛନ୍ତି ଯେ ଭୁଲ ଉଭୟଙ୍କର ଥିଲା ମାତ୍ର ଦିନେଶ ଏପରି କେମିତି କରିପାରିଲେ ? ଯେତେବେଳେ ଦିନେଶ ୪ ମାସ ପର୍ଯ୍ୟନ୍ତ ଜେ-ଲରେ ରହିଲେ ସେତେବେଳେ ସେ ବିବାହ କରିବାକୁ ରାଜି ମଧ୍ୟ ହୋଇ ନଥିଲେ । ତେଣୁ ଜଣେ ଅବିବାହିତ ମା ପିଲା ଜନ୍ମ କରି ତାକୁ ବଡ କରିବା ନିଶ୍ଚିତ ଭାବରେ ଏକ ଚ୍ୟା-ଲେଞ୍ଜ । ମାତ୍ର ଦିନେଶଙ୍କ ପରିବାର ଲୋକେ ତାଙ୍କୁ ବୁଝି ପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *