ଦୀପିକା ଶୌଚ ହେବାକୁ ଯାଇଥିବା ବେଳେ କିଏ ଦେଲା ନାତ ?

ଦୀପିକାଙ୍କୁ ସହି ପାରୁନି କିଏ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଦୀପିକାଙ୍କ ଅନିଷ୍ଟ ଚିନ୍ତା କରୁଛି କିଏ। କିଏ ଏପରି ଲୁଚି ଲୁଚି ଆସି ଦୀପିକାଙ୍କ ସବୁ ଜିନିଷକୁ ଫିଙ୍ଗି ଦେଇ ଫିର ଲୁଚି ଯାଉଛନ୍ତି। କିଏ ସିଏ ଯିଏ ଏପରି କାଣ୍ଡ ଭିଆଉଛନ୍ତି। ଦୀପିକା ନ୍ୟାୟ ପାଇଁ ଧାରଣାରେ ବସିଥିବା ବେଳେ କିଏ ସେହି ବ୍ୟକ୍ତି ଯିଏ ଭିତରେ ଭିତରେ ଦୀପିକାଙ୍କ ଚେର କାଟୁଛନ୍ତି। କଣ ଚାହୁଁଛନ୍ତି କି ଦୀପିକାଙ୍କୁ ଏପରି ହଇରାଣ କଲେ ଦୀପିକା ଧାରଣାରୁ ଉଠିଯିବେ। ନ୍ୟାୟ ପାଇଁ ଏତେ ଦିନ ହେଲା ଧାରଣା ଦେଇଥିବା ବେଳେ ଏତେ କଷ୍ଟ ସହିଲା ପରେ ସେ ଏଇ ଧାରଣାରୁ ଓହରି ଯିବେ । ନାଇଁ ଦୀପିକା ସିଧାସଳଖ ମନା କରିଛନ୍ତି କି ସେ କେବେ ହେଲେ ମଧ୍ୟ ଖାଲି ହାତରେ ନ୍ୟାୟ ନପାଇ ଧାରଣାରୁ ଉଠିବେ ନାହିଁ।

ମାତ୍ର ଦୀପିକାଙ୍କୁ କିଏ ହାତରେ ନମାରି ଭାତରେ ମାରୁଛନ୍ତି ଆସନ୍ତୁ ନଜର ପକାଇବା। କିଏ ସେହି ବ୍ୟକ୍ତି ଯିଏ ଦୀପିକା ଶୌଚ ହେବାକୁ ଯାଇଥିବା ସମୟରେ ନାତ ମାରିଥିଲେ ଓ ଏହି ଘଟଣା କିପରି ସାମ୍ନାକୁ ଆସିଥିଲା। ଏବଂ ଏଥି ସହିତ କିପରି ନାତ ମାରିଥିବା ବ୍ୟକ୍ତିଙ୍କୁ ଦୀପିକା ଜାଣି ପକାଇଥିଲେ। ଦୀପିକା ଯେତେବେଳେ ଶୌଚ ହେବାକୁ ଯାଇଛନ୍ତି ସେତେବେଳେ ଦୀପିକାଙ୍କ ଜିନିଷକୁ ଦିନେଶଙ୍କ ଘର ଭିତରୁ ଜଣେ କେହି ଆସି ନାତ ମାରି ଫିଙ୍ଗି ଦେଉଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଧାରଣା ସ୍ଥଳରେ ଦୀପିକା ନଥିବା ଦେଖି ଏହି ସମୟରେ କେହି ଜଣେ ଦିନେଶଙ୍କ ଘରର ଗେଟ ଖୋଳୁଛନ୍ତି ଓ ଚାରି ଆଡକୁ ଚାହୁଁଛନ୍ତି। ଯେତେବେଳେ ଦେଖୁଛନ୍ତି କି ବାହାରେ କେହି ନାହାଁନ୍ତି ଏହି ସୁଯୋଗରେ ଦିନେଶଙ୍କ ଘର ଭିତରୁ କେହି ଜଣେ ନାତ ମାରି ଜିନିଷ ତଳେ ପକାଇ ଦେଉଛନ୍ତି ଓ ଏହି ସମୟର ଟିକନିଖି ଘଟଣାରେ କ୍ୟାମେରାରେ କଏଦ ହେଉଛି ବୋଲି ବୋଧେ ହୁଏ କେହି ଜାଣି ନାହାଁନ୍ତି। ତେବେ ଦୀପିକାଙ୍କୁ ଏଭଳି ଲୁଚି ଛପି କଷ୍ଟ ଦିଆ ଯାଉଥିବା ଦୀପିକା କହିଥିବା ବେଳେ ପୂର୍ବରୁ ମଧ୍ୟ ଦୀପିକାଙ୍କ ଅନୁପସ୍ଥିତିରେ ଦୀପିକାଙ୍କ ଜରି ପାଲକୁ ନିଆଁ ହୁଳା ପକାଇ ପୋଡି ଦିଆଯାଉଥିବା ଅଭିଯୋଗ ଆଣିଥିଲେ ଦୀପିକା ଓ ତା ସହିତ ଦୀପିକାଙ୍କ ଉପରକୁ ମାଂସ ଖାଇ କଣ୍ଟା ମଧ୍ୟ ଫିଙ୍ଗିଥିଲେ ଯାହା ଦୀପିକା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ। ହେଲେ ଏତେ ପରେ ବି ଦୀପିକା ଧର୍ଯ୍ୟର ସହ ଏ ସବୁକୁ ସାମ୍ନା କରିଛନ୍ତି କାରଣ ଦୀପିକା ନ୍ୟାୟ ଚାହୁଁଛନ୍ତି।

ଦୀପିକା କହିଛନ୍ତି ଯେତେ କଷ୍ଟ ଆସୁ ମୁଁ କେବେ ହେଲେ ଧାରଣାରୁ ଉଠିବି ନାହିଁ କାରଣ ମୋ ପୁଅ ବାପାର ପରିଚୟ ଚାହେଁ। ମୋ ପୁଅ ବଡ଼ ହୋଇ ସମାଜରେ ମୁଣ୍ଡ ଟେକି ବାଟ ଚାଲୁ ମୁଁ ସେ କଥା ଚାହେଁ। ଆଉ ଏ ଲଢ଼େଇରୁ ମୁଁ ସେହି ଦିନ ଓହରି ଯିବି ଯେବେ ଦିନେଶ ମୋ ପୁଅକୁ ବାପାର ପରିଚୟ ଦେବେ ଓ ମତେ ନ୍ୟାୟ ମିଳିବ ମତେ ସ୍ତ୍ରୀ ରୂପେ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *