ଦିନେଶ ତୁମେ ଏମିତି କେମିତି ବଦଳିଗଲ।

ଦିନେଶ ତୁମର ମନେ ଅଛି ନା ସେଦିନ ତୁମେ ମତେ କହିଥିବା ସେହି କିଛି ପଦ କଥା। ଦିନେଶ ତୁମର ମନେ ଅଛି ନା ମୋ ହାତରେ ହାତ ରଖି କହୁଥିଲ ତୁମେ ମୋ ହାତ କେବେ ଛାଡ଼ିବ ନାହିଁ ବୋଲି। ଦିନେଶ ତୁମର ମନେ ପଡୁଛି ନା ସେ ଦିନ ପାଦରେ ପାଦ ମିଶାଇ ଚାଲିବା ବେଳେ ତୁମେ କଣ କହିଥିଲ ? କହିଥିଲ ଏମିତି ଜୀବନର ଶେଷ ନି-ଶ୍ୱାସ ପର୍ଯ୍ୟନ୍ତ ତୁମେ ମୋ ପାଦରେ ପାଦ ମିଶାଇ ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥି ହୋଇ ଅତିକ୍ରମ କରିବାର କଥା।

ସମୁଦ୍ର ବାଲିରେ ବାଲି ଘର ତୋଳି ମତେ ସ୍ୱପ୍ନ ଦେଖାଇଥିଲ ଆମ ପ୍ରେମର ମନ୍ଦିର ଗଢିବାର କଥା। ତୁମର ଏ ସବୁ ମନେ ଅଛି ନା ଦିନେଶ ? ଦିନେଶ ତୁମେ ସେହି ଦିନେଶ ନା ଯିଏ ମତେ ଗୋଟେ ମୁହୂର୍ତ୍ତ ନଦେଖିଲେ ପା-ଗଳ ହୋଇଯାଉଥିଲ ଆଉ କହୁଥିଲ ତୁ ମୋ ଦେହର ଛାଇ। ଦିନେଶ କେହି କଣ କେବେ ନିଜ ଛାଇକୁ ନିଜ ପାଖରୁ ଦୂରେଇ ଦେଇ ପାରନ୍ତି ?

କେମିତି ବଦଳି ଗଲ ତୁମେ ? କେମିତି ଭୁଲିଗଲ ମତେ ଦେଇଥିବା କଥା । ତୁମର ସେ କଥାକୁ ମୁଁ ବିଶ୍ୱାସ କରି ଆଜି ଫ-ସିଗଲି ଦିନେଶ। ତୁମକୁ ବିଶ୍ୱାସ କରି ମୁଁ ଠ-କିଗଲି ଦିନେଶ।

ଏମିତି କିଛି ମନେ ମନେ କହି ଆଖିରୁ ନିରବତାର ଲୁ-ହ ଝରାଉଛନ୍ତି ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର କେ ଦୀପିକା। ଦିନେଶ ତାଙ୍କୁ ଦେଇଥିବା ସେହି ବିଶ୍ୱାସ ଆଉ ଭରସା ପ୍ରତି-ଶ୍ରୁତିକୁ ମନେ ପକାଇ ନିଜକୁ ଧିକାର କରୁଛନ୍ତି କେ ଦୀପିକା। ଆଉ ମନେ ମନେ ନିଜକୁ ଖୁବ ଗା-ଳି କରୁଛନ୍ତି। ଭଲ ପାଇ ଭୁଲ କରିଦେଲେ ବୋଲି ମନେ ମନେ ଭାବୁଛନ୍ତି।

ପ୍ରେମ ଆଣି ଛାଡି ଦେଲା ଦାଣ୍ଡ ଦୁଆରେ ବୋଲି ଅନୁତାପ କରୁଛନ୍ତି । ଆଉ ଭାବୁଛନ୍ତି ଯେଉଁ ଦିନେଶ କହୁଥିଲେ ତୁମକୁ କେହି କିଛି କହିଲେ ତା ଜୀବନ ଜୀବନ ନେଇଯିବି ଆଜି ସେହି ଦିନେଶଙ୍କ ପାଇଁ ମତେ ଅନେକ କଥା ଶୁଣିବାକୁ ମିଳୁଛି। କିଏ କହୁଛି ମତେ ବେ-ଶ୍ୟା ତ ଆଉ କିଏ କହୁଛି ଚରିତ୍ର ହୀନା ।କିଏ ମତେ ମାଡ଼ ମା-ରୁଛି ତ ଆଉ କିଏ ମୋ ଉପରକୁ ମାଂ-ସ ଖାଇ କଣ୍ଟା ଫି-ଙ୍ଗୁଛି।

ହେଲେ ମୋର ଭୁଲ କଣ ? ତୁମକୁ କେବଳ ବିଶ୍ୱାସ ଭରସା କରି ଭଲ ପାଇବା ତୁମ ଛୁଆର ମା ହେବା ଆଉ ତୁମ ଛୁଆକୁ ନ୍ୟା-ୟ ଦେବା ପାଇଁ ତୁମ ଦା-ଣ୍ଡ ଦୁଆରେ ଧାରଣାରେ ବସିବା। ମୁଁ ଆଉ କଣ କରିଥାନ୍ତି ମୋ ପାଖରେ କିଛି ରାସ୍ତା ନଥିଲା। ଆମ ପୁଅ ଯେବେ ବଡ଼ ହେବ ସ୍କୁଲ ଯିବ ତାକୁ ସମସ୍ତେ ପଚାରିବେ ତୋ ବାପା କିଏ ତୁମ ର-କ୍ତରୁ ଜନ୍ମ ନେଇଥିବା ଆମ ପୁଅ ସେମାନଙ୍କୁ କଣ କହିବ ?ତା ବାପାର ପରିଚୟ କଣ ଦେବ ?

ମନେ ମନେ ଏମିତି କିଛି ଭାବୁଛନ୍ତି କେ ଦୀପିକା। ଆଖିରୁ ଲୁ-ହ ଝରାଉଛନ୍ତି କେବେ କେବେ ଦିନେଶଙ୍କ ଉପରେ ଖୁବ ରା-ଗୁଛନ୍ତି ଆଉ କେବେ ଫିର ନେହୁରା ହେଉଛନ୍ତି। ହେଲେ ଦିନେଶ ତୁମେ କଣ ପଥର ହୋଇଯାଇଛ ତୁମକୁ ମୁଁ ଆଉ ମୋ ଛୁଆର ଲୁହ ଦେଖା ଯାଉନି ? କେବେ ଆମକୁ ଗ୍ରହଣ କରିବ ? କେବେ ମତେ ସ୍ତ୍ରୀ ଆଉ ତୁମକୁ ଛୁଆକୁ ବାପାର ପରିଚୟ ଦେବ ? ମୁଁ ଜାଣିଛି ଦିନେଶ ତୁମେ ଏତେ ଅବିବେକି ହୋଇ ପାରିବ ନାହିଁ। ମୋର ବିଶ୍ୱାସ ତୁମେ ମତେ ଓ ମୋ ପିଲାକୁ ଗ୍ରହଣ କରିବ।

ଆଜିବି ଏମିତି ଆଶା ନେଇ କେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତେବେ ଦେଖିବାକୁ ବାକି ରହିଲା ଦିନେଶ କେ ଦୀପିକା ଓ ତାଙ୍କ ଶିଶୁ ପୁତ୍ରଙ୍କୁ କେବେ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *