ଦିନେଶ ମୁଁ ବଞ୍ଚିଥିବା ବେଳେ ତୁ ତ ମତେ ଟିକିଏ ବି ହେଲେ ଖୁସି ଦେଲୁନି ସବୁବେଳେ ଖାଲି ନିଜ ସ୍ୱାର୍ଥ ଦେଖିଲୁ। ଶୁଣେ ମୁଁ ଯେତେବେଳେ ଏମିତି କଷ୍ଟ ଯ-ନ୍ତ୍ରଣା ପାଇ ପାଇ ତୋ ଘର ଆଗରେ ଆଖି ବୁଝିବି ସେହି ଦିନ କିଛି ନହେଲେ ବି ନିସ୍ୱା-ର୍ଥରେ ମୋ ଶ-ବକୁ ଚାରି କାନ୍ଧ ଦେବୁ। ତୋ ଘର ଆଗରେ ପଡୁଥିବ ହରି ବୋଲ। ରାମ ନାମ ସତ୍ୟ ହେ ରେ ଫା-ଟି ପଡୁଥିବ ତୋ କାନ। କୋକେଇ ସଜଡା ହେଉଥିବ ଆଉ ସେଥିରେ ମୁଁ ସୋଇଥିବି।
ଶୁଣ ସବୁ ରା-ଗ ରୁଷା ମାନ ଅଭିମାନ ଭୁଲି ଯାଇ ତୁ ମୋ ମଥାରେ ସିନ୍ଦୁର ଟିକେ ଦେବୁ। ବଞ୍ଚିଥିବା ଅବସ୍ଥାରେ ନଦେଲୁ ନାହିଁ ମୁଁ ମ-ରିଗଲା ପରେ ତୁ ଯଦି ମୋ ମଥାରେ ଟିକେ ସିନ୍ଦୁର ଦେବୁ ନା ତାହାଲେ ସତ କହୁଛି ମୁଁ ଉପରେ ଥାଇବି ଖୁବ ଖୁସି ହେବି ମୋ ଆତ୍ମାକୁ ଶାନ୍ତି ମିଳିବରେ। ତୋ ହାତରୁ ସିନ୍ଦୁର ପିନ୍ଧିବାକୁ ଆଉ ତୋ ସ୍ତ୍ରୀର ପରିଚୟରେ ବଞ୍ଚିବାକୁ ମୁଁ ଲ-ଢ଼ି ଲ-ଢ଼ି ସବୁ ଦିନ ପାଇଁ ସୋଇଯାଇଥିଲେ ବି ତୁ କିନ୍ତୁ ମୋ ମଥାରେ ସିନ୍ଦୁର ଦେବୁ ରେ।
କେତେ ସ୍ୱପ୍ନ ଦେଖିଥିଲି ତତେ ନେଇ। କେତେ କଳ୍ପନା କରିଥିଲି ତତେ ନେଇ। ତୁ ମତେ ତୋ ପ୍ରେମର ଜା-ଲରେ ଫ-ସାଇବା ଦିନ ଠାରୁ ମୁଁ ତୋ ମିଠା ମିଠା କଥାକୁ ବିଶ୍ୱାସ କରି ନେଉଥିଲି। ଭାବିଥିଲି ତତେ ବାହା ହେବି ମୋ ଭଲ ପାଇବାକୁ ପାଇବି। ତୋ ଭଳି ଜୀବନ ସାଥିଟିଏ ମତେ ମିଳିବ। ହେଲେ ଦିନେଶ ମୁଁ ସତରେ ଜାଣିନଥିଲି ରେ ତୁ ଏମିତି ସାଂଘା-ତିକ ଭ-ୟଙ୍କର ଖେଳ ମୋ ସହ ଖେଳିବୁ ବୋଲି।
ମୋ ସହ ଭଲ ପାଇବାର ନାଟକ କରି ମତେ ଠକି ଦେଇ ଚାଲିଯିବୁ ବୋଲି। ମୋ ଶରୀର ସହ ଖେଳି ମତେ ଗର୍ଭ-ବତୀ କରି ମୋ କୋଳରେ ଛୁଆ ଦେଇ ମତେ ଅଧା ରାସ୍ତାରେ ଧୋ-କା ଦେବୁ ବୋଲି।
ଟିକେ ଭାବିଲୁ ମୋ କଥା ମୁଁ କେମିତି ମୋ ଦିନ କା-ଟୁଥିବି। ତୁ ସିନା ପୁଅଟେ ପିତଳ ହେଲେ ମୁଁ ପରା ମାଟି ହାଣ୍ଡି। ବିବାହ ପୂର୍ବରୁ ମୋ କୋଳରେ ଛୁଆ ଦେଲୁ। ସମାଜ ଲ-ଜ୍ୟାରେ ମୁଁ ଯେତେବେଳେ ତତେ ବିବାହ କଥା କହିଲି ସେତେବେଳେ ଦୁନିଆ ବାହାନା କଲୁ। ମୋ କୋଳରେ ଯେଉଁ ଛୁଆ ଅଛି ତାହା ତୋ ଛୁଆ ନୁହେଁ ବୋଲି ମଧ୍ୟ କହିଲୁ। ଦିନେଶ ତୁ ଏକଥା କହିବା ସମୟରେ ତୋ ପାଟି ଅଟକି ଗଲାନି ତୋ ବିବେକ ଟିକେ ବାଧା ଦେଲାନି କି ? ଏ ଦୁନିଆ ସିନା ଜାଣିନଥିଲା ହେଲେ ତୁ ତ ବହୁତ ଭାବେ ଜାଣିଥିଲୁ ସେ ଛୁଆ କାହାର ବୋଲି। ହେଲେ ତଥାପି ଦୁନିଆ ସାମ୍ନାରେ ଫା-ଙ୍କି ଦେଲୁ।
ଏବେ ଏତେ ଦିନ ହେଲାଣି ମୁଁ ତୋ ଘର ସାମ୍ନାରେ ଧାରଣାରେ ବସିଛି। ଯେଉଁ ଦିନ ତୋ ଘର ଆଗରୁ ମଶାଣୀକୁ ମୋ ଜୁ-ଇ ଯିବ ସେହି ଦିନ ମତେ ଅହି ସୁଲକ୍ଷଣି କରି କରିଦେବୁ। ତୋ ହାତରୁ ସିନ୍ଦୁର ମୋ ମଥାରେ ଦେବୁ ମୋ ମଥା ଝଟକୁ ଥିବ ତୋ ସିନ୍ଦୁରରେ। ଆଉ ମୁଁ ତୋ ହାତରୁ ସିନ୍ଦୁର ପାଇ ଉପରେ ଥାଇ ଖୁସି ହେଉଥିବି। ଆଉ ମୋ ଚାଲିଯିବାରେ ତୋ ପରିବାର ବି ଖୁସି ହେଉଥିବେ। ଏମିତି କିଛି ଭାବି ଭାବି ଆଖିରୁ ଲୁ-ହ ଝରା-ଉଛନ୍ତି ଦୀପିକା। ଆଉ କେତେ କ-ଷ୍ଟ ଯ-ତ୍ନଣା ସହିବି ଯେଉଁ ଦିନ ମ-ରିଯିବି ସେହି ଦିନ ଦିନେଶ ବୁଝିବ ମୁଁ ତାକୁ କେତେ ଭଲ ପାଉଥିଲି।