ଦୀପିକା କହିଲେ ନାରୀ ହିଁ ନାରୀର ଶ-ତ୍ରୁ,ମୋ ଶାଶୁ ମତେ ହଇ-ରାଣ କରୁଛନ୍ତି।

ଆଜକୁ 13 ଦିନ ହେଲାଣି ବର୍ଷାରେ ଭିଜୁଛି,ଖରାରେ ସିଜୁଛି। ପଡିଶା ଲୋକେ ଦେଖି ସହି ପାରୁ ନାହାନ୍ତି ମୋ କ-ଷ୍ଟ। ହେଲେ ଯିଏ ମୋ ଶାଶୁ ହେବେ ସେ ମତେ ଅନେକ ନିର୍ଯା-ତନା ଦେଉଛନ୍ତି। କେତେବେଳେ ମୋ ବାଲ୍ଟି ଫିଙ୍ଗି ଦେଉଛନ୍ତି ତ କେତେବେଳେ ମୋତେ ଗା-ଳି କରୁଛନ୍ତି ତ ଆଉ କେତେବେଳେ ମୋ ଉପରକୁ ମାଂସ ଖାଇ କଣ୍ଟା ଫିଙ୍ଗୁଛନ୍ତି।

ଢୋ ଢୋ ଶ୍ରାବଣର ବର୍ଷାରେ ମୁଁ ଭିଜୁଛି ଆଉ ସିଝୁଛି ହେଲେ ମୋ ଶାଶୂଘର ଲୋକଙ୍କ ମନ ବଦଳୁନି। ଶାଶୁଘର କଥା ଛାଡ଼ନ୍ତୁ ଯାହା ହାତ ଧରି ଦିନେ ସ୍ୱପ୍ନ ରାଇଜରେ ଉଡ଼ିବୁଲୁଥିଲି।ଯିଏ ଦିନ ରାତି ମତେ ଅନେକ ସ୍ୱପ୍ନ ଦେଖାଉଥିଲେ ଆଉ ଯିଏ ଦିନେ କହୁଥିଲେ ଦୀପିକା ମୁଁ ତୁମକୁ କେବେ କ-ଷ୍ଟ ଦେବିନି ତାଙ୍କରି ପାଇଁ ହିଁ ମୁଁ ଆଜି ଅନେକ କ-ଷ୍ଟ ପାଉଛି।

ମୋ ଶାଶୁ ମୋ ମୁଣ୍ଡ ଉପରେ ଖରା ବର୍ଷାକୁ ସାହାରା ସାଜିଥିବା ଜରିପାଲକୁ ଫିଙ୍ଗିଦେଲେ ଉପରୁ ନି-ଆଁ ହୁଳା ପକାଇ ତାକୁ କଣା କରିଦେଲେ ଶେଷରେ ମତେ ମା-ଡ଼ ମା-ରିବାକୁ ନାଲି ଆଖି ଦେଖାଇଲେ ହେଲେ କିନ୍ତୁ ଏହି ସାହି ଲୋକେ ମତେ ଦୟା କରି ଆଉ ଥରେ ପାଲ ଆଣି ଟାଙ୍ଗି ଦେଲେ ।

ଏବେ ସାହି ଲୋକେ ମୋ କଷ୍ଟ ବୁଝିପାରୁଛନ୍ତି ଆଗକୁ ମଧ୍ୟ ସାହିର ଅନେକ ଲୋକେ ବାହାରି ମତେ ସାହାଯ୍ୟ କରିବେ ମୋର ବିଶ୍ୱାସ ଅଛି କାରଣ ମୁଁ ମୋ ନିଜ ପାଇଁ ନୁହେଁ ଆଜ୍ଞା ମୋର କୁନି ପୁଅ ପାଇଁ ନ୍ୟା-ୟ ମାଗୁଛି। ଯେଉଁଠି ସାହି ଲୋକେ ମୋ କଷ୍ଟ ସହି ପାରୁ ନାହାଁନ୍ତି ସେଇଠି ସମ୍ପ-ର୍କରେ ମୋ ଶାଶୁ ହେବେ ଯିଏ ସେ ହିଁ ମୋ ଦଉଡି କୁ କା-ଟି ଦେଲେ। ଘର ଗ୍ରୀଲ ଭିତରୁ ଯେଉଁ ରସି ଖଣ୍ଡେ ବାନ୍ଧି ମୁଁ ଲୁଗା ପଟା ସୁଖାଉ ଥିଲି ତାକୁ ବି କା-ଟିଦେଲେ।

ଏ ସବୁ ଛୋଟ କାମ କରି କେବଳ ମତେ କଷ୍ଟ ଦେବାକୁ ଚାହୁଁଛନ୍ତି। ଭାବୁଛନ୍ତି ଏମିତି କଷ୍ଟ ଦେଲେ ମୁଁ ଏ ଘର ଆଗରୁ ଉଠିଯିବି ହେଲେ ନାଇଁ। ଯେଉଁଠି ମୁଁ ୧୩ ଦିନ ହେଲାଣି ଅନେକ କ-ଷ୍ଟ ପାଇଲିଣି। ଆଉ ଏଠାରୁ ନ୍ୟା-ୟ ନପାଇ ଖାଲି ହାତରେ କେବେ ହେଲେ ଫେରିବିନି। ଦିନେଶ ମତେ ସ୍ତ୍ରୀ ଭାବରେ ଗ୍ରହଣ କରିବେ। ମୋ ଛୁଆକୁ ତାଙ୍କ ପୁଅ ବୋଲି ଗ୍ରହଣ କରି ମୋ ଛୁଆକୁ ତା ବାପାର ପରିଚୟ ଦେବା ପରେ ମୁଁ ଏଠାରୁ ହିଁ ଉଠିବି। ପୂର୍ବରୁ ମତେ ଡର ଲାଗୁଥିଲା ହେଲେ ଏବେ ଆଉ ଡର ଲାଗୁନି ମୋ ସହ କିଛି ସାହି ଭାଇ ଅଛନ୍ତି ମୋତେ ପୋ-ଲିସ ପ୍ରୋଟେ-କସନ ମିଳିଛି। ମୁଁ ଡ-ରିଲେ ମୋ ନିରିହ ନିଷ୍ପାପ ଶିଶୁଟି ତା ବାପାର ପରିଚୟରୁ ବଞ୍ଚିତ ହେବ ବୋଲି କହିଛନ୍ତି କେ ଦୀପିକା।

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର କେ ଦୀପିକାଙ୍କ ଧାରଣାକୁ ଏହାରି ଭିତରେ ୧୩ ଦିନ ପୁରିଛି। ଧାରଣାକୁ ୧୩ ଦିନ ପୁରିଥିଲେ ବି ସେହିଠାରେ ବସିରହିଛନ୍ତି କେ ଦୀପିକା ଓ ତାଙ୍କ ଲଢେ-ଇରେ ସାରଥୀ ସାଜିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ।

ସେପଟେ ଦୀପିକା ଆହୁରି ମଧ୍ୟ ଗଣ ମାଧ୍ୟମକୁ ପ୍ରତି-କ୍ରିୟା ଦେଇ କହିଛନ୍ତି କି ମତେ ଦୁଃ-ଖ ଲାଗୁଛି କି ଜଣେ ନାରୀ ହିଁ ଆଉ ଜଣେ ନାରୀର କ୍ଷ-ତି ଦେଖି ସହି ପାରୁଛି। ଯଦି ନାରୀ ଟିଏ ଆଉ ଗୋଟେ ନାରୀକୁ ସାହାଯ୍ୟ କରିଥାନ୍ତା ତେବେ ତାହା ସମାଜକୁ ଏକ ସୁନ୍ଦର ବାର୍ତା ଦେଇଥାନ୍ତା। ହେଲେ ଏଠାରେ କିନ୍ତୁ ଭିନ୍ନ ଚିତ୍ର ଏଠି ଗୋଟେ ନାରୀ ହିଁ ଆଉ ଗୋଟେ ନାରୀର ଶ-ତ୍ରୁ ହେଇ ତାକୁ ହାତରେ ନମାରି ଭାତରେ ମା-ରିଲା ଭଳି ପ୍ରତ୍ୟକ୍ଷରେ ନହେଲା ବି ପରୋକ୍ଷରେ ନିର୍ଯ୍ୟା-ତନା ଦେଉଛି ନାରୀର କଷ୍ଟ ତାଙ୍କୁ ଦେଖା ଯାଉନି।

Leave a Reply

Your email address will not be published. Required fields are marked *