ରାମ ମନ୍ଦିରକୁ ମିଳିଲାନି ପାଞ୍ଚ ହଜାର କୋଟିରୁ ଅଧିକ ଦାନ । ମନ୍ଦିରରେ ଲାଗିବ ୧୦୦ କେଜିର ୪୨ ଟି ସୁନା କବାଟ ।

ବର୍ତ୍ତମାନ ସମୟରେ ରାମ ମନ୍ଦିର ସମ୍ବନ୍ଧରେ ଅପଡେଟ ଏହା ଯେ ଚଳିତ ମାସ ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । କହିରଖିବୁ ଯେ ରାମ ମନ୍ଦିରକୁ ଦାନ ପରେ ଦାନ ମିଳିବାର ଲାଗିଛି । ମନ ଖୋଲି ଭକ୍ତ ମାନେ ଦାନ କରୁଛନ୍ତି । ଏବେ ସୁଦ୍ଧା ୩୨୦୦ କୋଟି ଟଙ୍କାର ଦାନ ମିଳି ସାରିଲାଣି । ଏତେ ଦାନ ମିଳିଲାନି ଯେ ପୁରା ମନ୍ଦିର ଅଳ୍ପ ଦିନରେ ସୁନାର ହେଇଯିବ । ଆଜ୍ଞା ହଁ , ଆଉ ମାତ୍ର ଅଳ୍ପ ଦିନ ପରେ ରାମ ମନ୍ଦିରର ପ୍ରତିଷ୍ଠା ହେବ । ଜାନୁୟାରୀ ୨୨ ତାରିଖରେ ରାମ ଲହାଳକୁ ଗର୍ଭ ଗୃହରେ ସ୍ଥାପନ କରାଯିବ । ପୁରା ଭାରତ ପାଇଁ ଜାନୁଆରୀ ୧୨ ହେଉଛି ଅତି ଶୁଭଙ୍କର ଦିନ । ଏହା ପୂର୍ବରୁ ରାମ ମନ୍ଦିର ଗର୍ଭ ଗୃହରୁ ପ୍ରଥମ ସୁନା କବାଟର ଫୋଟ ଆସିଛି ।

ଯାହା ଖୁବ ସୁନ୍ଦର ଦେଖା ଯାଉଛି । ଯେତେ ବେଳେ ରାମ ମନ୍ଦିର ପାଇଁ ଶିଳାନ୍ୟାସ ରଖା ଗଲା ସେତେ ବେଳେ କେହି ଭାବିନଥିଲି ଯେ ଏତେ ମାତ୍ରରେ ଦାନ ମିଳିବ ବୋଲି । ସେହି ଦାନ ଅର୍ଥରେ ମନ୍ଦିର ର ପ୍ରଥମ ମୋହଲ ନିର୍ମାଣ ହୋଇ ଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଟ୍ରଷ୍ଟ ସୂଚନା ଅନୁଯାୟୀ ମନ୍ଦିରର ସମର୍ପଣ ପାଣ୍ଠି ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ୩୨୦୦ କୋଟି ଟଙ୍କା ମିଳିଛି ।

ତେବେ ପୂର୍ବରୁ ଦେଶରେ ୧୧ କୋଟିର ଲୋକଙ୍କ ଠାରୁ ୯୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଡିସେମ୍ବର ସୁଦ୍ଧା ୫୦୦ କୋଟି ଟଙ୍କା ଦାନ ମିଳିସାରିଛି । ଟ୍ରଷ୍ଟ ସୂଚନା ଅନୁଯାଇ ବର୍ତ୍ତମାନ ସୁଦ୍ଧା ୧୮ କୋଟି ରାମ ଭକ୍ତ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୨୦୦ କୋଟି ଟଙ୍କା ଜମା କରିଛନ୍ତି । ଖାଲି ସେତିକି ନୁହେଁ , ମନ୍ଦିରରେ ପ୍ରଥମ ସୁନା କବାଟ ଲଗା ଯାଇଛି ବୋଲି କୁହାଯାଇଛି ।

ମନ୍ଦିରରେ ପ୍ରଥମ ମୋହଲାରେ ଲଗାଯାଇଥିବା ପ୍ରଥମ ସୁନା କବାଟର ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆସନ୍ତା ତିନି ଦିନ ମଧ୍ୟରେ ଆହୁରି ୧୩ ଟି ସୁନା କବାଟ ଲଗାଯିବ । ତେବେ ଏହି କବାଟର ଉଚ୍ଚାତା ରହିଛି ୧୨ ଫୁଟ ଏବଂ ଓସାର ଏବଂ ଉଚ୍ଚତା ୮ ଫୁଟ ରହିଛି । ମନ୍ଦିରରେ ଗର୍ଭ ଗୃହରେ ଗୋଟିଏ କବାଟ ରହିବ ଏହାର ଉପରେ ଭଗବାନ ବିଷ୍ଣୁଙ୍କ ଶୟନ ମୁଦ୍ରା ସ୍ଥାନ ପାଇବ । ମନ୍ଦିରର ମୋଟ ୪୬ ଟି କବାଟ ରହିବ । ଏଥିରେ ୪୨ ରୁ ୧୦୦ କିଲୋଗ୍ରାମ ସୁନାର ପରସ୍ତ ଲଗାଯିବ । ରାମମନ୍ଦିର ସିଡ଼ି ପାଖରେ ଲାଗିବାକୁ ଥିବା ଚାରୋଟି କବାଟ ଶାଗୁଆନ କାଠ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ଉପରେ ହାଇଦ୍ରାବାଦର କାରିଗରଙ୍କ କୀର୍ତ୍ତି ରହିଛି । ବାକି ଅନ୍ୟ କବାଟରେ ତମ୍ବାର ଚାଦର ଲଗାଯାଇଛି ଏବଂ ପରେ ସୁନାର ପ୍ରଲେପ ଦିଆଯାଇଛି ।

Leave a Reply

Your email address will not be published. Required fields are marked *