ଦୁନିଆର ସବୁଠୁ ଭଲ ସ୍ବପ୍ନ। ଯଦି ଦେଖିଛନ୍ତି କାହାକୁ କୁହନ୍ତୁ ନାହିଁ….

ବନ୍ଧୁମାନେ ସ୍ବପ୍ନ ଦେଖିବା ଏକ ସାଧାରଣ କଥା ଅଟେ। କିଛି ସ୍ବପ୍ନ ବହୁତ୍ ସୁନ୍ଦର ହୋଇଥିବା ବେଳେ ଆଉ କିଛି ସ୍ବପ୍ନ ଭୟାନକ ଅବା ଠାକୁରଙ୍କ ଉପରେ ଆଧାରିତ ସ୍ବପ୍ନ ହୋଇଥାଏ। ତେଣୁ ସ୍ୱପ୍ନର ସ୍ୱରୂପ ଭିନ୍ନ ହୋଇଥାଏ। କିଛି ସ୍ବପ୍ନ ଆମେ ମନେ ରଖିଥାଉ ହେଲେ ବାକି କିଛି ସ୍ବପ୍ନ ଶୋଇ କରି ଉଠିବା ପରେ ଆମେ ଭୁଲି ଯାଇଥାଉ।

କିଛି ସ୍ବପ୍ନ ସତ ହୋଇ ଥାଏ ହେଲେ କିଛି ସ୍ବପ୍ନ କାଳ୍ପନିକ ଅବା ଭ୍ରମ ହୋଇଥାଏ। ଆଜି ଆମେ ଏହି ସ୍ବପ୍ନକୁ ନେଇ କିଛି କଥା ମାନ କହିବୁ ଯାହା ପଶୁ ପକ୍ଷୀ, ଗଛ ଲତା, ବିନାଶର ସ୍ବପ୍ନ ଦେଖୁଛନ୍ତି। ତେବେ ଏହା ସହ ଜାଣିବା କେଉଁ ସ୍ବପ୍ନ ଆମ ପାଇଁ ଖରାପ ହୋଇଥାଏ ଅବା କେଉଁ ସ୍ବପ୍ନ ଆମ ପାଇଁ ଭଲ ହୋଇଥାଏ। ଅବା କେଉଁ ସ୍ବପ୍ନ କେତେ ଦିନରେ ସତ ହେବାର ସମ୍ଭାବନା ରହିଥାଏ।

ସୁଖକୁ ନେଇ ଅବା ଦୁଃଖକୁ ନେଇ ଥିବା ଆମର ସ୍ବପ୍ନ ସହିତ ଜଡ଼ିତ କିଛି ଜଣା ଅଜଣା କଥା। କେଉଁ ସ୍ବପ୍ନ ଦେଖିଲେ ସତ ହୁଏ ଅବା କେଉଁ ସ୍ବପ୍ନ କେତେବେଳେ ଦେଖିଲେ କଣ ହୁଏ? ତାହାର ବର୍ଣ୍ଣନା ଆଜି ଆମେ ସ୍ବପ୍ନ ଶାସ୍ତ୍ର ବିଷୟରେ କରିବା। ଯଦି ଆମେ କେବେ ଭଲ ସ୍ବପ୍ନ ଦେଖନ୍ତି ତେବେ ଏହାପରେ ନିଦ ଭାଙ୍ଗିଯାଏ। ତେବେ ଆମକୁ ପୁନର୍ବାର ଶୋଇବାକୁ ହୋଇନଥାଏ। ଏଥିପାଇଁ ଭଗବାନଙ୍କୁ ଆମକୁ ଧନ୍ୟବାଦ ଦେବା ଉଚିତ୍। ଭଲ ସ୍ବପ୍ନ ଦେଖିଲେ କେବେ କାହାକୁ କହିବେ ନାହିଁ କାରଣ ଏହି ସ୍ବପ୍ନ ହିଁ ସାକାର ହେବ ନାହିଁ।

ଯଦି ଭଲ ସ୍ବପ୍ନ ଦେଖନ୍ତି ତେବେ ଗୋପନ ରଖନ୍ତୁ। ଯଦି ବାଳ ସ୍ବପ୍ନ ରାତି ୧୨ଟାରୁ ୨ଟା ଭିତରେ ଦେଖନ୍ତି। ତେଣେ ଆପଣଙ୍କୁ ତୁରନ୍ତ ଭଗବାନ ଶିବଙ୍କୁ ଧ୍ୟାନ କରିବାକୁ ପଡିବ ଅବା ଓଁ ନମଃ ଶିବାୟ ଜପ କରନ୍ତୁ। ସକାଳୁ ସ୍ନାନ ସାରି ଶିବଙ୍କ ପୂଜା ଆରାଧନା କରିବା ଉଚିତ୍। ଏପରି କରିବା ଦ୍ବାରା ଖରାପ ସ୍ବପ୍ନ ଦେଖିବାର ଆସର କମିଯାଏ। ଯଦି ଭୟଙ୍କର ସ୍ବପ୍ନ ସବୁବେଳେ ଦେଖୁଛନ୍ତି ତେବେ ଶିବଙ୍କ ସହିତ ଭଗବାନ ହନୁମାନଙ୍କ ଧ୍ୟାନ କରିବା ଆବଶ୍ୟକ। ଏହା ସହିତ ହନୁମାନ ଚାଳିଶା, ହନୁମାନ ଅଷ୍ଟକ ପାଠ ନିଶ୍ଚୟ କରନ୍ତୁ। ଏପରି କଲେ ଖରାପ ସ୍ୱପ୍ନର ଖରାପ ଆସର କମିଯାଏ।

ରାତି ୧୨ ଠାରୁ ୧ ଟା ପର୍ଯ୍ୟନ୍ତ ଯଦି ସ୍ଵପ୍ନ ଦେଖନ୍ତି ତେବେ ଏହାକୁ ପୁରା ହେବାକୁ ୩ବର୍ଷ ସମୟ ଲାଗିଥାଏ। ରାତି ୨ରୁ ୩ ଟା ଭିତରେ ଦେଖିଥିବା ସ୍ବପ୍ନ ୧ବର୍ଷ ଭିତରେ ପୂର୍ଣ୍ଣ ହୋଇଯାଏ। ୩ଟାରୁ ୪ଟା ପର୍ଯ୍ୟନ୍ତ ଦେଖୁଥିବା ସ୍ବପ୍ନକୁ ପୁରା କରିବାକୁ ୬ ମାସ ଲାଗିଥାଏ। ରାତି ୪ଟାରୁ ୫ଟା ଭିତରେ ଦେଖୁଥିବା ସ୍ବପ୍ନ ୩ ମାସ ଭିତରେ ପୁରା ହୋଇଥାଏ। ୫ଟାରୁ ୬ଟା ଭିତରେ ଦେଖୁଥିବା ସ୍ବପ୍ନ ୧ମାସ ଭିତରେ ପୁରା ହୋଇଥାଏ।ଦିନରେ ଦେଖିଥିବା ସ୍ୱପ୍ନର ଫଳ ନଥାଏ। ଆସନ୍ତୁ ଜାଣିବା ସ୍ବପ୍ନ ଏବଂ ଏହାର ଫଳ ବିଷୟରେ।

୧. ଯଦି କୌଣସି କୁନି ଛୁଆକୁ ବା କୋମଳ ପଶୁକୁ ଆପଣ କୋଳରେ ଧରୁ ଥିବାର ସ୍ବପ୍ନ ଦେଖନ୍ତି। ତେବେ ବୁଝିନେବେ କି ଆପଣଙ୍କର ଭଲ ସମୟ ଆସିବାକୁ ଅଛି। ଅର୍ଥାତ୍ ଏହି ଭଳି ସ୍ବପ୍ନ ଆପଣଙ୍କୁ ଲାଭ ଦେଇଥାଏ। ଏଥିପାଇଁ ତୁରନ୍ତ ଭାଗବାନଙ୍କୁ ଧନ୍ୟବାଦ୍ ଦିଅନ୍ତୁ।
୨. ସ୍ବପ୍ନରେ ଯଦି ପାରା ଦେଖନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କର ଭୟଙ୍କର ରୋଗ ଦୂରେଇ ଯିବାର ସମ୍ଭାବନା ଅଛି।

୩. ସ୍ବପ୍ନରେ ଭାଇକୁ ଦେଖିବାର ମାନେ ହେଉଛି ଆପଣଙ୍କ ଜୀବନରେ ବହୁତ୍ ଶୀଘ୍ର ନୂଆ ମିତ୍ର ଆସିବାକୁ ଯାଉଛନ୍ତି। ୪. ସ୍ବପ୍ନରେ ନିଜର ମୃତ୍ୟୁ ଦେଖିବାର ଅର୍ଥ ହେଉଛି କି ଆପଣ ନିଜର ଖରାପ କର୍ମ ସବୁ ଦୂରେଇ ସବୁ ପ୍ରକାର ରୋଗରୁ ମୁକ୍ତି ପାଇ ଆଗକୁ ବଢିବାର ପ୍ରୟାସ କରୁଛନ୍ତି।

୫. ମଶାଣିର ଶବ ଯଦି ଆପଣ ସ୍ବପ୍ନରେ ଦେଖୁଛନ୍ତି ତେବେ ଏହା ଶୁଭ ଲାଭ ପାଇଁ ଉଦ୍ଧିଷ୍ଟ। ଏମିତି ସ୍ବପ୍ନ ଆପଣଙ୍କ ଜୀବନରେ ଉନ୍ନତି ଆଣିଥାଏ। ୬. ସ୍ବପ୍ନରେ ତ୍ରିଶୂଳ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଆପଣଙ୍କ ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳି ଯାଇଛି।

୭. ସ୍ବପ୍ନରେ ଯଦି ବନ୍ଧୁ ବନ୍ଧବଙ୍କୁ ଦେଖୁଛନ୍ତି ଏହାର ଅର୍ଥ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି। ୮. ସ୍ବପ୍ନରେ ମନ୍ଦିର ଦେଖିବା ଅର୍ଥ ଆପଣଙ୍କ ଜୀବନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବ। ୯. ଫକୀର ବାବାଙ୍କୁ ଦେଖିବା ଅର୍ଥ ଏହାକୁ ଶୁଭ ମାନା ଯାଏ। ୧୦. ସ୍ବପ୍ନରେ ଘର ଜାଳିବା ଅର୍ଥ ଏହା ଶୁଭ ସମୟର ସଂକେତ ଦେଇ ଥାଏ।

୧୧. ସ୍ବପ୍ନରେ ସାପ ଦେଖିବା ଅବା ଅଜଗର ସାପ ଦେଖିବା ଅର୍ଥ ଆପଣଙ୍କ ବ୍ୟବସାୟରେ କ୍ଷତି ହେବାକୁ ଯାଉଛି। ୧୨. ସ୍ବପ୍ନରେ କାଉ ଦେଖିବା ହେଉଛି ଭବିଷ୍ୟତରେ ଖରାପ ସଂକେତ ଦେଖିବାର ଆଶଙ୍କା ଥାଏ। ୧୩. ସ୍ବପ୍ନରେ ଝିଟିପିଟି ଦେଖିବା ଅର୍ଥ ଆପଣଙ୍କ ଘରେ ବହୁ ଜଲ୍ଦୀ ଚୋରି ହେବାକୁ ଯାଉଛି।

୧୪. ସ୍ବପ୍ନରେ ନିଜକୁ ଉପରୁ ତଳକୁ ପଡ଼ିବାର ଦେଖିବା ଅବା ରାସ୍ତାରେ ପଡ଼ିଯିବା ଭଳି ସ୍ବପ୍ନ ଦେଖିବା ଅର୍ଥ ଏହା ଧନ,ବ୍ୟବସାୟ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଆସିପାରେ। ଯଦି ନିଜକୁ ପଡ଼ିକି ଇଥିବର ଦେଖନ୍ତି ତେବେ ନିଜକୁ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ୧୫. ସ୍ବପ୍ନରେ କାହାର ଶେଷ ଯାତ୍ରା ଦେଖିବା ଅର୍ଥ ନିଜର ଜୀବନରେ ସମସ୍ତ ଖରାପ କାର୍ଯ୍ୟର ଶେଷ ହେଇଯିବ। ଏହାଥିଲା କିଛି ମହତ୍ତ୍ଵ ପୂର୍ଣ୍ଣ ସ୍ବପ୍ନ ଅବା ଏହାର ଅର୍ଥ ମାନ।

Leave a Reply

Your email address will not be published. Required fields are marked *