ଦୁର୍ଘ-ଟଣାର ଲାଇଭ ଭିଡିଓ ସିସିଟିଭିରେ ହେଲା କଏଦ , ଦୃଶ୍ୟ ଦେଖି ଥରି ଉଠିବ ଆପଣଙ୍କ ଛାତି : ଦେଖନ୍ତୁ ଭିଡିଓ

ଜୀବନକୁ ସମସ୍ତଙ୍କର ଭୟ ରହିଥାଏ । କିନ୍ତୁ ମୃତ୍ୟୁ କେତେବେଳେ ଆସିଯାଏ , ଆଉ କେତେବେଳେ ଆସି ଜୀବନ ନେଇଯାଏ ସେ କଥା ଆମେ କେହି ଜାଣି ନଥାନ୍ତି । ଆଜିର ମଣିଷ କାଲି କୁ ନଥାଏ । ହଠାତ୍ ସେ ମାଟିରେ ମିଶିଥାଏ ଆଉ ଚିରଦିନ ପାଇଁ ତା ନାମ ଏଇ ମାଟିରୁ ଲିଭି ଯାଏ ।

ତେବେ ଏହି ମୃତ୍ୟୁର ମୁଖ୍ୟ କାରଣ ବର୍ତ୍ତମାନ ସମୟରେ ଦୁର୍ଘ-ଟଣା ପାଲଟି ଯାଇଛି । ବିଶ୍ବରେ ପ୍ରତିଦିନ ହଜାର ହଜାର ଦୁର୍ଘଟଣା ଘଟୁଛି ଆଉ ନିରୀହ ମାନଙ୍କର ଜୀବନ ଯାଉଛି । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଦୁର୍ଘ-ଟଣା ସିସିଟିଭି ରେ ହୋଇଛି କଏଦ।

ଏପରି ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ଶୀତେଇ ଉଠିବ । ଏପରି ବି ହୋଇପାରେ ଦୁର୍ଘଟଣା । ସବୁ କିଛି ଠିକ୍ ଠାକ୍ ଥିଲା କିନ୍ତୁ ହଠାତ୍ ଆସିଲା କାଳ ବୈଶାଖୀ । ଗତକାଲି ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭଟକୁମରାଡ଼ା ନିକଟସ୍ଥ ପାଗଳ ବାବା ଆଶ୍ରମ ଛକ ନିକଟରେ ଏପରି ଏକ ହୃଦୟ ବିଦାରକ ଦୁର୍ଘ-ଟଣା ଦେଖିବାକୁ ମିଳିଥିଲା । ଆଉ ସେଠାରେ ଲାଗିଥିବା ସିସିଟିଭି ରେ ଏ ସବୁ ଦୃଶ୍ୟ କଏଦ ହୋଇଥିଲା । ତେବେ ତିନି ଜଣ ଛାତ୍ରୀ କଲେଜ ସାରି ଘରକୁ ଫେରୁଥିଲେ ।

ତେବେ ଟ୍ରାଫିକ ନିକଟରେ ସେମାନେ ଛିଡା ହୋଇଥିଲେ ଆଉ ଅପେକ୍ଷା କରିଥିଲେ । କିନ୍ତୁ ହଠାତ୍ ସେମାନଙ୍କ ପଛରୁ ଏକ କାର ଦ୍ରୁତ ବେଗରେ ମାଡ଼ି ଆସିଥିଲା । ଆଉ ସେମାନଙ୍କୁ ଚାପି ପକାଇ ଥିଲା । ତେବେ ଆଘାତ ପାଇ କିଏ କୁଆଡେ ବିଛାଡି ହୋଇ ପଡ଼ିଥିଲେ , ସେ କଥା କହି ହେବ ନାହିଁ ।

କାହାର ସାଇକେଲ ତ ଆଉ କାହାର ବ୍ୟାଗ ଆଉ କେଉଁ ଜାଗାରେ ପଡ଼ିଥିଲା । ଏହାବ୍ୟତୀତ କାର ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ । ତେବେ ଏହାପରେ ନିକଟରେ ଉପସ୍ଥିତ ରହିଥିବା ଲୋକମାନେ ଛାତ୍ରୀ ମାନଙ୍କୁ ଉଦ୍ଧାର କରି ଭଟକୁମରାଡ଼ା ଚିକିତ୍ସାଳୟକୁ ପଠାଇ ଦେଇ ଥିଲେ ।

କିନ୍ତୁ ଡାକ୍ତର ସେମାନଙ୍କ ଅବସ୍ଥା ଦେଖି ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ତେବେ ଏଠାରେ ତିନି ଜଣ ଛାତ୍ରୀ ଚିକିତ୍ସିତ ହେଉଛନ୍ତି । ଭାଗ୍ୟକୁ କାହାର ମୃତ୍ୟୁ ହୋଇ ନାହିଁ । ସମସ୍ତେ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ପକ୍ଷରେ ଗାଆଁ ଲୋକ ସେହି ଗାଡ଼ି ଡ୍ରାଇଭର ସହିତ ଗାଡ଼ିକୁ ଅଟକାଇ ରଖିବା ସହିତ ଡ୍ରାଇଭରଙ୍କ ଅବସ୍ଥା ଦେଖି ତାଙ୍କୁ ମଧ୍ୟ ଡାକ୍ତରଖାନା ପଠାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *