ଦ୍ୱିତୀୟ ଜୀବନ ସାଥି ଖୋଜିଲେ ଅନୁଭବ !

ବାହା ହେଲେ ଅନୁଭବ ମହାନ୍ତି। ବର୍ଷାଙ୍କ ସହ ସବୁ ସମ୍ପର୍କ ଛିଡାଇ ଅନୁଭବ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଅନୁଭବ ଦ୍ୱିତୀୟ ଥର ପାଇଁ ଖୋଜିଛନ୍ତି ତାଙ୍କ ଜୀବନ ସାଥି। ମଥାରେ ଚନ୍ଦନ ଟିପା ଆଉ ମୁହଁରେ ଏକ ସ୍ମିତ ହସ ଦେଇ ଅନୁଭବ ସାଜିଛନ୍ତି ବର ବେଶ। ସତେ ଯେପରି ଏମିତି ଅନୁଭବ ହେଉଛି ଦୀର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି ।

କେବଳ ଏତିକି ନୁହେଁ ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ଅନୁଭବ ସାତ ଜନ୍ମ ପାଇଁ ସାଥିରେ ରହିବାକୁ ମଧ୍ୟ କଥା ଦେଇଛନ୍ତି। ହାତରେ ସିନ୍ଦୁର ଧରି ଜୀବନ ସାଥୀଙ୍କ ମଥାରେ ସିନ୍ଦୁର ପିନ୍ଧାଇ ନିଜର କରିଛନ୍ତି ଅନୁଭବ ମହାନ୍ତି। ତେବେ ଏହାକୁ ନେଇ ଆଜି ସକାଳୁ ଓଡ଼ିଶାରେ ବେଶ ଚର୍ଚ୍ଚା ମଧ୍ୟ ହେଉଛି। କେହି କେହି ଅନୁଭବ ମହାନ୍ତିଙ୍କ ବିବାହରେ ଖୁସି ହେଉଛନ୍ତି ତ ଆଉ କେହି କେହି ଅନୁଭବ ମହାନ୍ତିଙ୍କ ଉପରେ ରାଗୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ସମସ୍ତଙ୍କ ମନରେ କିନ୍ତୁ ଗୋଟିଏ କଥା ଅନୁଭବ ମହାନ୍ତି ସତରେ କାହାକୁ ବାହା ହେଲେ ।

କିଏ ସେହି ଯୁବତୀ ଯାହାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ଜନ୍ମ ଜନ୍ମାନ୍ତର ପାଇଁ ଅନୁଭବ ତାଙ୍କୁ ସାଥି କରିଛନ୍ତି। ଗୋଟେ ପଟେ ବର୍ଷାଙ୍କ ସହ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଥିବା ବେଳେ ଅନୁଭବ ବର୍ଷାଙ୍କୁ ଡିଭୋର୍ସ ନ ଦେଇ କିପରି ନିଜର କରିନେଲେ। ତେବେ ଏତେ ସବୁ ଭିତରେ ଲୋକେ ବର୍ତ୍ତମାନ ଅନୁଭବଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

କିଏ କହୁଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ଅନୁଭବ ବିବାହ କରିଛନ୍ତି ତ ଆଉ କିଏ କହୁଛନ୍ତି ଅନୁଭବ ବୋଧେ ହୁଏ ଆଉ ଥରେ ପ୍ରେମ ବିବାହ କରିଛନ୍ତି। ତେବେ ଅନୁଭବଙ୍କୁ ନେଇ ଏତେ ସବୁ ଚର୍ଚ୍ଚା ଆଲୋଚନା ଭିତରେ ସମସ୍ତଙ୍କ ମନରେ ସେହି ଗୋଟଏ କଥା କିଏ ହେଲା ଅନୁଭବଙ୍କ ଦ୍ୱିତୀୟ ପତ୍ନୀ। ତେବେ ଏହି ଘଟଣାକୁ ନେଇ ଆଜି ସକାଳୁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଥିବା ବେଳେ।

ଲୋକେ ଟିଭି ଆଗରେ ବସି ଅନୁଭବଙ୍କ ଟିକ ନିଖି ଅପଡେତ ଜାଣିବାକୁ ଚାହୁଁଛନ୍ତି।ସେପଟେ ଦୀର୍ଘ ସମୟର ଚର୍ଚ୍ଚା ଆଲୋଚନା ପରେ ଯାହା ବର୍ତ୍ତମାନ ଶୁଣିବାକୁ ମିଳିଛି କି ଅନୁଭବ ମହାନ୍ତିଙ୍କ ବିବାହ ସତ ବିବାହ ନୁହେଁ। ଏହା ଏକ କାଳ୍ପନିକ ଥିଲା। ଅନୁଭବ ମହାନ୍ତିଙ୍କର ଏକ ଫିଲ୍ମର ସୁଟିଙ୍ଗ ବାରିପଦାରେ ଚାଲିଥିବା ବେଳେ ବିବାହର ଏକ ସିନ ଥିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା।

ଯେଉଁ ସମୟରେ ଅନୁଭବଙ୍କର ମିଛି ମିଛିକା ବିବାହ ହେଉଥିଲା ସେହି ସମୟରେ ଅନୁଭବ ମହାନ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରଥମେ ଭାଇରାଲ ହେଉଥିଲା । ଯାହାକୁ ଦେଖିବା ପରେ ଲୋକେ ଭାବୁଥିଲେ କି ଅନୁଭବ ମହାନ୍ତି ବୋଧେ ହୁଏ ଦ୍ୱିତୀୟ ବିବାହ କରିନେଲେ ମାତ୍ର। ଏନେଇ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଲାଗି ରହିଲା । ତେବେ ବର୍ତ୍ତମାନ ଯାହା ସୂଚନା ଆସୁଛି କି ଏହା ସତ୍ୟ ନୁହେଁ ଏହା ଏକ ମିଛ ବିବାହ।

ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ଓ କୁଇନ। ଦୁହିଁଙ୍କ ବିବାହ ବିଚ୍ଛେଦ ଓଡିଶା ବାସୀ ଚାହାଁନ୍ତି ନାହିଁ। ପ୍ରତ୍ୟକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳେ କି ଦୁହିଁଙ୍କୁ ଏକାଠି ହୋଇଯିବାକୁ ସେମାନଙ୍କ ପ୍ରଶଂସକ ମାନେ କୁହନ୍ତି। ମାତ୍ର ଆଜିର ଖବର ସମସ୍ତଙ୍କୁ ଦୁଃଖ ଦେଇଥିଲା। ହେଲେ ଅନୁଭବଙ୍କ ଫ୍ୟାନ୍ସ ମାନେ କିନ୍ତୁ ଖୁସୀ ଥିଲେ

Leave a Reply

Your email address will not be published. Required fields are marked *