ମଦ ନିଶାରେ କୁକୁରର ଲାଞ୍ଜ ଏବଂ କାନକୁ କାଟି ଚାଖଣା କରି ଖାଇଲେ :-

ଏପରି କୁହାଯାଏ ଯେ ନିଶା ମଣିଷକୁ ବର୍ବାଦ କରିପାରେ । ମଦ ନିଶା ପାଇଁ ଲୋକେ ଅନ୍ୟର ହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏପରି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଦ ନିଶାରେ ମଣିଷ ଯେ ଏପରି କୁତ୍ସିତ କାର୍ଯ୍ୟ କରିପାରେ ତେବେ ଆପଣ ସ୍ୱପ୍ନରେବି ସୁଦ୍ଧା ଭାବି ପାରିବେ ନାହିଁ । ଜଣେ ବ୍ୟକ୍ତି ମଦ ନିଶାରେ ଏକ କୁକୁରର କାନ ଏବଂ ଲାଞ୍ଜ କାଟି ଚାଖଣା କରି ପିଇଛନ୍ତି । ତେବେ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଘଟଣା ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମଦ ନିଶା ଏତେ ଘାରିଛି ଯେ ବ୍ୟକ୍ତି ଜଣକ ଚାଖଣା ପାଇଁ କୁକୁରର ଲାଞ୍ଜ ଏବଂ କାନକୁ ସୁଦ୍ଧା କାଟି ଚାଖଣା ପ୍ରସ୍ତୁତ କରି ପିଇ ଦେଇଛନ୍ତି । ତେବେ କୁକୁର ନୁହେଁ ବରଂ ଦୁଇ ଦୁଇଟି କୁକୁର ଛୁଆ । ବ୍ୟକ୍ତି ଜଣକ ଦୁଇଟି କୁକୁର ଛୁଆର ଲାଞ୍ଜ ଏବଂ କାନକୁ କାଟି ଲୁଣରେ ବୁଡାଇ ଚାଖଣା କରି ପିଇଛନ୍ତି । ତେବେ ଘଟଣାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସୁଦ୍ଧା ସତ ଅଟେ । ଏପରି ଘଟଣା ଉତ୍ତରପ୍ରଦେଶର ବରେଲି ଠାରେ ଘଟିଛି ।

ବରେଲି ଜିଲ୍ଲାର ଫରିଦପୁର ଅଞ୍ଚଳର ଏସ୍ଡ଼ିଏମ କଲୋନୀରେ ଏପରି ଏକ ଘଟଣା ଘଟିଛି । ମଦୁଆ ଲୋକ ଜଣେ ଏକ କୁକୁର ଛୁଆର ଦୁଇଟି ଯାକ କାନ କାଟି ଦେଇଥିବା ବେଳେ ଅନ୍ୟଟିର ଲାଞ୍ଜକୁ ଅଧାରୁ କାଟି ଦେଇଛନ୍ତି । ଏଭଳି ଅମାନବୀୟ କାଣ୍ଡ ପରେ ଦୁଇଟି ଯାକ କୁକୁର ଛୁଆ ଭୟରେ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ । ରାସ୍ତାରେ ଦୁଇଟି କୁକୁର ରକ୍ତାକ୍ତ ହୋଇ ବୁଲୁଥିବା ସମୟରେ କିଛି ଲୋକ ଉଦ୍ଧାର କରିଥିଲେ । ତେବେ ବର୍ତ୍ତମାନ କୁକୁର ଦୁଇଟିର ଚିକିତ୍ସା ଚାଲିଛି । ତେବେ ଅଭିଯୁକ୍ତ ମୁକେଶ ବାଲ୍ମୀକି ଏବଂ ଅନ୍ୟ ଜଣେ ବ୍ୟକ୍ତି ବସି ମଦ ପିଉଥିଲେ । ସେମାନଙ୍କର ଚାଖଣା ସରି ଯାଇଥିଲା ।

ଆଖପାଖରେ କିଛି ନଥିବାରୁ ରାସ୍ତାରେ ବୁଲୁଥିବା ଦୁଇଟି କୁକୁର ଉପରେ ସେମାନଙ୍କର ନଜର ପଡ଼ିଥିଲା । ମୁକେଶ ଦୁଇ କୁକୁର ଛୁଆକୁ ଧରିଥିଲେ । ପ୍ରଥମେ ଗୋଟିଏ କୁକୁର ଛୁଆର ଦୁଇଟି ଯାକ କାନ କାଟି ଦେଇଥିଲେ ଏବଂ ତାପରେ ଅନ୍ୟ ଗୋଟିଏ କୁକୁର ଛୁଆର ଲାଞ୍ଜ କାଟି ଦେଇଥିଲେ । ତାହାକୁ ଲୁଣରେ ବୁଡ଼ାଇ ଚାଖଣା କରି ଖାଇଥିଲେ । ଏଭଳି ଅମାନବୀୟ ଘଟଣା ଘଟିବା ପରେ ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ପଶୁ ପ୍ରେମୀ ଧିରଜ ପାଠକଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ତେବେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *