ଲୋକପ୍ରିୟ ଅଭିନେତାଙ୍କ ଅକାଳ ମୃତ୍ୟୁରେ କାନ୍ଦି କାନ୍ଦି ବେଦମ ରଚନା ବାନାର୍ଜୀ :- ଦେଖନ୍ତୁ ଭିଡ଼ିଓ

ଆମ ଓଲିଉଡ ଜଗତରେ ସବୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତୁଳନା ଯଦି ରଚନା ବାନାର୍ଜୀଙ୍କ ସହ କରାଯାଏ ତେବେ ତାଙ୍କ ସମାତୁଲ୍ୟ କେହି ହେବେ ନାହିଁ । କାରଣ ତାଙ୍କ ଅଭିନୟକୁ ପଛରେ ପକାଉଥିବା ଭଳି ଅଭିନେତ୍ରୀ ଏବେ ସୁଦ୍ଧା କେହି ଆସି ନାହାଁନ୍ତି । ନିଜ ଜୀବନକାଳ ମଧ୍ୟରେ ସେ ଅଧିକାଂଶ ଫିଲ୍ମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ହିଁ କରିଛନ୍ତି । ଲୁକ ରେ ଦେଖିବାକୁ ଯେମିତି କାମରେ ମଧ୍ୟ ସେମିତି ରଚନା ବାନାର୍ଜୀ । ତେବେ ସେ ତାଙ୍କ କ୍ୟାରିଅର ମଧ୍ୟରେ ଏକାଧିକ ଭାଷା ସହିତ ଏକାଧିକ ଅଭିନେତାଙ୍କ ସହ କାମ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଆଉ ଜଣେ ଅଭିନେତା ମୃତ୍ୟୁବରଣ କରିଛନ୍ତି ଯେଉଁ କାରଣରୁ ରଚନା ବାନାର୍ଜୀ କାନ୍ଦୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ରଚନାଙ୍କର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଖବର ପ୍ରାୟତଃ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ହୁଏତ ସେ ବର୍ତ୍ତମାନ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହନ୍ତି । ନିଜ ଜୀବନ ସହ ଜଡ଼ିତ ପ୍ରତ୍ୟେକ ଖାସ ମୁହୂର୍ତ୍ତକୁ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଥିରେ ରଚନା ନିଜ ସ୍ୱାମୀ ଅଭିଷେକ ଚାଟାର୍ଜୀଙ୍କ ଅକାଳ ମୃତ୍ୟୁ ରେ କାନ୍ଦିଛନ୍ତି ।

ଆପଣ ମାନେ ଅଭିଷେକ ଚାଟାର୍ଜୀଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ରଚନା ନିଜର ପ୍ରଥମ ଫିଲ୍ମରେ ଅଭିଷେକ ବାନାର୍ଜୀଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁରେ ରଚନା ବାନାର୍ଜୀ କ୍ୟାମେରା ସାମ୍ନାରେ ତାଙ୍କ ସମ୍ବନ୍ଧରେ ଅନେକ କିଛି ଅନୁଭୂତି କହି କାନ୍ଦି ପକାଇଛନ୍ତି । ସୂଚନା ଅନୁଯାୟୀ ରଚନା ବାନାର୍ଜୀଙ୍କ ସ୍ୱାମୀ ଅଭିଷେକ ଚାଟାର୍ଜୀଙ୍କ ମୃତ୍ୟୁ ହେବା କାରଣରୁ ରଚନା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ତେବେ ଅଭିଷେକ ଚାଟାର୍ଜୀଙ୍କ ସମ୍ବନ୍ଧରେ କହିବାକୁ ଗଲେ ସେ ମଧ୍ୟ ବଙ୍ଗଳାର ଜଣେ ଲୋକପ୍ରିୟ ଅଭିନେତା । ସେ ରଚନା ବାନାର୍ଜୀଙ୍କ ସହିତ କେତେକ ଫିଲ୍ମରେ କାମ କରିଛନ୍ତି । ସୂଚନା ଅନୁଯାୟୀ ଗତ କିଛି ମାସ ଧରି ସେ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ୫୮ ବର୍ଷୀୟ ଅଭିଷେକ ଗତକାଲି ଏ ଦୁନିଆରୁ ବିଦାୟ ନେଇଛନ୍ତି । ଯାହାଦ୍ୱାରା ପୁରା ବଙ୍ଗଳା ଇଣ୍ଡଷ୍ଟ୍ରି ସମେତ ଅଭିଷେକଙ୍କ ପରିବାରରେ ମଧ୍ୟ ଦୁଃଖର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *