ଏହି ଦିନ ମିଳନ ହେବ ଶ୍ରେୟା ଏବଂ ହ୍ୟୁମାନଙ୍କର…

ତୁଟୁନି ବିବାଦ ବଢୁଛି ଅଭିଯୋଗର ଫର୍ଦ୍ଦ । ଧୀରେ ଧୀରେ ଘଟଣା ସମାଧାନ ହେବା ପରିବର୍ତ୍ତେ ଜଟିଳ ହେଉଥିବା ଦେଖିବାକୁ ମିଳିଛି । ଦୁହେଁ ବୁଝାମଣା ଚାହୁଁଥିବା କହୁଥିବା ବେଳେ ହେଲେ କିନ୍ତୁ ଦୁହେଁ ବୁଝିବାକୁ ନାରାଜ । ଶ୍ରେୟା ସ୍ୱାମୀ ହ୍ୟୁମାନଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଉଭୟଙ୍କୁ କାଉନସେଲିଂ କରାଯାଇଥିଲା । ଆଉ ଶ୍ରେୟା ନିଜର ନିଷ୍ପତ୍ତି ଶୁଣାଇବାକୁ ଦୁଇ ଦିନ ସମୟ ମାଗିଥିଲେ ।

ଆଜି ଶ୍ରେୟା ନିଜର ନିଷ୍ପତ୍ତି ଶୁଣାଇ ଥାନ୍ତେ । ହେଲେ ଆଜି କୌଣସି ଏକ ଜରୁରୀ କାମ ଥିବା ଦର୍ଶାଇ ଥାନାକୁ ଆସିନଥିଲେ ଶ୍ରେୟା ମିଶ୍ର । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର କହିଥିଲେ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ଅଛି ଆଉ ସେହି କାମ ସରିଲେ ୩୦ ରେ ଥାନାରେ ଆସି ଉପସ୍ଥିତ ହେବି । ଆଉ ଶ୍ରେୟାଙ୍କ ଏହି କଥା ହ୍ୟୁମାନଙ୍କୁ ଜଣାଇ ଦିଆ ଯାଇଥିବା ବେଳେ ହ୍ୟୁମାନ ମଧ୍ୟ ଶ୍ରେୟାଙ୍କ ଏହି କଥାରେ ଏକ ଦମ ରାଜି ଅଛନ୍ତି । ତେବେ ସେପଟେ ଲୋକେ ଆଲୋଚନା କରୁଛନ୍ତି କି ଶ୍ରେୟା ହ୍ୟୁମାନ ସାଗର ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । କାରଣ ଦୁହେଁ କହୁଛନ୍ତି ଆମେ ସମାଧାନ ଚାହୁଁଛୁ ହେଲେ ଅନ୍ୟପଟେ ଦୁହେଁ ଦୁହିଁଙ୍କ ଉପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି ।

ହ୍ୟୁମାନ ଆଉ ଶ୍ରେୟା ଦୁହେଁ ଦୁହିଁଙ୍କ ବିରୋଧରେ ବିଷ ଓଗାଳିବା ବନ୍ଦ କରୁ ନାହାଁନ୍ତି । କେତେବେଳେ ଶ୍ରେୟା କହୁଛନ୍ତି ହ୍ୟୁମାନ ଓ ତାଙ୍କ ପରିବାର ଲୋକେ ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ତ ଆଉ କେତେବେଳେ ହ୍ୟୁମାନ କହୁଛନ୍ତି ଶ୍ରେୟା ଆଣିଥିବା ସବୁ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ । ଆଉ ଏହି ସବୁ ଭିତରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କ ବିବାଦ କେବେ ତୁଟିବ ତାହା କେବଳ ସମୟ କହିବ ।

ଆଉ ସେପଟେ ଲୋକେ ଏ କଥା ମଧ୍ୟ ଆଲୋଚନା କରୁଛନ୍ତି କି ଦୁହିଁଙ୍କ ଭିତରୁ କେହି ମଧ୍ୟ ଏହି ବିବାଦକୁ ସମାଧାନ କରିବାକୁ ଚାହୁଁ ନାହାଁନ୍ତି। ଶ୍ରେୟା ଏବେ ବିବାଦର ସମାଧାନ ପାଇଁ ଅଧିକ ସମୟ ନେଇଥିବା ଜଣା ପଡିଥିବା ବେଳେ ହ୍ୟୁମାନ କିନ୍ତୁ ବିବାଦ ଉପୁଜିବା ପରଠାରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ କି ମୁଁ ସମାଧାନ ଚାହେଁ ଆଉ ସେଥିପାଇଁ ମୁଁ ପାଂଚ ମିନିଟ ସମୟ ମାଗିଥିଲି ଓ ପାଞ୍ଚ ମିନିଟ ସମୟ ଭିତରେ ମୁଁ ମୋ ମାଙ୍କ ସହ କଥା ହୋଇ ମୁଁ ସମାଧାନ ଚାହୁଁଛି ବୋଲି ଥାନାରେ ମୋ ନିଷ୍ପତ୍ତି ଜଣାଇ ଦେଇଥିଲି ।

ହେଲେ ଶ୍ରେୟା କିନ୍ତୁ ୨୩ ରୁ ସମାଧାନ ଘୁଞ୍ଚାଇ ଦେଇଛନ୍ତି ୩୦ କୁ । ଆଉ ୩୦ ତାରିଖରେ ଶ୍ରେୟା ଥାନାକୁ ଆସି ତାଙ୍କ କେଉଁ ନିଷ୍ପତ୍ତି ଶୁଣାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଶ୍ରେୟାଙ୍କ ପ୍ରତିକ୍ରିୟା ଶୁଣି ଲୋକେ ଯାହା ଅନୁମାନ କରୁଛନ୍ତି କି ଶ୍ରେୟା ମଧ୍ୟ ସମାଧାନ ଚାହାଁନ୍ତି ଆଉ ଏ କଥା ଶ୍ରେୟା ନିଜେ ମଧ୍ୟ ଗଣମାଧ୍ୟମରେ କାଲି ପ୍ରେସ ମିଟ କରି କହିଥିବା ବେଳେ ହ୍ୟୁମାନ ତାଙ୍କୁ ଭଲ ପାଇବାର ସହିତ ଡାକିଲେ ଶ୍ରେୟା ନିହାତି ଭାବେ ପୁଣି ହ୍ୟୁମାନଙ୍କ ପାଖକୁ ଫେରିବେ ବୋଲି କହିଥିଲେ ।

ଆଉ ଏହା ମଧ୍ୟ କହିଥିଲେ କି ହ୍ୟୁମାନ ତାଙ୍କୁ ବହୁତ ନିର୍ଯ୍ୟାତନା ଦେଇଛନ୍ତି । ମାଡ଼ ମାରି ତାଙ୍କ ମୁହଁ କ୍ଷତ ବିକ୍ଷତ କରିଦେଉଥିଲେ । ମଦ ପିଇବାକୁ ନ ଦେଲେ ମଦ ଲୁଚାଇ ଦେଲେ ହ୍ୟୁମାନ ସାଙ୍ଘାତିକ ନିର୍ଯାତନା ଦେଉଥିଲେ । ଏହା ଶ୍ରେୟା ଅନେକ ଦିନ ଧରି ସହି ଆସୁଥିଲେ ହେଲେ ଯେତେବେଳେ ନିର୍ଯ୍ୟାତନା ସୀମା ଟପିଲା ସେତେବେଳେ ଶ୍ରେୟା ନିଜର ଜୀବନ ବଞ୍ଚାଇବାକୁ ବାପାଙ୍କ ଘରକୁ ଚାଲିଯାଇଥିଲେ । ଆଉ ଏହା ଯେତେବେଳେ ହ୍ୟୁମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା ସେତେବେଳେ ଶ୍ରେୟା ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ହେଲେ ଏହିସବୁ ଅଭିଯୋଗକୁ ହ୍ୟୁମାନ ଖଣ୍ଡନ କରିଥିଲେ ଆଉ ସେପଟେ ଏବେ ଦୁହିଁଙ୍କ ସମ୍ପର୍କରେ ସମାଧାନ କେବେ ହେବ ତାହା ସମୟ କହିବ । ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଧୀରେ ଧୀରେ ସମାଧାନ ବିଳମ୍ବ ହେଉଛି । ଆଉ ଦିନ ଯେତିକି ବିତୁଛି ସମାଧାନକୁ ନେଇ ସନ୍ଧେହ ସେତିକି ବଢୁଛି । ତେବେ ଏବେ ସାରା ଓଡିଶା ବାସୀଙ୍କ ନଜର ରହିଛି ୩୦ ତାରିଖ ଉପରେ ୩୦ ତାରିଖରେ ଘଟଣା କେଉଁ ମୋଡ଼ ନେବ ବିବାଦର ସମାଧାନ ହେବ କି ନାହିଁ ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *