ଯଶୋଦା ମା’ ସାଜି ଯେଉଁ ପୁଅକୁ କରିଥିଲା ବଡ଼ , ତାକୁ ବର୍ତ୍ତମାନ ଦେଖିବାକୁ ବି ମନା । ଆଉ ଏପଟେ ଶିଶୁ ପୁତ୍ରକୁ ଚୋ-ରି କରିଥିବା ଅଭି-ଯୋଗ ।

କେବଳ ଯେ ନିଜ ରକ୍ତରୁ ଜନ୍ମ କରିଥିବା ମନୁଷ୍ୟ ଭଲ ମା’ ହୋଇଯାଏ ତାହା ନୁହେଁ । ଜଣେ ପାଳିତା ମାଆ ମଧ୍ୟ ମା’ ଠାରୁ ବ-ଳି ହୋଇଯାଏ । ଏମିତିରେ ବି ସ-ମ୍ପର୍କ ତିଆରି ହେବା ପାଇଁ ଯେ ପ୍ରମାଣ ଥିବା ଦରକାର ତାହା ମଧ୍ୟ ନୁହେଁ । ଆମେ ଏଭଳି କହିବାର କାରଣ ହେଉଛି ଯେ ବର୍ତ୍ତମାନ ସମୟରେ ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁ ଘ-ଟଣା ଅନୁଯାୟୀ ଜଣେ ମା’ ଠାରୁ ତାର ପାଳିତ ପୁଅକୁ ପୋ-ଲିସ ଛଡ଼ାଇ ନେଇଛି । ଯାହାକୁ ନେଇ ମା’ ଜଣକ ଯେତେ କା-ନ୍ଦିଲେ କି ନେହୁରା ହେଲେବି ସୁଦ୍ଧା ତାଙ୍କୁ ନିଜ ପୁଅକୁ ଦେଖିବାକୁ ଦିଆଯାଇ ନାହିଁ । ଯେଉଁଭଳି ଘ-ଟଣା ଭାରତ ଭଳି ଦେଶରେ ଘଟିବା ବେଶ ନିନ୍ଦ-ନୀୟ ଅଟେ । ଖାଲି ସେତିକି ନୁହେଁ ମହିଳାଙ୍କ ନାମରେ ଶିଶୁ ପୁତ୍ର ଚୋ-ରି ମାମ-ଲା ମଧ୍ୟ ରହିଛି ।

ଯାହାକୁ ନେଇ ମହିଳା ଜଣକ ଉଚିତ ପ୍ରମାଣ ଦାଖଲ କଲେବି ସୁଦ୍ଧା ପୋ-ଲିସ ଏବେ ସୁଦ୍ଧା କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ । ସୂଚନା ଅନୁଯାୟୀ ଜଣେ ମହିଳା ନର୍ସଙ୍କ ଠାରୁ ତାଙ୍କର ୭ ବର୍ଷର କୁନି ଶିଶୁ ପୁତ୍ରଙ୍କୁ ବୌଦ୍ଧ ଶି-ଶୁ ସୁର-କ୍ଷା ମଙ୍ଗଳ ବିଭାଗ ଜୋର ଜବ-ରଦସ୍ତ ଉଠାଇ ନେଇଛି । ମହିଳା ଜଣକ ପିଲାଟିକୁ କେବେ ପର ବୋଲି ଭାବି ନାହାଁନ୍ତି ଏବଂ ନିଜ ପୁଅ ଭଳି ହିଁ ପାଳି ଆସିଛନ୍ତି । ଏମିତିକି ସର୍ଭିସ ବୁକରେ ଉତ୍ତରାଧିକାରୀ ନୋମିନି ଭାବରେ ରଖିଥିଲେ ।

ମହିଳାଙ୍କ ଅନୁଯାୟୀ ୨୦୧୭ ନଭେମ୍ବର ୪ ରେ ଜଣେ ଯୁବତୀ ଜଣେ ଶିଶୁ ପୁତ୍ରଙ୍କୁ ଜନ୍ମ ଦେବା ପରେ ତାଙ୍କ ପ୍ୟାରେଣ୍ଟସ ପିଲାଟିକୁ ତାଙ୍କୁ ଦେଇ ଚାଲି ଯାଇଥିଲେ । ଗତ ଏକ ମାସ ତଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କଲୋନୀରେ ଜଣେ ନର୍ସଙ୍କ ଘରୁ ପୋ-ଲିସ ଏବଂ ଶିଶୁ ମଙ୍ଗଳ ବିଭାଗ ଦ୍ଵାରା ଉ-ଦ୍ଧାର ହୋଇଥିବା ବହୁ ଚର୍ଚ୍ଚିତ ଶିଶୁ ପୁତ୍ର ଉ-ଦ୍ଧାର ଘ-ଟଣା ।

କିନ୍ତୁ ଏପଟେ ୨୦୧୬ ବୋଣପୁର ଗାଁର ମାନସିକ ରୋଗରେ ପୀ-ଡ଼ିତ ଜଣେ ମହିଳାଙ୍କର ଏକ ତିନି ମାସର ପୁଅ କୁଆଡ଼େ ନି-ଖୋଜ ହୋଇ ଯାଇଥିଲା । ସେହି ଶିଶୁ ପୁତ୍ର ଏହି ପିଲାଟି ହୋଇଥାଇ ପାରେ ବୋଲି ସ-ନ୍ଦେହ କରି ନର୍ସଙ୍କ ଘରୁ ଉ-ଦ୍ଧାର କରାଯାଇ ବୀର ନରସିଂହ ରାମକୃଷ୍ଣ ବଳାଶ୍ରମରେ ରଖା ଯାଇଛି । ମାତ୍ର ନର୍ସ ବାସନ୍ତି ସାହୁଙ୍କ କହିବା ଅନୁଯାୟୀ ୨୦୧୭ ମସିହାରେ ଅନ୍ୟ ଏକ ଜିଲ୍ଲାରୁ ଆସିଥିବା ଜଣେ ଯୁବତୀ ଏକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିବାରୁ ଲୋ-କଲ-ଜ୍ଜ୍ୟା ଭ-ୟରେ ନର୍ସଙ୍କୁ ଦେଇ ଚାଲି ଯାଇଥିଲେ ।

ଆଉ ଏ ହେଉଛି ସେହି ପୁଅ । ଜନ୍ମ ପ୍ରମାଣପତ୍ର ମଧ୍ୟ CWC କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଏହାସତ୍ତ୍ୱେବି ତାଙ୍କୁ ତାଙ୍କର ପାଳିତ ପୁଅକୁ ଫେରାଇବା ତ ଦୂରର କଥା ତାଙ୍କୁ ଥରୁଟିଏ ଦେଖିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ । ଦୀର୍ଘ ଏକ ମାସ ବିତି ଯାଇଥିଲେବି ସୁଦ୍ଧା ପୋ-ଲିସ କାହିଁକି ସବିଶେଷ ତ-ଦନ୍ତ କରୁନାହିଁ ଏବଂ ତାଙ୍କ ଶିଶୁର କାହିଁକି DNA ଟେଷ୍ଟ କରାଯାଉ ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *