ଏକାସାଥୀରେ ତିନି ତିନୋଟି ସ୍ତ୍ରୀ କୁ ଧୋକା ଦେଉଥିଲା ଯୁବକ, ଧରା ପଡ଼ିବା ପରେ ହେଲା ଏପରି ଅବସ୍ଥା :-

ଆପଣ ମାନେ ଏହି କଥାତ ନିଶ୍ଚିତ ଭାବରେ ଶୁଣିଥିବେ ଯେ ମିଛ କେବେବି ଅଧିକ ଦିନ ଲୁଚି ରହିପାରେ ନାହିଁ । ମିଛ ଯେତେ ଗଭୀର ହୋଇଥାଉ ନା କାହିଁକି ତାର ପର୍ଦାଫାସ ହୋଇଥାଏ । ସେହିପରି ଝାଡ଼ଖଣ୍ଡ ର ଜଣେ ଯୁବକଙ୍କ ସତ ତାଙ୍କର ତିନି ସ୍ତ୍ରୀ ଙ୍କୁ ଜଣା ପଡ଼ିଛି । ତେବେ ଆପଣ ମାନେ ଭାବୁଥିବେ ଯେ ଜଣଙ୍କର ତିନୋଟି ସ୍ତ୍ରୀ କିପରି ? ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ବାସ୍ତବରେ ଯୁବକଙ୍କ ଘରର ଝାଡ଼ଖଣ୍ଡ ରାଜ୍ୟର ଗିରିଡିହର ଘୋଡଥଂବା ଓପୀର ମରପୋକାର ର ଅଟେ । ସେଠକାର ବାସିନ୍ଦା ସିକନ୍ଦର ବିଶ୍ୱକର୍ମା ଦିଲ୍ଲୀରେ ୧୫ ବର୍ଷ ଧରି ଏକ କମ୍ପାନୀ ରେ ଚାକିରୀ କରି ଆସୁଥିଲେ । ତେବେ ସୂଚନା ଅନୁଯାୟୀ ସେ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ବି ତିନି ତିନୋଟି ସ୍ତ୍ରୀ ଥିବା ଘଟଣା ଶୁଣିବାକୁ ମିଳିଛି । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ପ୍ରଥମ ପତ୍ନୀ ବାସନ୍ତୀ ଯେ କି ଗାଁ ରେ ରହୁଥିଲେ କିନ୍ତୁ ସିକନ୍ଦର ଦିଲ୍ଲୀରେ ରହୁଥିଲେ ।

ଦିଲ୍ଲୀରେ ରହିବା ସମୟରେ ସେ ରଜନୀ ନାମକ ଯୁବତୀ ଙ୍କୁ ନିଜ ପ୍ରେମ ଜାଲରେ ଫସାଇ ୨୦୧୪ ରେ ବିବାହ କଲେ । ପୁଣି ସେଥିରେ ବି ମନ ଶାନ୍ତି ହୋଇ ନଥିଲା ଯେ ୨୦୨୦ ମସିହାରେ ଅଞ୍ଜଳି ନାମକ ଆଉ ଜଣେ ଯୁବତୀ ଙ୍କୁ ପ୍ରେମ ବିବାହ କଲେ । ନିଜର ପତ୍ନୀ ଥାଉ ଥାଉ ଅନ୍ୟ ଯୁବତୀ ଙ୍କ ସହିତ ମସ୍ତି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ବିବାହ କଲା ସିକନ୍ଦର । ଯେମିତି ତାର ବିବାହ ବିଷୟରେ କେହି ଜାଣି ନପାରିବେ ସେଥିପାଇଁ ସେ ସମସ୍ତଙ୍କୁ ସମୟ ବି ଦେଉଥିଲା । ତିନି ସ୍ତ୍ରୀ କୁ ବହୁତ ଚାଲାକି ରେ ମ୍ୟାନେଜ କରୁଥିଲା ।

ରଜନୀ ଏବଂ ଅଞ୍ଜଳି ଉଭୟେ ଦିଲ୍ଲୀରେ ରହୁଥିଲେ । କିନ୍ତୁ ସିକନ୍ଦର ର ମିଛ ଅଧିକ ଦିନ ଲୁଚି ରହିଲା ନାହିଁ । ଦିନେ ସିକନ୍ଦର ନିଜ ଫୋନ ରଜନୀ ପାଖରେ ଛାଡ଼ି ଯାଇଥିଲା । ତେଣୁ ରଜନୀ ସେହି ଫୋନ ରେ ସିକନ୍ଦର ଏବଂ ତାର ସ୍ତ୍ରୀ ବାସନ୍ତୀ ର କଲ ରେକର୍ଡ଼ିଂ ଶୁଣିଲା । ଯାହାକୁ ଜାଣିବାକୁ ସେ ଯେତେବେଳେ ଗାଁ କୁ ଗଲା ସେତେବେଳେ ସବୁ ସତ କଥା ସାମ୍ନାକୁ ଆସିଲା । ସେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଯେ ଦୀର୍ଘ ବର୍ଷ ପୂର୍ବରୁ ହିଁ ସିକନ୍ଦର ବିବାହ କରି ସାରିଛନ୍ତି ଏବଂ ତାଙ୍କର ତିନି ପିଲା ମଧ୍ୟ ଅଛନ୍ତି । ପୁଣି ରଜନୀ ଙ୍କ ବ୍ୟତୀତ ଅନ୍ୟ ଜଣଙ୍କୁ ମଧ୍ୟ ବିବାହ କରିଛି ।

ଏହି ଘଟଣା ବିଷୟରେ ସାରା ଅଞ୍ଚଳର ଲୋକେ ଜାଣିବାକୁ ପାଇଲେ । ନିଜର ସ୍ତ୍ରୀ ଥାଉ ଥାଉ କିପରି ସେ ସମସ୍ତଙ୍କୁ ଧୋକା ଦେଉଥିଲା ଏହା ବି ଜଣା ପଡ଼ିଲା । ତେବେ ଆପଣ ମାନେ ଜାଣି ପାରୁଥିବେ ସେ କିପରି ତିନି ଜଣ ଯୁବତୀ ଙ୍କ ଜୀବନ ନଷ୍ଟ କରିଦେଲା । ଏହି କାରଣରୁ ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ ଥଟ୍ଟା ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *