ଏକାଠି ହୋଇଯିବେ ବିଜେପି -ବିଜେଡ଼ି । ପୁନରାବୃତ୍ତି ହେବ ୧୫ ବର୍ଷ ପୂର୍ବର ଘଟଣା , ନିର୍ବାଚନ ପୂର୍ବରୁ ହେବ ମେଣ୍ଟ ।

ଆଗକୁ ନିର୍ବାଚନ ଆଉ ବର୍ତ୍ତମାନ ସମୟରେ ଦଳ ପକ୍ଷରୁ ଏଭଳି ସବୁ ଚୁକ୍ତି ଦେଖିବାକୁ ମିଳୁଛି ତାହାକୁ କେହି କେହି ପୂର୍ବରୁ ପୂର୍ବାନୁମାନ ବି କରିଥିଲେ । ଗତ କିଛି ମାସ ତଳେ ଯେଉଁ କଥାରେ ଅନୁମାନ କରାଯାଉଥିଲା ତାହା ଏବେ ସତ ହେବ ବୋଲି କୁହାଯାଉଛି । ରାଜ୍ୟରେ ପୁଣିଥରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି ।

ଦୀର୍ଘ ପନ୍ଦର ବର୍ଷ ପରେ ପୁଣିଥରେ ବିଜେପି ଏବଂ ବିଜେଡ଼ି ଏକାଠି ହେବାକୁ ଯାଉଛନ୍ତି । ଉଭୟ ଦଳ ଏକାଠି ହୋଇ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଆଜି ଅପରାହ୍ଣରେ ଭୁବନେଶ୍ୱରରେ ନବୀନ ନିବାସରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ଦଳର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ । ଗତକାଲି ଦିନିକିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଛାଡ଼ିବାର ଠିକ ପରଦିନ ବିଜେଡ଼ିର ବୈଠକ ବସିଥିଲା । ରାଜ୍ୟର କିଛି ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା ମାନେ ସେଠାରେ ସାମିଲ ହୋଇଥିଲେ ।

ପାଖାପାଖି ଏକ ଘଣ୍ଟା ବୈଠକ ପରେ ଯୋଗ ଦେଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଟୁକୁନି ସାହୁ , ଅତନୁ ସବ୍ୟସାଚୀ ନାୟକ , ପ୍ରଫୁଲ୍ଲ ମଲ୍ଲିକ , ଜଗନ୍ନାଥ ସାରକା ପ୍ରଣବ ପ୍ରକାଶ ଦାସ ଆଦି ୨୦ ରୁ ଅଧିକ ନେତା ନବୀନ ନିବାସରୁ ବାହାରିଥିଲେ । ଆଉ କିଛି ସମୟ ପରେ ସେପଟେ ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ମଧ୍ୟ ରାଜ୍ୟ ବିଜେପିର ବଡ଼ ବଡ଼ ନେତା ମାନେ ଯୋଗ ଦେଇଥିଲେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିଦ ପାତ୍ରଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ସାଙ୍ଗଠନିକ ସମ୍ପାଦକ ମାନସ ମହାନ୍ତି ଆହୁରି ଅନେକ ନେତା ସାମିଲ ହୋଇଥିଲେ । ସେହି ବୈଠକରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ଜଣେ ନେତା କହିଛନ୍ତି ।

ସେପଟେ ଦିଲ୍ଲୀରେ ସେହି ବୈଠକ ସହିତ ବର୍ତ୍ତମାନ ନବୀନ ନିବାସରେ ଏହି ବୈଠକକୁ ବିଜେଡି ନେତା ମାନେ ଫେରିଛନ୍ତି । ତାପରେ ତୃତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ବିଜେଡ଼ି ନେତା ଦେବୀ ମିଶ୍ର କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେହି ନିଷ୍ପତ୍ତି ନିଆଯିବ । ତେଣୁ ଏଥିରୁ ଅନୁମାନ କରି ହେଉଛି ଯେ ରାଜ୍ୟରେ ବିଜେପି ଏବଂ ବିଜେଡ଼ି ମେଣ୍ଟ ନେଇ ଆଲୋଚନା ଚାଲିଥିଲା ।

Leave a Reply

Your email address will not be published. Required fields are marked *