ଚାକିରୀଆ ପୁଅ ବୋହୂ ମା’କୁ ଦେଉଛନ୍ତି ନିର୍ଯା-ତନା । ଆଉ ପେଟ୍ରୋଲ ଢ଼ାଳି ମା-ରିବାକୁ ଦେଉଛନ୍ତି ଧ-ମକ ।

ଆଜିକା ସମୟରେ ପୁଅ ବିବାହ କରିବା ପରେ ସ୍ତ୍ରୀ କଥାରେ ପଡ଼ି ବୃଦ୍ଧ ବାପା ମା’ଙ୍କୁ ନିର୍ଯା-ତନା ସୁଦ୍ଧା ଦେଉଛି । ଯେଉଁ କାରଣରୁ ବାଧ୍ୟ ହୋଇ କିଛି ବୃଦ୍ଧ ଲୋକ ଘର ଛାଡ଼ି ପଳାଉଛନ୍ତି । ଆଉ ଏଇ ଜଣେ ବୃଦ୍ଧ ମହିଳା କାନ୍ଦି କାନ୍ଦି ନିଜ ପୁଅ ବୋହୂଙ୍କ କାର-ନାମା ବଖାଣି ଜିଲ୍ଲାପାଳଙ୍କ ନିକଟରେ ଅଭି-ଯୋଗ କରୁଛନ୍ତି ।

ଅନୁଗୁଳ ଜିଲ୍ଲା ଅନୁଗୁଳ ଭରତ ଟାଉନ ଥା-ନା ଅନ୍ତର୍ଗତ ଶିମିଳିପଡ଼ା ଅଞ୍ଚଳର ରେଣୁବାଳା ମିଶ୍ର ଯାହାଙ୍କ ବୟସ ୬୧ ବର୍ଷ ହେବ । ତେବେ ସେ ନିଜ ପୁଅ ବୋହୂ ତାଙ୍କୁ ନିର୍ଯା-ତନା ଦେଉଥିବା ସେ ଅଭି-ଯୋଗ କରିଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ରେଣୁବାଳାଙ୍କ ସ୍ୱାମୀଙ୍କ ମୃ-ତ୍ୟୁ ପରେ ତାଙ୍କ ପୁଅ ଅଶ୍ୱିନୀ ମିଶ୍ର ଏବଂ ବୋହୂ ସୁଚିତ୍ରା ପଣ୍ଡା ତାଙ୍କୁ ନିର୍ଯା-ତନା ଦେଉଛନ୍ତି ବୋଲି ସେ ଅଭି-ଯୋଗ କରିଛନ୍ତି ।

ଏହାକୁ ନେଇ ସେ ଅନେକ ଥର ଟାଉନ ଥା-ନାରେ ଅଭି-ଯୋଗ କଲେ ମଧ୍ୟ ଆପୋସ ବୁଝାମଣା ହୋଇ ସେ ପୁଣି ଘରକୁ ଫେରିଥିଲେ । ତାପରେ ପୁଅ ବୋହୂ ପୁଣି ମିଶି କୁଆଡ଼େ ତାଙ୍କୁ ନିର୍ଯା-ତନା ଦେଉଥିଲେ ବୋଲି ସେ ଜିଲ୍ଲାପାଳଙ୍କ ନିକଟରେ କହିଛନ୍ତି । ରେଣୁବାଳା କହିଛନ୍ତି ଯେ ତାଙ୍କ ପୁଅ ଏବଂ ବୋହୂ ତାଙ୍କୁ ନିର୍ଯା-ତନା ଦେବା ସହିତ କିରସିନି ଏବଂ ପେଟ୍ରୋଲ ଢ଼ାଳି କୁଆଡ଼େ ଜୀବନରୁ ମା-ରି ଦେବାକୁ ଧ-ମକ ଦେଉଛନ୍ତି । ତେବେ ବୃଦ୍ଧା କା-ନ୍ଦି କା-ନ୍ଦି କହିଛନ୍ତି ଯେ ସେ କେତେ ଦୁଃ-ଖ କଷ୍ଟ କରି ନିଜ ପୁଅକୁ ବଡ଼ ମଣିଷ କରିଥିଲେ । ଅଶ୍ୱିନୀ ମଧ୍ୟ ଏଚଡିଏଫସି ବ୍ୟାଙ୍କରେ କାମ କରୁଛି । ସେପଟେ ବୋହୂ ବନ ବିଭାଗରେ କାମ କରୁଛି ।

ଯେଉଁ ପୁଅ ପାଇଁ ସେ ଏତେ କିଛି କରିଥିଲେ ସେହି ପୁଅ ତାଙ୍କୁ କୁଆଡ଼େ ଭଲରେ ଖାଇବାକୁ ସୁଦ୍ଧା ଦେଉନାହିଁ । ପୁଅ ବୋହୂର ହ-ତ୍ୟା ଧମ-କକୁ ସହ୍ୟ କରି ନପାରି ବୃଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପଟେ ବୋହୂ ରେଣୁବାଳାଙ୍କ ଅଭି-ଯୋଗକୁ ମି-ଥ୍ୟା ବୋଲି କହିଛନ୍ତି ।

ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କ ଶାଶୁ ତାଙ୍କ ନାମରେ ଦେଇଥିବା ସମ୍ପୂର୍ଣ୍ଣ ଅଭି-ଯୋଗ ମି-ଥ୍ୟା ଅଟେ ଏବଂ ରେଣୁବାଳା ଓଲଟା ତାଙ୍କ ପୁଅ ବୋହୂକୁ କୁଆଡ଼େ ନିର୍ଯା-ତନା ଦେଉଛନ୍ତି । ସେ କହିଛନ୍ତି ଯେ କୁଆଡ଼େ ଭିତରେ ସ୍ୱାମୀ ସ୍ତ୍ରୀ ନିର୍ଯା-ତନାର ଶି-କାର ହୋଇ ରହିଛନ୍ତି । ଆଉ ଏହାକୁ ନେଇ ସେମାନଙ୍କ କଥାକୁ କେହିବି ଶୁଣୁ ନାହାଁନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଏହି ମାମ-ଲାରେ କିଏ ମି-ଥ୍ୟା କହୁଛି ଏବଂ କିଏ ସତ ।

Leave a Reply

Your email address will not be published. Required fields are marked *