ମାଟ୍ରିକ ପରୀକ୍ଷା ଦେଇଥିଲା ବଡ଼ ଭଉଣୀ । କିନ୍ତୁ ରେଜଲ୍ଟ ଶୁଣିବା ପୂର୍ବରୁ ଚାଲିଗଲା ଜୀବନ । ବଡ଼ ଦିଦିକୁ ଝୁରି ଝୁରି ସାନ ଭଉଣୀ …….

ଅକାଳ ମୃତ୍ୟୁ ଯେ କେବେ ଆସିବ ତାହା କାହାକୁ ବା ଜଣା ? ଆଈ ମା’ର ଶୁଦ୍ଧିକ୍ରିୟାରେ ନାତୁଣୀର ଜୀବନ ଚାଲି ଯାଇଛି । ଏପଟେ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଝିଅଟିଏ ନିଜର ରେଜଲ୍ଟ ଶୁଣିବା ପୂର୍ବରୁ ହିଁ ତାର ଜୀବନ ଚାଲି ଯାଇଛି । ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ଦତାଙ୍ଗ ଗାଁରେ ଘଟି ଯାଇଛି ।

ସେହି ଗାଁର ଶୁଭନାଥ ଭୋଇଙ୍କ ୧୬ ବର୍ଷୀୟ ଝିଅସନ୍ଧ୍ୟା ରାଣୀ ଆଈ ମା’ର ଶୁଦ୍ଧିକ୍ରିୟା ନିମନ୍ତେ ଘରର ଲୁଗାପଟା ସଫା କରିବାକୁ ଏବଂ ସମ୍ପର୍କୀୟ ମା ଏବଂ ଭାଇ ଭଉଣୀଙ୍କ ସହିତ ଯାଇଥିଲେ । ଭାଇ ଭଉଣୀ ତିନି ଜଣ ସାଥି ହୋଇ ଯାଇଥିଲେ ଏବଂ କେହିବି ଭାବି ନଥିଲେ ଯେ ଏଭଳି ଏକ ଘଟଣା ହଠାତ ଘଟିଯିବ ବୋଲି ।

ତେବେ ସାନ ଭଉଣୀଙ୍କ କହିବା ଅନୁଯାୟୀ ତିନି ଭଉଣୀ ନିଜ ସମ୍ପର୍କୀୟ ମା’ଙ୍କ ସହିତ ଯାଇଥିଲେ । ସାନ ଭଉଣୀ ଶୌଚ କରିବା ସମୟରେ ବଡ଼ ଭଉଣୀ ପୋଖରୀ ଭିତରକୁ ପଶି ଯାଇଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ଏଭଳି କିଛି ଘଟିଯିବ ବୋଲି । ସାନ ଭଉଣୀ ମନା କରିବା ସତ୍ତ୍ୱେ ଅନ୍ୟ ଦୁଇ ବଡ଼ ଭଉଣୀ ପାଣି ଭିତରକୁ ପଶି ଯାଇଥିଲେ ।

କିନ୍ତୁ ହଠାତ ଦୁଇ ବଡ଼ ଭଉଣୀ ପାଣିରେ ବୁଡ଼ି ଯାଉଥିବାର ଦେଖି ସାନ ଭଉଣୀ ଜଣେ ବଡ଼ ଭଉଣୀକୁ ବଞ୍ଚାଇ ଦେଇଥିଲେ । କିନ୍ତୁ ସେତେ ବେଳକୁ ଅନ୍ୟ ଜଣେ ବଡ ଭଉଣୀ ପାଣି ଭିତରେ ଅଣନିଶ୍ୱାସୀ ହୋଇ ଯାଇଥିଲା । ଯେତେ ଚିତ୍କାର କରି ଡାକିଲେବି ସାହାଯ୍ୟ କରିବାକୁ ପାଖରେ କେହିବି ନଥିଲେ ।

ଆଉ ଶେଷରେ ବଡ଼ ଭଉଣୀର ଜୀବନ ଚାଲି ଯାଇଥିଲା । ପାଣି ଭିତରୁ ବଡ଼ ଭଉଣୀକୁ ଉଦ୍ଧାର କରାଯାଇଥିଲା କିନ୍ତୁ ସେତେ ବେଳକୁ ତାଙ୍କର ଜୀବନ ଚାଲି ଯାଇଥିଲା । ବଡ଼ ଭଉଣୀ ସନ୍ଧ୍ୟା ରାଣୀ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲା । ଆଉ କିଛିଦିନ ପରେ ରେଜଲ୍ଟ ଆସିଥାନ୍ତା । କିନ୍ତୁ ତା ପୂର୍ବରୁ ଭଉଣୀର ଜୀବନ ଚାଲି ଯାଇଛି । ଦୁଇ ସାନ ଭଉଣୀ ଛାତି ଫଟାଇ କାନ୍ଦୁଛନ୍ତି । ଆଈ ମା’ର ଶୁଦ୍ଧିକ୍ରିୟାରେ ଏଭଳି ଏକ ବଡ଼ ଅଘଟଣ ଘଟିଯିବ ବୋଲି କେହିବି କଳନା ସୁଦ୍ଧା କରି ନଥିଲେ । ବଡ଼ ଭଉଣୀ ସନ୍ଧ୍ୟା ରାଣୀଙ୍କୁ ହରାଇ ପୁରା ପରିବାର ଏବେ ଦୁଃଖିତ ଅଛନ୍ତି । ଝିଅକୁ ହରାଇ ବାପା ମା ଆଖିରୁ ଯେମିତି ଲୁହବି ଶୁଖୁନାହିଁ ।

Leave a Reply

Your email address will not be published. Required fields are marked *