ଇଂରାଜୀ ନ ବୁଝି ପାରି ଅଡ଼ୁଆରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ଜେରାକୁ ସ୍ଥଗିତ ରଖିଲା କୋର୍ଟ…

ଆମ ମାତୃଭାଷା ଓଡ଼ିଆ କିନ୍ତୁ ବ୍ରିଟିଶ ଶାସନ କାଳରୁ ଇଂରାଜୀରେ ଅନୁପ୍ରାଣିତ ହୋଇ ଓଡ଼ିଆ ଲୋକ ମାନେ ଆଜିକାଲି ଇଂରାଜୀ କହିବା ଅଧିକ ପସନ୍ଦ କରୁଛନ୍ତି । ଅନ୍ୟ ପକ୍ଷରେ ସେମାନେ ଓଡ଼ିଆକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଉଛନ୍ତି । ଯାହାକି ଆମ ମାତୃ ଭାଷା ପାଇଁ ଅତ୍ୟନ୍ତ ଲଜ୍ଜାକର ଅଟେ । ତେବେ ଏପରି କିଛି କଥାକୁ ନେଇ ବର୍ତ୍ତମାନ ସମୟରେ ଅଡ଼ୁଆରେ ପଡ଼ି ଯାଇଛନ୍ତି ଓଲିଉଡ ଜଗତର କୁଇନ ତଥା ବିଶିଷ୍ଟ ଅଭିନେତା ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଆଲୋଚନା ହେବାରେ ଲାଗିଛି ।

ତେବେ ଅନେକ ଲୋକଙ୍କ କହିବା ଅନୁଯାୟୀ , ଇଂରାଜୀ କହିବା ବାଧ୍ୟତାମୂଳକ ନୁହେଁ । ଆମେ ଓଡ଼ିଆ , ତେଣୁ ଓଡ଼ିଆ କହିବା ଦରକାର୍ । ତେବେ ଏପରି ପରିସ୍ଥିତି ସେତେବେଳେ ଉପୁଜିଥିଲା , ଯେତେବେଳେ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ପରିସରରେ ହାଜର ହୋଇଥିଲେ । ସୂଚନା ଅନୁଯାୟୀ , ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ମାମଲା ବର୍ତ୍ତମାନ କୋର୍ଟରେ ଯାଇ ପହଞ୍ଚି ଯାଇଛି । ଆଉ ଅନୁଭବ ମହାନ୍ତି ମଧ୍ୟ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ କଟକ ପାରିବାରିକ କୋର୍ଟରେ ଆବେଦନ କରିଥିଲେ । ତେବେ ଗତକାଲି ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଯାଇ ପାରିବାରିକ କୋର୍ଟରେ ହାଜର ହୋଇ ଯାଇଥିଲେ ।

ଆଉ ଏହାପରେ ଓକିଲ ବର୍ଷାଙ୍କୁ ଇଂରାଜୀ ଭାଷାରେ ଜେରା କରିବା ଆରମ୍ଭ କରି ଦେଇଥିଲେ । ତେବେ ବର୍ଷା କିଛିର ଉତ୍ତର ଦେଇ ଥିବା ବେଳେ ଆଉ କିଛି ଇଂରାଜୀ ବୁଝି ପାରି ନଥିଲେ ଆଉ ତାର ଉତ୍ତର ମଧ୍ୟ ଦେଇ ନଥିଲେ । ତେବେ ଏହାପରେ ବର୍ଷାଙ୍କୁ ଜେରା କରିବା ବନ୍ଦ କରା ଯାଇ ଆଗାମୀ ଦିନରେ ରଖା ଯାଇଥିଲା । ତେବେ ଏହାକୁ ନେଇ ଅନେକ କଥା ଉଠୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହା ଉପରେ ମନ୍ତବ୍ୟ ରଖି କହିଛନ୍ତି କି , ତାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚରା ଯାଇଥିଲା , ଯେଉଁଥି ପାଇଁ ସେ ଚୁପ୍ ରହିଥିଲେ । ତେଣୁ ଏଥିରେ ଆଉ କିଛି କଥା ନାହିଁ।

ତେବେ ଆପଣ ସମସ୍ତେ ଜାଣିଥିବେ କି , ଦୀର୍ଘ ସମୟ ଧରି ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ପାରିବାରିକ କାରଣରୁ କଳହ ଲାଗି ରହିଥିଲା । ଅନେକ ଥର ସୋସିଆଲ ମିଡିଆରେ ମଧ୍ୟ ଅନୁଭବ ମଧ୍ୟ ଏ ବାବଦରେ ମୁଁହ ଖୋଲିଥିଲେ । ଆଉ ତାଙ୍କୁ କିପରି ଭାବରେ ଶୋଷଣ କରାଯାଇ ଥିଲା ସେ ବିଷୟରେ ମଧ୍ୟ କହିଥିଲେ ।

ଇଚ୍ଛା ଥାଇ ମଧ୍ୟ ବର୍ଷା ତାଙ୍କ ସହିତ ସମ୍ପର୍କ ରଖିବାକୁ ରାଜି ନଥିବା କଥା ମଧ୍ୟ ଖୋଲାଖୋଲି ଭାବରେ କହିଥିଲେ । ଆଉ ଶେଷରେ କଟକ ପାରିବାରିକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଅନ୍ୟପକ୍ଷରେ ବର୍ଷାଙ୍କର ଇଂରାଜୀ ନ ବୁଝି ପାରିବା କଥାକୁ ନେଇ ଲୋକ ମାନେ ତାଙ୍କୁ ସମର୍ଥନ କରି କହିଛନ୍ତି କି , ବର୍ଷା ଜଣେ ଉଚ୍ଚ ଶିକ୍ଷିତା । ଆଉ ଏପରି ଅନେକ ନୂଆ ନୂଆ ଇଂରାଜୀ ଶବ୍ଦ ବର୍ତ୍ତମାନ ଶୁଣିବାକୁ ମିଳୁଛି , ଯାହାର ଅର୍ଥ କେହି ବୁଝି ପାରନ୍ତି ନାହିଁ । ତେଣୁ ଏହି କଥାକୁ ବଡ କରିବାର କିଛି ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *