ମମିତାର ଆତ୍ମା ନେଇଗଲା କି ଗୋବିନ୍ଦକୁ !

ମମିତା ମରିବା ଦିନ ଠାରୁ ଗୋବିନ୍ଦକୁ ଶାନ୍ତିରେ ଶୁଆଇ ବସାଇ ଦେଉନଥିଲା । ରାତିରେ ଆଖି ବନ୍ଦ କରିବା ମାତ୍ରେ ମମିତାର ଆତ୍ମା ଗୋବିନ୍ଦକୁ ଦେଖା ଯାଉଥିଲା। ମମିତା କହୁଥିଲା ମୁଁ ତତେ ଛାଡିବିନି ଗୋବିନ୍ଦ। ତୁ ଯେପରି ମୋ ଜୀବନ ନେଇଛୁ ମୁଁ ସେହିପରି ତୋ ଜୀବନ ନେବି। ଆଉ ଗୋବିନ୍ଦ ମମିତାକୁ ରାତିରେ ନିଜ ସ୍ୱପ୍ନରେ ଦେଖି ଭୟଭୀତ ହୋଇ ଉଠୁଥିଲା ।

ରାତିରେ କୁଆଡେ ଗୋବିନ୍ଦ ଢକ ଢକ କରି ପାଣି ପିଇ ଦୀର୍ଘ ନିଶ୍ଵାସ ମାରୁଥିଲା । ଆଉ ଗୋବିନ୍ଦ ଅନେକ ପଛ କଥା ଭାବୁଥିଲା । କାହିଁକି ମମିତାର ଜୀବନ ନେଲା ବୋଲି ଭାବି ନିଜକୁ ଘୃଣା କରୁଥିଲା । ଜେଲର ଅନ୍ଧାର କଠୋରି ଆଉ ତା ସହିତ ମମିତାର ସ୍ୱପ୍ନ ଗୋବିନ୍ଦକୁ ପ୍ରତି ମୁହୂର୍ତ୍ତରେ ଡରାଇ ଡରାଇ ମାରୁଥିଲା । ଆଖି ବନ୍ଦ କଲେ ମମିତା ଆଖି ଖୋଲିଲେ ମମିତା ସବୁବେଳେ ସବୁ ସମୟରେ ଗୋବିନ୍ଦର ଆଖି ଆଗରେ ନାଚୁଥିଲା ମମିତା। ଗୋବିନ୍ଦ ମମିତାକୁ ଯେତେ ଭୁଲିବାକୁ ଚେଷ୍ଟା କରୁଥିଲା ମମିତା କିନ୍ତୁ ଗୋବିନ୍ଦକୁ ଭୁଲାଇବା ପାଇଁ ଚାନ୍ସ ଦେଉ ନଥିଲା ।

ଶେଷରେ ମମିତା ସଫଳ ହେଲା। ଗୋବିନ୍ଦ ମମିତାକୁ ଡରି ସବୁଦିନ ମରି ମରି ବଞ୍ଚିବା ଅପେକ୍ଷା ଗୋଟିଏ ଦିନ ନିଜ ଜୀବନ ହାରି ଦେଲା । ଆଜି ସକାଳୁ ସକାଳୁ ଗୋବିନ୍ଦର ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ଯାହା କୁହାଯାଉଛି କି ଗୋବିନ୍ଦ କୁଆଡେ ଜେଲ ଭିତରେ ଥିବା ବେଳେ ଆଜି ସେ ଆତ୍ମହତ୍ୟା କରିଛି। ମମିତା ହ-ତ୍ୟାକା-ଣ୍ଡ ପରେ ଗୋବିନ୍ଦ ଜେଲ ଯାଇଥିଲା ଆଉ ଗୋବିନ୍ଦକୁ କଣ୍ଟାବାଞ୍ଜି ଜେଲରେ ରଖା ଯାଇଥିଲା । ହେ

ଲେ ହଟାତ ଗୋବିନ୍ଦ କାହିଁକି ଆତ୍ମ-ହତ୍ୟା କଲା। ସତରେ କଣ ଲୋକଙ୍କ କହିବା କଥାରେ କିଛି ବାସ୍ତବତା ଅଛି । ସତରେ କଣ ମମିତାର ଆତ୍ମା ଗୋବିନ୍ଦକୁ ଡରାଉ ଥିଲା। ସତରେ କଣ ଗୋବିନ୍ଦ ଡରି ଡରି ଜୀବନ କାଟୁଥିଲା । ବନ୍ଧୁଗଣ ଆମେ ସେହି ଗୋବିନ୍ଦ ସାହୁ କଥା କହୁଛୁ ଯାହା କିଛି ଦିନ ପୂର୍ବରୁ ବେଶ ଚର୍ଚ୍ଚାରେ ଥିଲା । କଳାହାଣ୍ଡିର ଯେଉଁ ଘଟଣାକୁ ଚାରି ଆଡ଼େ ଝଡ଼ ସୃଷ୍ଟି ହୋଇଥିଲା । ଆଉ ସାରା ଓଡ଼ିଶାରେ ସେହି ଘଟଣାକୁ ନେଇ କେବଳ ଚର୍ଚ୍ଚା ଚାଲିଥିଲା ।

ମମିତା ମେହେର ହତ୍ୟା-କାଣ୍ଡ ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ସେତିକି ରାଜ ନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ମମିତା ମେହେର ହତ୍ୟା-କାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ ଆଉ ଗୋବିନ୍ଦ ସାହୁକୁ ସହଯୋଗ କରିଥିଲା । ଗୋବିନ୍ଦର ସହଯୋଗୀ ରାଧେ । ରାତି ଅଧରେ ମମିତାକୁ ମାରି ମାଟି ତଳେ ପୋତିଦେବା ପରେ ମମିତା ନିଖୋଜ ହୋଇଯାଇଥିବା ନେଇ କୁହାଯାଉଥିଲା।

ମାତ୍ର ଜେଜେବେଳେ ଘଟଣାର ସତ ସାମ୍ନାକୁ ଧୀରେ ଧୀରେ ଆସୁବାକୁ ଲାଗିଥିଲା ସେତେବେଳେ ଗୋବିନ୍ଦ ପୋଲିସ ଭୟରେ ନିଜ ଭଉଣୀ ଗ୍ରାମର ଏକ ଆଖୁ ବିଲରେ ଛକି ରହିଥିଲା । ହେଲେ ପୋଲିସର ଛଞ୍ଚାନ ଆଖିରୁ ଗୋବିନ୍ଦ ଖସି ଯିବାରେ ସଫଳ ହୋଇ ପାରିଲା ନାହିଁ ।

ତେବେ ପୋଲିସ ଆଖୁ ବିଲରୁ ଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ରହୁଥିଲା । ଏହା ପରେ ଆଜି ଗୋବିନ୍ଦ କୋର୍ଟରେ ହାଜର ହେବାର ଥିଲା । ମାତ୍ର ଗୋବିନ୍ଦ କୋର୍ଟରେ ହାଜର ହେବା ପୂର୍ବରୁ ଜେଲ ଭିତରେ ହିଁ ଗୋବିନ୍ଦ ଜୀବନ ହାରି ଦେଇଛି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ବା ଗୋବିନ୍ଦର ଆ-ତ୍ମହ-ତ୍ୟା ଉପରୁ କେବେ ରହସ୍ୟ ଉଠୁଛି। ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା କାହିଁକି କଲା ସେ ନେଇ ସ୍ପଷ୍ଟ ଖବର କେବେ ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *