ସକାଳୁ ସକାଳୁ ସୋସିଆଲ ମିଡ଼ିଆ ଜରିଆରେ ମନୋଜ ଦାସଙ୍କୁ ତେର୍ଚ୍ଛା ଶବ୍ଦ ବା-ଣ ମା-ରିଲେ ସାଂସଦ ଅନୁଭବ ମହାନ୍ତି । କହିଲେ ମିଷ୍ଟର ରେକର୍ଡ଼ିଂ…………

ଆଜି ସକାଳୁ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମିଷ୍ଟର ରେକର୍ଡ଼ିଂ ତଥା ମନୋଜ ମିଶ୍ରଙ୍କୁ ଇଙ୍ଗିତ କରି କଡ଼ା ଜବାବ ଦେଇଛନ୍ତି । ତାଙ୍କର ଫେସବୁକ ପୋଷ୍ଟରୁ ଏହା ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ଯେ ସେ ମନୋଜ ମିଶ୍ରଙ୍କୁ ହିଁ ଆକ୍ଷେପ କରି ଏଭଳି ଧମକ ଦେଇଛନ୍ତି । ଆଉ ବର୍ତ୍ତମାନ ଏହି ବୟାନ ଚାରିଆଡ଼େ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ସୋସିଆଲ ମିଡ଼ିଆର ଯୁଦ୍ଧକୁ ଦେଖିଲେ ଆପଣ ମାନେ ବି ଜାଣି ପାରିବେ ଯେ କେହି କାହାକୁ ଛାଡ଼ିବା ମୋଟିଭରେ ନାହାଁନ୍ତି । ପୂର୍ବରୁ ମନୋଜ ମିଶ୍ର ମଧ୍ୟ କଲ ରେକର୍ଡ଼ କଥା କହି ଦରକାର ପଡ଼ିଲେ ମିଡ଼ିଆକୁ ମଧ୍ୟ ସେୟାର କରିବେ ବୋଲି କହିଥିଲେ ।

ଆଉ ବର୍ତ୍ତମାନ ସାଂସଦ ଅନୁଭବ ମହାନ୍ତି ମନୋଜଙ୍କୁ ନୂଆ ନାମ ମିଷ୍ଟର ରେକର୍ଡ଼ିଂ ଭାବରେ ସମ୍ବୋଧିତ କରିଛନ୍ତି । ଏହି କିଛିଦିନ ପୂର୍ବରୁ ଅଭିନେତା ଅରିନ୍ଦମ ରାୟ ମନୋଜକୁ ମଞ୍ଜ ଭାଇ ବୋଲି ଲେଖିଥିଲେ । ଆଉ ଆଜି ମନୋଜଙ୍କୁ କେନ୍ଦ୍ରାପଡ଼ା ସାଂସଦ ପ୍ରସନ୍ନ ଅନୁଭବ ମହାନ୍ତି ମିଷ୍ଟର ମଞ୍ଜ ବୋଲି କହିଛନ୍ତି ।

ଅନୁଭବ ଲେଖିଛନ୍ତି ଯେ ” ସମ୍ମାନିତ ପ୍ରିୟ ରେକର୍ଡ଼ିଂ ଭାଇ , ଦୟାକରି ବର୍ତ୍ତମାନ ଠାରୁ ସତ୍ୟକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି କେବଳ ଆରମ୍ଭ , ଜୟ ଜଗନ୍ନାଥ । ” ସୋସିଆଲ ମିଡ଼ିଆ ଜରିଆରେ ଏଭଳି ରଣହୁଙ୍କାର ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ।

ବେଶ କିଛିଦିନର କଳି ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଅନୁଭବ ମହାନ୍ତି । ଆଉ ଏହାରି ଭିତରେ ରେକର୍ଡ଼ିଂ କଥା କହି ମନୋଜ ମିଶ୍ର ଦୁଇ ତିନୋଟି ରେକର୍ଡ଼ିଂ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାଇରଲ ମଧ୍ୟ କରିଥିଲେ । ଆଉ ଅନୁଭବଙ୍କ କଥାରୁ ଏମିତି ଲାଗୁଛି ଯେମିତି ବର୍ତ୍ତମାନ ସବୁ ରେକର୍ଡ଼ିଂ ଏବଂ ପ୍ରମାଣ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଖରେ ଅଛି । ତେଣୁ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ଫେସବୁକ ପେଜ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଆଗକୁ ଆହୁରି କିଛି ମନ୍ତବ୍ୟ ଦେଇ ପାରନ୍ତି ଅନୁଭବ । ଆଉ ଏପଟେ ଅଲିଉଡ଼ କଳିର ବର୍ତ୍ତମାନ ସମାଧାନ ହୋଇନାହିଁ ବରଂ ଆହୁରି ବଢ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *