ବିବାଦ ପରେବି ରାଣୀ ପଣ୍ଡା ଦେଖାଇଲେ ବଡ଼ ହୃଦୟ । ଫରକ ପଡ଼ିନାହିଁ କୌଣସି ବିବାଦ ।

ଓଡ଼ିଶାରେ ରାଣୀ ଦିଦି ବା ରାଣୀ ପଣ୍ଡାଙ୍କୁ କିଏ ବା ଜାଣି ନଥିବେ ? କୌଣସି ବିବାଦ ଯାହାର କିଛିବି କ୍ଷତି ପହଞ୍ଚାଇ ପାରେ ନାହିଁ । ଆଉ ତାହାର ପ୍ରମାଣ ମଧ୍ୟ ଆପଣ ଦେଖି ପାରୁଥିବେ । ରାଣୀ ପଣ୍ଡା ଖୁବ ସରଳ ହୃଦୟ ମଣିଷଟିଏ । ସବୁବେଳେ ଦୁଃଖୀ ଏବଂ ଗରିବଙ୍କୁ ସେ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି । କିନ୍ତୁ ତଥାପି ଏତେ ଭଲ କାମ କରିବା ପରେବି ବିବାଦ ତାଙ୍କ ପିଛା ଛାଡ଼ି ନାହିଁ । ନିଜର ଅପଶବ୍ଦ କାରଣରୁ ରାଣୀ ଦିଦି ବର୍ତ୍ତମାନ ବିବାଦରେ ରହିଛନ୍ତି । କିନ୍ତୁ କୌଣସି ବିବାଦ ତାଙ୍କୁ ଆଜି ଲୋକଙ୍କୁ ସାହାଯ୍ୟ କରିବାକୁ ଅଟକାଇ ପାରିନାହିଁ । ଆଜିବି ସେ ନିଜ ବ୍ୟକ୍ତିତ୍ୱକୁ ବଜାୟ ରଖିଛନ୍ତି ।

ଯେମିତି ସବୁବେଳେ ସେ ଲୋକଙ୍କୁ ସାହାଯ୍ୟ କରନ୍ତି ସେମିତି ସେ ଆଜିବି କରିଛନ୍ତି । ଅନାଥ ପିଲା ମାନଙ୍କ ପାଖକୁ ଯାଇ ତାଙ୍କର ମନ ବୁଝିଛନ୍ତି । ପିଲାଙ୍କ ସହିତ ମିଶିଛନ୍ତି ଏବଂ ଏହା ହୃଦୟଙ୍ଗମ କରିଛନ୍ତି ଯେ ବାପା ମା’ ନଥିବା ପିଲାମାନଙ୍କ ଜୀବନ କେମିତି ହୋଇଥାଏ । ପିଲାମାନେ କେତେ ଦୁଃଖରେ ଜୀବନ କାଟୁଛନ୍ତି ।

ଆଜ୍ଞା ହଁ ! ରାଣୀ ପଣ୍ଡା ଆଜି ଯାଜପୁର ଉତ୍କଳ ବାଳାଶ୍ରମ ପହଞ୍ଚିଛନ୍ତି । ସେଠାରେ କୁନି କୁନି ପିଲା ମାନଙ୍କ କଥା ବୁଝିଛନ୍ତି ଏବଂ ନିଜର ସାମ୍ୟର୍ଥ ଅନୁଯାୟୀ ସାହାଯ୍ୟ ମଧ୍ୟ କରିଛନ୍ତି । ଯେଉଁଠି ଦୁର୍ଘଟଣା ହେଉ କିମ୍ବା ଯେଉଁଠି ଗରିବ ଲୋକଙ୍କୁ ନ୍ୟାୟ ଦେବା ହେଉ , ସେଠାରେ ରାଣୀ ପଣ୍ଡା ହାଜର ହୋଇ ଯାଆନ୍ତି ।

ତାଙ୍କୁ କୌଣସି ଅନୁମତିର ଆବଶ୍ୟକତା ନାହିଁ ଏବଂ ସେ ଭଗବାନଙ୍କ ଦୂତ ଭଳି ଆସି ଲୋକଙ୍କୁ ସାହାଯ୍ୟ କରି ଯାଆନ୍ତି । ଆଉ ଆଜି ବିବାଦରେ ଥିବା ସତ୍ତ୍ୱେ ମଧ୍ୟ ସେ ନିଜର ବ୍ୟକ୍ତିତ୍ୱ ହରାଇ ନାହାଁନ୍ତି । ଦୌଡ଼ି ଯାଇଛନ୍ତି ସେହି କୁନି କୁନି ଅନାଥ ପିଲାଙ୍କ ପାଖକୁ । ସେ ନିଜ ସାମ୍ୟର୍ଥ ଅନୁଯାୟୀ ସେଠାରେ ସହାୟତା ରାଶି ଦେବା ସହିତ ନିଜର ମନର କଥା ମଧ୍ୟ ବ୍ୟକ୍ତ କରିଛନ୍ତି ।

ରାଣୀ କହିଛନ୍ତି ଯେ ତାଙ୍କର ଇଚ୍ଛା ଯେ ସେ ଜଣେ ଅନାଥ ପିଲାଙ୍କୁ ପାଖରେ ରଖି ପାଠ ପଢ଼ାଇ ଭଲ ମଣିଷ କରିବେ । ଆଉ ଏଥିପାଇଁ ସେ କିଛିବି କରିବାକୁ ରାଜି ଅଛନ୍ତି । ଆଜିଭଳି ସେ ପୁଣିଥରେ ସମୟ ପାଇଲେ ସେହି ପିଲାଙ୍କ ସହିତ ଆସି ମିଶିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *