ହଠାତ ଅନ୍ଧାର ରାତିରେ ଓଲଟିଲା କାର । କାର ତଳେ ଚାପି ହୋଇଛି ମୃତ୍ୟୁ ବରଣ କଲେ ସ୍ୱାମୀ ସ୍ତ୍ରୀ ।

ମୃ-ତ୍ୟୁ କେତେବେଳେ ଯେ ଆସିବ ତାହା କିଏ ବା କହିବ ? ମୃ-ତ୍ୟୁ ଅନିଶ୍ଚିତ ଅଟେ । ଅତି ଖୁସିରେ ଘରୁ ବାହାରକୁ ବୁଲିବାକୁ ବାହାରିଥିବା ସ୍ୱାମୀ ସ୍ତ୍ରୀ ଯେ ଭଲରେ ଘରକୁ ଫେରି ଆସିବେ ତାହାର ଗ୍ୟାରେଣ୍ଟି ଆପଣ ଦେଇ ପରିବେନାହିଁ । ଆଜିକାଲି ସଡ଼କ ଦୁର୍ଘ-ଟଣା ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି । ଏମିତି ଦୁର୍ଘ-ଟଣା ଦିନକୁ ଦିନ ପ୍ରାୟ ବଢ଼ିବାରେ ଲାଗିଛି ।

ତେବେ ତାହାର କାରଣ ଦ୍ରୁତ ଗାଡ଼ି ଚାଳନା ହୋଇପାରେ କିମ୍ବା ଅନ୍ୟମନସ୍କ ହୋଇପାରେ କିମ୍ବା ଗାଡ଼ିରେ ତ୍ରୁ-ଟି ଥିବା କାରଣରୁ ମଧ୍ୟ ହୋଇପାରେ । କାରଣ ଆଜିକାଲି ଅଧିକାଂଶ ଦୁର୍ଘ-ଟଣା ବେପାରୁଆ ଗାଡ଼ି ଚାଳନା ଏବଂ ଆଉ କିଛି ଦୁର୍ଘ-ଟଣା ନି-ଶାଦ୍ର-ବ୍ୟ କାରଣରୁ , ଆଉ କିଛି ଭାରି ଯାନ କାରଣରୁ ମଧ୍ୟ ହୋଇଥାଏ

ଠିକ ଏହିଭଳି ଆଉ ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ଘଟିଯାଇଛି । ଯାହା ବିଷୟରେ ଶୁଣିଲେ ଆପଣବି ଦୁଃ-ଖ ପ୍ରକାଶ କରିବେ । ଆଖି ପିଛୁଳାକେ ଏକ କାର ଦୁର୍ଘ-ଟଣା କାରଣରୁ କାର ତଳେ ଚାପି ହୋଇ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ରାସ୍ତାରେ ହିଁ ଦୁହିଁଙ୍କ ଜୀବନ ଯିବା ସହିତ ଗାଡ଼ିରେ ଥିବା କିଛି ଲୋକ ଆ-ହତ ମଧ୍ୟ ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ ଏଭଳି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ସଇତଳା ଥାନା କୁଶବଖାଲ ଛକ ଜାତୀୟ ରାଜପଥ ୨୬ ରେ ଘଟି ଯାଇଛି । ଗତକାଲି ଅନ୍ଧାର ରାତିରେ ଏକ କାର ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।

ଆଖପାଖ ଲୋକେ ଦୌଡ଼ି ଆସି ଦେଖନ୍ତେ ଏବଂ ଆହତ ଲୋକଙ୍କୁ ଡାକ୍ତରଖାନା ବୋହି ନେବା ଆଗରୁ ହିଁ ଜଣେ ପୁରୁଷ ଏବଂ ମହିଳା କାର ତଳେ ଚାପି ହୋଇ ରହି ଯାଇଥିଲେ । ଲୋକେ ସେମାନଙ୍କୁ କାର ତଳୁ ବାହାର କରିବା ପୂର୍ବରୁ ହିଁ ଦୁହିଁଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଅନ୍ୟ ଗୁରୁ-ତର ଥିବା ଦୁଇ ଯୁବକଙ୍କୁ ଉ-ଦ୍ଧାର କରିବା ସହିତ ମୃ-ତ ପୁରୁଷ ଏବଂ ମହିଳାଙ୍କୁ ଉ-ଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଗୁରୁ-ତର ଯୁବକଙ୍କ ମଧ୍ୟରୁ ଜଣେ ସଇତଳା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ମୃ-ତ ପୁରୁଷ ଏବଂ ମହିଳାଙ୍କ ପରିଚୟ ଏବେ ସୁଦ୍ଧା ଜଣା ପଡ଼ି ନଥିବା ବେଳେ ଗୁରୁ-ତର ଯୁବକଙ୍କ ଘର କଳାହାଣ୍ଡି ବୋଲି ଜଣା ପଡ଼ିଛି । ଏପଟେ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *