ସନ୍ଧ୍ୟା ରାଗିଣୀ ଅଭିନେତ୍ରୀ ହିତୈଷା ମାନିଲେ ସତ । କହିଲେ ସୁଦର୍ଶନଙ୍କ ସହିତ କଣ ଅଛି ସମ୍ପର୍କ ।

ଅଲିଉଡ଼ ସିରିଏଲ ଜଗତର ଜଣାଶୁଣା ନାମ ବର୍ତ୍ତମାନ ପାଲଟି ଯାଇଛି ସନ୍ଧ୍ୟା । କାରଣ ସେ ନୂଆ ସିରିଏଲ ସନ୍ଧ୍ୟା ରାଗିଣୀରେ ସନ୍ଧ୍ୟା ଚରିତ୍ରରେ ଅଭିନୟ କରୁଛନ୍ତି । ଆଉ ବର୍ତ୍ତମାନ ସେ ତାଙ୍କର ପୂର୍ବ ସିରିଏଲ ଝିଅ ମୋର ନୂଆ ବୋହୂ ସିରିଏଲ ବିଷୟରେ ଏବଂ ତାଙ୍କର କୋ ଏକ୍ଟର ସୁଦର୍ଶନ ଦାସଙ୍କ ବିଷୟରେ ଏକ କଥାର ଖୁଲାସା କରିଛନ୍ତି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । କହୁରଖିବୁ ଯେ ସେହି ସିରିଏଲରେ ସୁଦର୍ଶନ ଏବଂ ହିତୈଷାଙ୍କୁ ଖୁବ ଭଲ ପାଇବା ମିଲିଥିଲା ଏବଂ ଉଭୟଙ୍କ କ୍ୟାମେଷ୍ଟ୍ରିକୁ ଖୁବ ପସନ୍ଦ କରାଯାଉଥିଲା ମଧ୍ୟ । ଏମିତିକି ଉଭୟଙ୍କୁ ନେଇ ଲୋକେ ଭାବୁଥିଲେ ଯେ ଦୁହେଁ ରିଲେଶନଶିପରେ ଅଛନ୍ତି ବୋଲି ।

କିନ୍ତୁ ତାହାକୁ ନେଇ ହିତୈଷା ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସୁଦର୍ଶନ କେବଳ ତାଙ୍କର ଜଣେ ଭଲ ସାଙ୍ଗ ଅଟନ୍ତି । ଉଭୟଙ୍କ ମଧ୍ୟରେ ଏତେ ଦିନ ଭଲ ବନ୍ଧୁତା ଅଛି ଯେ ସିରିଏଲରେ ମଧ୍ୟ ତାହା ନଜର ଆସିଥାଏ । ଯେତେବେଳେ ହିତୈଷାଙ୍କୁ ତାଙ୍କ ମ୍ୟୁଜିକ ଭିଡ଼ିଓ ବିଷୟରେ ଏବଂ ୟୁଟ୍ୟୁବ ଚ୍ୟାନେଲ ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ଯେହେତୁ ବର୍ତ୍ତମାନ ସେ ଏକ ନୂଆ ସିରିଏଲରେ କାମ କରୁଛନ୍ତି ତେଣୁ ବର୍ତ୍ତମାନ ସେ ମ୍ୟୁଜିକ ଭିଡ଼ିଓ ଏବଂ ୟୁଟ୍ୟୁବରେ ସମୟ ଦେଇ ପାରୁ ନାହାଁନ୍ତି । ମାତ୍ର ଆଉ କିଛିଦିନ ପରେ ସିରିଏଲ ଷ୍ଟେବଲ ହୋଇଗଲେ ସେ ନିଶ୍ଚିତ ଭାବରେ ୟୁଟ୍ୟୁବ ଏବଂ ମ୍ୟୁଜିକ ଭିଡ଼ିଓ ନିଶ୍ଚୟ କରିବେ ।

ହିତୈଷାଙ୍କ କ୍ୟାରିଅର ବିଷୟରେ କହିଲେ ସେ ଏକାଧିକ ଓଡ଼ିଆ ସିରିଏଲରେ ଏବେ ସୁଦ୍ଧା କାମ କରି ସାରିଛନ୍ତି ଏବଂ ଏକାଧିକ ଆଲବମରେ ମଧ୍ୟ କାମ କରିଛନ୍ତି । ଆଉ ସେ ଏଥିପାଇଁ ଗର୍ବିତ ଯେ ସେ କରିଥିବା ସବୁ ସିରିଏଲ ଏବଂ ଆଲବମ ଏବେ ସୁଦ୍ଧା ହିଟ ହୋଇ ଆସିଛି ଏବଂ ତାଙ୍କର ନୂଆ ସିରିଏଲ ସନ୍ଧ୍ୟା ରାଗିଣୀ ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସିବ ବୋଲି ଅନୁମାନ କରିଛନ୍ତି ।

ତେବେ ହିତୈଷା କହିଛନ୍ତି ଯେ ତାଙ୍କ ପାଇଁ ତାଙ୍କ କାମ ପ୍ରଥମେ ଗୁରୁତ୍ୱପୂର୍ଣ୍ଣ ଏବଂ ତାପରେ ତାଙ୍କ ପରିବାର ଏବଂ ସାଙ୍ଗ ସାଥି । ଏହାବ୍ୟତୀତ ସେ ନିଜ କାମକୁ ଖୁବ ପସନ୍ଦ କରୁଥିବା ମଧ୍ୟ କହିଛନ୍ତି । ପୂର୍ବରୁ ତାଙ୍କର ଏକ ଫିଲ୍ମ ମଧ୍ୟ ଆସିଥିଲା ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *