ସେହି କଳା ରାତିର କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ , କହିଲେ ପିଠିରେ ତାଙ୍କର ପଡ଼ିଥିଲା ୨ କିଲୋର ପଥର

ସେହି ଶୁକ୍ରବାର ରାତିର କଳା କାହାଣୀ ଆଉ ସେହି ରାତିର ଛାତିଥରା ଦୃଶ୍ୟ , ଯେତେ କହିଲେ ବି କଷ୍ଟକର ଲାଗୁଛି । ଯିଏ ଅଙ୍ଗେ ନିଭାଇଚି ଆଉ ମୃ-ତ୍ୟୁ ସହିତ ଲ-ଢି କରି ଆସିଛି , ସେ ହିଁ ଜାଣିଛି ପ୍ରକୃତ ସତ୍ୟ କଣ ଆଉ ସେମାନଙ୍କ ବ୍ୟତୀତ ଯେଉଁ ପ୍ରତ୍ୟକ୍ଷଦର୍ଶୀ ଥିଲେ , ସେମାନେ କହିପାରିବେ ସେଦିନର କଷ୍ଟକର ମୁହୂର୍ତ୍ତ କେମିତି ଥିଲା , ଯାହା ଫଳରେ ପୋକ ମାଛି ଭଳି ଅକାରଣରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । ଆଜି ବି ସେ କଥା କହିଲେ ଛାତି ଥରି ଉଠୁଛି ଆଉ ଆଖିରୁ ଲୁହ ଝରି ଯାଉଛି , କିନ୍ତୁ ବାସ୍ତବତା ସବୁବେଳେ ହିଁ ବାସ୍ତବତା ହୋଇ ରହିଥାଏ ।

ତେବେ ଏହାରି ମଧ୍ୟରେ ଜଣେ ମଉସା ସେହିଦିନ ଷ୍ଟେସନ ପାଖରେ ଉପସ୍ଥିତ ରହିଥିଲେ , ଯିଏ ପ୍ରତିଦିନ ଷ୍ଟେସନ ପାଖକୁ ପବନ ଖାଇବା ପାଇଁ ଯାଇଥାନ୍ତି ଆଉ କିଛି ସମୟ ସେଠାରେ ବିତାଇବା ପରେ ଘରକୁ ସେ ଫେରି ଆସିଥାନ୍ତି । ସେହି ହୃଦୟ ବିଦରାକ କାହାଣୀ କହିବା ଭିତରେ ମଉସାଙ୍କ ଆଖିରୁ ଲୁ-ହ ଆପେ ଆପେ ଝରି ଆସିଛି ଆଉ ସେ ଭଲ ଭାବରେ ସବୁ କଥା ବର୍ଣ୍ଣନା କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ସବୁଦିନ ଭଳି ଦୁରନ୍ତ ଏକ୍ସପ୍ରେସ ଆସି ଏକ ନମ୍ୱରରେ ଛିଡା ହୋଇଥିଲା ଆଉ ସିଗନାଲ ପାଇବା ପରେ ସେ ଆଗକୁ ବଢି ଥିଲା । ଆଉ ଠିକ୍ ସେହି ସମୟରେ ଏକ ନମ୍ୱରରେ କରମଣ୍ଡଳ ମଧ୍ୟ ଆସି ଯାଇଥିଲା ।

ତେବେ କରମଣ୍ଡଳ ଆସି ତା ସହିତ ଦୁର୍ଘ-ଟଣା ହୋଇଥିଲା , ଯାହା ଫଳରେ ତାର କିଛି ବଗି କ୍ଷ-ତିଗ୍ରସ୍ତ ହେବା ସହିତ ଦୁରନ୍ତର ଦୁଇ ତିନୋଟି ବଗି କ୍ଷ-ତି ହୋଇଥିଲା । ଆଉ ଏହାରି ମଧ୍ୟରେ କରମଣ୍ଡଳ ଛିନ ଛତର ହୋଇ ଯାଇଥିଲା । ତାର ୧୮ ପାଖାପାଖି ବଗି ଏପଟେ ସେପଟେ ହୋଇ ଯାଇଥିଲା । ଆଉ ଲୋକ ମାନଙ୍କର କରୁଣ ଚି-ତ୍କାର ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ଅନେକ ଲୋକଙ୍କ ପ୍ରା-ଣ ଚାଲି ଯାଇଥିଲା ଆଉ କିଛି ଲୋକ ମୃ-ତ୍ୟୁ ସହିତ ସଂଘ-ର୍ଷ କରୁଥିଲେ ଆଉ କିଛି ଲୋକ ସୁସ୍ଥ ଥିଲେ , ଆଉ ବଗି ମଧ୍ୟରୁ ବାହାରକୁ ବାହାରୁ ଥିଲେ । ତେବେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ଚିତ୍କାର ଶୁଣି ଷ୍ଟେସନ ପାଖରେ ଆସି ପହଂଚି ଯାଇଥିଲେ ଆଉ ଉ-ଦ୍ଧାର କରିବା ଆରମ୍ଭ କରି ଦେଇଥିଲେ ।

ତେବେ ଅନ୍ୟ ପକ୍ଷରେ ମଉସା ଜଣକ କହିଥିଲେ କି , ଚାରିଆଡ଼େ ଅନ୍ଧାର ଦେଖା ଯାଉଥିଲା ଆଉ ସେ କିଛି ଦେଖି ପାରୁ ନଥିଲେ । ତେବେ ସେ ଗୋଟିଏ ଗୋଟିଏ ଶ-ବକୁ ଡେଇଁ ଆଗକୁ ବଢି ଚାଲିଥିଲେ। ଏପରିକି ସେ ଅନେକ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ । କଣ କରିବେ ବୋଲି ଜାଣି ପାରି ନଥିଲେ , ଯୁଆଡେ ଦେଖିବ କୁଢ଼ କୁଢ଼ ଶ-ବ ଆଉ ତା ବ୍ୟତୀତ କିଛି ଆହତ ଲୋକଙ୍କ ଗଭୀର ଚି-ତ୍କାର । କିଛି ବୁଝା ପଡୁ ନଥିଲା କଣ ହେଉଛି ବୋଲି । ବାସ୍ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ଲୋକଙ୍କୁ ଉ-ଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଥିଲେ ବୋଲି ମଉସା ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *