ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ହେଲା କାଳ, ସ୍ତ୍ରୀ ଅପରେସନ କରିବାରୁ ଘରୁ ବାହାର କରିଦେଲା ସ୍ୱାମୀ…

ଆଜିକା ସମୟରେ ଆଉ ସେମିତି ଲୋକ ପାଇବା କଷ୍ଟକର ଯେ କହୁଥିବ ଯେ ଦୁଇଟି କିମ୍ବା ଗୋଟିଏ ପ୍ରସବ ପରେ ଅସ୍ତ୍ରୋପଚାର କରିବା ପାପ ବୋଲି । ଏହା ଏକ ଅନ୍ଧ ବିଶ୍ୱାସ ମଧ୍ୟ ଅଟେ । ପୁରୁଣା କାଳରେ ଏଭଳି ଘଟଣା ଘଟୁଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଘଟଣା ସାମ୍ନାକୁ ଆସୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ମହିଳା ୧୧ ଟି ସନ୍ତାନଙ୍କୁ ଜନ୍ମ ଦେବା ସତ୍ତ୍ୱେ ଯେତେବେଳେ ଅସ୍ତ୍ରୋପଚାର କରାଇଛନ୍ତି ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଯାହାକି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା କହିଲେ ଚଳେ । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ତେଲଗୋଇରେ । ତେଲଗୋଇ ବ୍ଲକ ସଲେଇଗିନା ପଞ୍ଚାୟତର ଡିମିରିଆ ଗାଁ ର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀ । ଜାନକୀ ଦେହୁରୀଙ୍କର ୧୧ ଟି ସନ୍ତାନ ମଧ୍ୟରୁ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ୧୦ ଟି ସନ୍ତାନ ଅଛନ୍ତି । ଏବେ ଜାନକୀଙ୍କ କୋଳରେ ଏକ ମାସର କଅଁଳ ଶିଶୁ ଟିଏ ମଧ୍ୟ ଅଛି । ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିପାନ୍ୟ ଜନ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା । ଏପଟେ ଜାନକୀ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ପିଲା ଜନ୍ମ କରି ଅତ୍ୟନ୍ତ କଷ୍ଟ ପାଉଥିବା ବେଳେ ଅସ୍ତ୍ରୋପଚାର ଶିବିରକୁ ଯାଇ ଅସ୍ତ୍ରୋପଚାର କରାଇ ନେଇଥିଲେ ।

ମେଡିକାଲରୁ ଫେରିବା ପରେ ସ୍ବାମୀ ରବି ଦେହୁରୀ ତାଙ୍କୁ ଆଉ ଘରେ ପଶିବାକୁ ଦେଇ ନଥିଲେ । ଏମିତିକି ସେ ଘରେ ପଶିଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ରବି ଧମକ ଦେଇଥିଲେ । ତେଣୁ ଜାନକୀ ଆଉ ଉପାୟ ନପାଇ ଘର ସାମ୍ନାରେ ଥିବା ଏକ ଆମ୍ବ ଗଛ ମୂଳରେ ନିଜର ୧୧ ଜଣ ସନ୍ତାନକୁ ଧରି ବସିଛନ୍ତି । ଯିଏ ଯେତେ ବୁଝାଇଲେ ବି ରବି ଆଦୋୖ ବୁଝୁ ନାହାଁନ୍ତି । କାହାକୁ ନପଚାରି ତାଙ୍କ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଗଲା । ତେଣୁ ତାଙ୍କୁ ସମାଜର ନିୟମ ଅନୁଯାୟୀ ଘରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ । ସେ ପଣା ପାଣି ଦେଇପାରିବ ନାହିଁ । ତେଣୁ ସେ ଘରେ ପଶିପାରିବ ନାହିଁ ବୋଲି ରବି ଜିଦ ଧରି ବସିଛି ।

ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପ ପଡୁଥିଲେ ବୋଲି ତାଙ୍କୁ ଅନେକ ବୁଝାସୁଝା କରାଯାଇଥିଲା । କିନ୍ତୁ ଜାନକୀ ଅନେକ ବୁଝାଇବା ପରେ ବୁଝିଥିଲେ । ଜାନକୀ ବୁଝି ଯାଇଥିଲେ ହେଁ ତାଙ୍କ ସ୍ୱାମୀ ବୁଝୁ ନାହାଁନ୍ତି । ଓଲଟା ଧନୁ ତୀରରେ ମାରି ଦେବାକୁ ଧମକ ଦେଉଛନ୍ତି । ତଥାପି ଆଶାକର୍ମୀ ମାନେ ଜାନକୀ ଏବଂ ତାଙ୍କ ଛୁଆଙ୍କ କଥା ବୁଝୁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ହୋଇଛି ।

Leave a Reply

Your email address will not be published. Required fields are marked *