ରାଷ୍ଟ୍ରପତିଙ୍କ ପଛରେ କଣ ପାଇଁ ଯାଏ ଏକାଭଳି ଗାଡ଼ି । ଜାଣନ୍ତୁ କାରକେଡରେ ୫୦ ରୁ ଅଧିକ ଗାଡ଼ି ରହିବାର କାରଣ….

ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ଏବଂ ସେ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପଦବୀର ଅଧିକାରୀ । ତାଙ୍କର ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ । ତେବେ ତାଙ୍କୁ ସେସର ଗର୍ବ ଏବଂ ଗୌରବ ବୋଲି ମାନା ଯାଇଥାଏ । ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ ଯେ ରାଷ୍ଟ୍ରପତି ଯୁଆଡ଼େ ବି ଯାଆନ୍ତି, ତାଙ୍କ ପଛରେ ଅନେକ ଗାଡ଼ି ଏକା ରଙ୍ଗର ଯାଇଥାଏ । ତାହାର କାରଣ ମଧ୍ୟ ରହିଛି । ଯାହା ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ।

ତେବେ ପୂର୍ବରୁ ଥିବା ରାଷ୍ଟ୍ରପତି କିମ୍ବା ବର୍ତ୍ତମାନର ନବ ନିର୍ବାଚିତ ଝିଅ ଦ୍ରୌପଦୀ ମୁର୍ମୁ ହୁଅନ୍ତୁ । ସେମାନଙ୍କ ପଛରେ ଏକାଧିକ ଗାଡ଼ି ଯାଇଥାଏ । ଅର୍ଥାତ କହିବାକୁ ଗଲେ ୫୦ ରୁ ଅଧିକ ଗାଡ଼ି । ତେବେ ଏହା ପଛରେ ଅନେକ କାରଣ ରହିଛି । ରାଷ୍ଟ୍ରପତି କେବଳ ଦେଶର ନାଗରିକ ନୁହଁନ୍ତି ।

ବରଂ ତିନି ସେନାର କମାଣ୍ଡ ମଧ୍ୟ ରାଷ୍ଟ୍ରପତିଙ୍କ ହାତରେ ରହିଥାଏ । ଯେଉଁଥିପାଇଁ ତାଙ୍କ ସୁରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ । ସେଥିପାଇଁ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଥାଏ ପ୍ରେସିଡେଣ୍ଟ ବୋଡିଗାର୍ଡ ପାଖରେ । ଯିଏକି ପ୍ରତିଟି ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିଥାନ୍ତି । ଏହାବ୍ୟତୀତ ରାଷ୍ଟ୍ରପତିଙ୍କ ପଛରେ ଯାଉଥିବା ପ୍ରତ୍ୟେକ ଗାଡ଼ିରେ ମଧ୍ୟ ସେହି ପିବିଜି ଅର୍ଥାତ ପ୍ରେସିଡେଣ୍ଟ ବୋଡିଗାର୍ଡ ରହିଥାନ୍ତି ।

ପ୍ରତିଟି ବୋଡିଗାର୍ଡ ଜଣେ ଜଣେ କମାଣ୍ଡର ହୋଇଥାନ୍ତି ଏବଂ ଏହି କମାଣ୍ଡର ମାନଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ରାଷ୍ଟ୍ରପତିଙ୍କ ସୁରକ୍ଷା । ରାଷ୍ଟ୍ରପତିଙ୍କ ପ୍ରତିଟି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି କମାଣ୍ଡର ମାନେ । ରାଷ୍ଟ୍ରପତିଙ୍କ ପଛରେ ଥିବା ପଚାଶଟି କାର କୌଣସି ଟ୍ୟାଙ୍କର ଠାରୁ କମ ନୁହେଁ । କାରଣ କାର ଭିତରେ ଟ୍ୟାଙ୍କ ମ୍ୟାନ ରହିଥାନ୍ତି । ସବୁ ପରିସ୍ଥିତି ଏବଂ ସମସ୍ୟା ସହିତ ମୁକାବିଲା କରି ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ରଖିବା ଏହି କମାଣ୍ଡର ମାନଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଥାଏ । ଏମିତିକି କୁହାଯାଇ ପାରେ ଯେ ଏହି ପ୍ରେସିଡେଣ୍ଟ ବୋଡିଗାର୍ଡ ମାନେ ହେଉଛନ୍ତି ରାଷ୍ଟ୍ରପତିଙ୍କର ସୁଦୃଢ଼ କବଚ ।

ରାଷ୍ଟ୍ରପତିଙ୍କ ବୋଡିଗାର୍ଡ ହେବାକୁ ହେଲେ , ସମସ୍ତଙ୍କର ୬ ଫୁଟ ନିହାତି ହେବା ଆବଶ୍ୟକ । ମାତ୍ର ସେମାନେ ବସରେ ନଆସି କାରରେ ଆସିବାର ମଧ୍ୟ ଅନେକ କାରଣ ରହିଛି । ପ୍ରେସିଡେଣ୍ଟ ସବୁବେଳେ ଦେଶଦ୍ରୋହୀ ମାନଙ୍କ ଟାର୍ଗେଟରେ ରହିଥାନ୍ତି । ତେଣୁ ସେମାନଙ୍କ କବଳରୁ ଏହି କମାଣ୍ଡର ମାନେ ହିଁ ତାଙ୍କୁ ସୁରକ୍ଷା ଦେଇଥାନ୍ତି ।

ଏକାଭଳି ଆସୁଥିବା ଗାଡ଼ିର କାରଣ ହେଉଛି ଯେ ରାଷ୍ଟ୍ରପତି କେଉଁ ଗାଡ଼ିରେ ଅଛନ୍ତି ତାହା ଅଟାକ କରିବାକୁ ଆସିଥିବା ଲୋକ ଜାଣିପାରେ ନାହିଁ ଯେ ରାଷ୍ଟ୍ରପତି କେଉଁ ଗାଡ଼ିରେ ଅଛନ୍ତି । ତେଣୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ , ସମସ୍ତଙ୍କ କାରକେଡ ସମାନ ଢ଼ଙ୍ଗରେ ରହିଥାଏ । ରାସ୍ତାରେ ଯିବା ସମୟରେ ଏହିସବୁ କାର ପୁରା କ୍ଷିପ୍ର ଗତିରେ ଯାଇଥାନ୍ତି । ରାଷ୍ଟ୍ରପତିଙ୍କୁ କେଉଁଠାରେ ବି ଅଟକିବାକୁ ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *