ଫାଇନ୍ସରୁ ମୋବାଇଲ ଆଣିଲା ସ୍ୱାମୀ, ସ୍ତ୍ରୀ ହାରିଦେଲା ଜୀବନ…

ସ୍ତ୍ରୀଙ୍କର ଦରକାର ଥିଲା ମୋବାଇଲ ଫୋନ। ସ୍ୱାମୀଙ୍କୁ କହିଥିଲେ ଏକ ନୂଆ ମୋବାଇଲ ଫୋନ ଆଣିବାକୁ। ନୂଆ ନୂଆ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେଥିପାଇଁ ସ୍ୱାମୀ ମନା କରି ନଥିଲେ ସ୍ତ୍ରୀଙ୍କୁ। ସ୍ୱାମୀ ଙ୍କ ପାଖରେ ଟଙ୍କା ନଥାଇ ସୁଦ୍ଧା ସ୍ୱାମୀ ସ୍ତ୍ରୀଙ୍କ ମନ ରଖିବାକୁ ଫାଇନ୍ସରେ ମୋବାଇଲ ଫୋନ ଆଣି ସ୍ତ୍ରୀଙ୍କୁ ଗିଫ୍ଟ ଦେଇ ଖୁସି କରାଇଥିଲେ କହିଥିଲେ ନିଅ ଏଇ ତୁମ ମୋବାଇଲ ଫୋନ ଏହି ମୋବାଇଲ ଫୋନ ମୋ ତରଫରୁ ତୁମକୁ ଗିଫ୍ଟ। ତା ପରେ ନୂଆ ନୂଆ ବିବାହ କରିଥିବା ସ୍ତ୍ରୀ ସ୍ୱାମୀଙ୍କ ଗିଫ୍ଟ ଦେଖି ଖୁସି ମଧ୍ୟ ହୋଇଯାଇଥିଲେ। ଯେହେତୁ ବାହାଘରର ପ୍ରଥମ ବର୍ଷରେ ସ୍ୱାମୀ ସ୍ତ୍ରୀଙ୍କ ମନ ପସନ୍ଦର ମୋବାଇଲ ଫୋନ କିଣି ଆଣିଥିଲେ ସେଥିପାଇଁ ସ୍ତ୍ରୀଙ୍କ ପାଦ ମାଟିରେ ଲାଗୁନଥିଲା।

ନୂଆ ମୋବାଇଲରେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଖୁବ ଫଟୋ ଉଠାଇଲେ। ଆଉ ସ୍ତ୍ରୀ କହିଲେ ଧନ ତୁମେ ହିଁ ତମେ ହିଁ ଦୁନିଆର ସବୁଠାରୁ ବେଷ୍ଟ ସ୍ୱାମୀ। ତୁମେ ମୋ ଖୁସି ପାଇଁ ମୋ ପାଟିରୁ କଥା ସରି ନାହିଁ ହେଲେ ମୋବାଇଲ ଫୋନ ଆଣି ମୋ ହାତରେ ଧରେଇ ଦେଲ। ଭଗବାନ ଏମିତି ସ୍ୱାମୀ ସମସ୍ତଙ୍କୁ ଦିଅନ୍ତୁ। ତୁମକୁ ମୋ ଜୀବନର ସାଥି ଭାବେ ପାଇ ବାସ୍ତବରେ ନିଜକୁ ଗର୍ବ ଅନୁଭବ କରୁଛି।

ଆଉ ଭଗବାନଙ୍କୁ ଧନ୍ୟବାଦ ଦେଉଛି ମତେ ତୁମ ପରି ଏକ ସୁନ୍ଦର ଜୀବନ ସାଥିଟିଏ ଦେଇଛନ୍ତି। ଏମିତି କହି ସ୍ତ୍ରୀ ପ୍ରତ୍ୟକ ଦିନ ସ୍ୱାମୀଙ୍କୁ ପ୍ରସଂଶା କରୁଥିଲେ। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ବେଶ ହସ ଖୁସିରେ ଚାଲିଥିଲା। ଦୁହେଁ ନୂଆ ନୂଆ ବିବାହ ବନ୍ଧନରେ ଆବଦ୍ଧ ହୋଇ ଥିବାରୁ ଦୁହିଁଙ୍କ ମଧ୍ୟରେ ଥିଲା ଅନାବିଳ ଭଲ ପାଇବା।

ହେଲେ ସ୍ତ୍ରୀ କିନ୍ତୁ ଜାଣି ନଥିଲେ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଯେଉଁ ଫୋନ ଆଣି ସ୍ତ୍ରୀଙ୍କୁ ଗିଫ୍ଟ ଦେଇଛନ୍ତି ତାହା ଫାଇନ୍ସରୁ ଆସିଛି ବୋଲି। ଯେହେତୁ ସ୍ୱାମୀଙ୍କ ପାଖରେ ଏକା ଥରକେ ଏତେ ଟଙ୍କା ନଥିଲା ତେଣୁ ସ୍ତ୍ରୀକୁ ବି ଫୋନ ନ ଦେବା ପାଇଁ ମନା କରି ପାରିନଥିଲେ ସ୍ୱାମୀ। ଆଉ କଣ କରିବେ ଭାବି ଶେଷରେ ଫାଇନ୍ସରୁ ଏକ ମୋବାଇଲ ଆଣି ସ୍ତ୍ରୀଙ୍କୁ ଦେଇଥିଲେ। ସବୁକିଛି ଠିକ ଠାକ ଚାଲିଥିଲା। ସ୍ତ୍ରୀଙ୍କୁ ଏକଥା ଲୁଚାଇ ରଖି ସ୍ୱାମୀ ମଧ୍ୟ ମୋବାଇଲର ସବୁ ଟଙ୍କା ସୁଝି ଚାଲିଥିଲେ।

ହେଲେ ଘଟଣା ସେତେବେଳେ ସାମ୍ମାକୁ ଆସିଲା ଯେତେବେଳେ ଫାଇନ୍ସ ଏଜେଣ୍ଟ ଶେଷ ଦସ୍ତଖତ ପାଇଁ ପହଞ୍ଚିଥିଲା ଘରେ। ଆଉ ଘରେ ସ୍ୱାମୀ ନଥିବା ବେଳେ ସ୍ତ୍ରୀ ଜଣଙ୍କ ସବୁ କଥା ଜାଣି ପାରିଥିଲେ। ଆଉ ସ୍ତ୍ରୀ ଜାଣି ନେଇଥିଲେ କି ତାଙ୍କୁ ତାଙ୍କ ସ୍ୱାମୀ ଯେଉଁ ମୋବାଇଲ ଗିଫ୍ଟ କରିଛନ୍ତି ତାହା ଫାଇନ୍ସରେ କିଣା ଯାଇଛି ବୋଲି ହେଲେ ସେ ଦିନ ସବୁ କିଛି ସ୍ତ୍ରୀ ଜାଣି ନେଇଥିଲେ।

ଆଉ ତା ପରେ ଯେତେବେଳେ ସ୍ୱାମୀ ଘରକୁ ଫେରିଥିଲେ ସେତେବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିଲା ଝଗଡା। ସ୍ତ୍ରୀ ଅଭିଯୋଗ କରିଥିଲେ ତୁମେ ମତେ ନ ଜଣାଇ କଣ ପାଇଁ ଫାଇନସରୁ ମୋବାଇଲ କିଣି ଆଣିଲ। ଏହା ପରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଯେଉଁ ସାମାନ୍ୟ ଯୁକ୍ତି ହୋଇଥିଲା ସେଥିରେ ଅଭିମାନି ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ବିଷ ପିଇଦେଇଥିଲେ। ଆଉ ତା ପରେ ସ୍ତ୍ରୀ ଜଣଙ୍କ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସ୍ତ୍ରୀଙ୍କ ଏପରି ଅବସ୍ଥା ଦେଖି ସ୍ୱାମୀ ସ୍ୱାମୀ ମଧ୍ୟ ବେହୋଶ ହୋଇ ପଡ଼ିଥିଲେ।

ତେବେ ଡାକ୍ତର ଖାନାରେ ଡାକ୍ତର ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସାମାନ୍ୟ ମିଛ ଛୋଟ ଛୋଟ କଳିଜେ ଏମିତି କାହାର ଜୀବନ ନେଇ ପାରେ ତାହା କେହି ଜାଣି ନଥିଲେ। ସେପଟେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ଗ୍ରାମରେ ଖେଳି ଯାଇଛି ଶୋକର ଛାୟା।

Leave a Reply

Your email address will not be published. Required fields are marked *