ଚାରି ଆଡ଼େ ଖୁସିର ମାହୋଲ ଥିଲା। ଗଣେଶଙ୍କୁ ବିଦାୟ ଦେବାକୁ ଗାଁ ସାରା ଲୋକେ ଏକାଠି ହୋଇଥିଲେ। ଆସିଥିଲା ଡିଜେ ସାଉଣ୍ଡ। ଆରମ୍ଭ ହେଲା ଭାଷାଣି କାର୍ଯ୍ୟ। ଡିଜେ ବାଜିବ ଆଉ ପିଲା ଡ୍ୟାନ୍ସ କରିବେ,ଡିଜେର ତାଳେ ତାଳେ ଝୁମିବେ ସମସ୍ତେ ଗାଁ ଭିତରେ ଏକ ଦମ ଖୁସି ଆଉ ଖୁସି ଚାଲିଥିଲା। ଡିଜେ ବି ଆସିଲା ସାଜ ସଜା ହେଲା ଗଣେଶଙ୍କ ବିଦାୟ ଦେବାକୁ ସମସ୍ତେ ଏକାଠି ହେଲେ।
ଡିଜେ ବାଜିଲା ଆଉ ଡିଜେର ତାଳେ ତାଳେ ପିଲା ନାଚିକି ସେ ଗାଁ ଦାଣ୍ଡ ଫଟାଇ ଦେଉଥିଲେ। ହେଲେ ହଟାତ ଖୁସିରେ ପାଣି ମିଶିଲା ପରି ଚାରିଆଡେ ଅନ୍ଧକାର ଖେଳି ଗଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଭିଲା। କେହି କିଛି ବୁଝିବା ପୂର୍ବରୁ କଣ ଘଟୁଛି କେହି ଜାଣି ପାରିଲେ ନାହିଁ। ଆଉ ତା ପରେ ଯାହା ସାମ୍ନାକୁ ଆସିଲା ସେ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା।
ହସ ଖୁସିର ସମୟରେ ଗାଁରେ ଖେଳି ଗଲା ଦୁଃଖର ଲହଡି । ବୃଦ୍ଧ ଠୁ ସାନ ସମସ୍ତଙ୍କ ଆଖିରେ ଲୁହ। ଡିଜେ ତାର ଲାଗି ଗୁରୁତର ହୋଇଗଲେ ତିନି ପିଲା ଆଉ ଘଟଣା ସ୍ଥଳରେ ଜଣେ ଆଖି ବୁଝିଦେଇଥିବା ବେଳେ ଆଉ ଦୁହେଁ ଗୁରୁତର ହୋଇଯାଇଥିଲେ। ହେଲେ ଏମିତି କାହିଁକି ହେଲା ତାହା କେହି ହେଲେ ମଧ୍ୟ ବୁଝି ପାରୁନଥିଲେ। ସେମାନେ ତ ଖୁସିରେ ମସଗୁଲ ଥିଲେ କିଏ ଜାଣିଥିଲା ଡିଜେ ସାଉଣ୍ଡ ଗାଡି ଭିତରେ ଯମ ଲୁଚି ରହିଛି। କିଏ ଜାଣିଥିଲା ଏମିତି ଏକ ଖୁସି ସମୟରେ ଡିଜେ ନେଇଯିବ କାହା ଜୀବନ ଆଉ କାହାକୁ କରିଦେବ ଅତି ଗୁରୁତର। ଘଟଣା ସଙ୍ଗେ ସଙ୍ଗେ ପବନ ବେଗରେ ପ୍ରସାର ହୋଇଗଲା। ଗାଁ ସାରା ଲୋକେ ପରିବାର ଲୋକେ ଓ ସାଙ୍ଗ ସାଥୀଙ୍କ କାନ୍ଦରେ ଫାଟି ପଡିଲା ପୁରା ଗାଁ ଦାଣ୍ଡ। ଡିଜେ ସାଉଣ୍ଡ ଠାରୁ ଅଧିକ ହୃଦୟକୁ ଥରାଇ ଦେଉଥିଲା ଲୋକଙ୍କ ବିକଳ କ୍ରନ୍ଦନ।
ଏ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରୁ। ଗଣେଶ ପୂଜା ସରିଲା। ଗଣେଶ ଭାଷାଣି କଥା ଚିନ୍ତାକଲେ ଗ୍ରାମର ଯୁବକ। ଡିଯେ ଆସିବ ଆଉ ଡିଜେର ତାଳେ ତାଳେ ଆମେ ନାଚିବା। ବହୁତ ମଜା ହେବ। ଗାଁ ଭିତରେ ଖୁସି ହିଁ ଖୁସି ଚାଲିଥିଲା। ଏହି ସମୟରେ ହଟାତ କିପରି ଏପରି ଘଟିଲା ତାହା କେହି ଜାଣି ପାରିଲେ ନାହିଁ। ଡିଜେ ସାଉଣ୍ଡ ତାର ଲାଗି ଚାଲିଗଲା ଏକ ନିରିହ ଜୀବନ ଆଉ ଦୁଇ ଜଣ ଘଟଣା ସ୍ଥଳରେ ଗୁରୁତର ହୋଇପଡିଲେ। ଗୁରୁତ୍ୱରଙ୍କୁ ଡେରି ନକରି ଡାକ୍ତରଖାନାକୁ ନେଇଗଲେ। ସେଠାରେ ଜଣଙ୍କ ଅବସ୍ଥା ବେଶ ସଙ୍କଟାପନ୍ନ ଥିବା ବେଳେ ଘଟଣା ସ୍ଥଳରେ ହିଁ ଜଣେ ଆଖି ବୁଝିଦେଇଥିଲେ।
ଵୋକାକୁଳ ପରିବେଶରେ ଫାଟି ପଡୁଥିବା ପରିବେଶରେ ସମସ୍ତେ ଅଭିମାନରେ ଗଣେଶ ମହାପ୍ରଭୁଙ୍କୁ କହୁଥିଲେ ପ୍ରଭୁ କାହିଁକି ଏମିତି କଲ ଖୁସୀ ଭିତରେ କାହିଁକି ଏମିତି ଦୁଃଖ ଦେଇ ଦେଲ। କି ଭୁଲ କରିଥିଲେ ସେହି ନିରିହ ପିଲାମାନେ କାହିଁକି ତାଙ୍କୁ ତାଙ୍କ ପରିବାର ପାଖରୁ ଛଡାଇ ନେଲ । ଯେଉଁ ଗାଁ ଖୁସିରେ ଫାଟି ପଡୁଥିଲା ସେହି ଗାଁରେ କାହିଁକି ଶୋକର ଛାୟା ଖେଳେଇ ଦେଲ।