ଯେଉଁଠି ସାପ ସେଇଠି ମଣିଷ। ଗୋଟିଏ ଘରେ ବାସ କରୁଛନ୍ତି ସାପ ଆଉ ମଣିଷ। ଦୁହେଁ ଦୁହିଁଙ୍କର ଶତ୍ରୁ ହୋଇଥିଲେ ବି ଜୀବନ ବିକଳରେ ଅନ୍ୟ ଉପାୟ ନଥିବାରୁ ସାପ ସହ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ବୃଦ୍ଧ ଜଣଙ୍କ। ଭଙ୍ଗା କୁଡ଼ିଆରେ ଜରି ପାଲ ଟାଣି ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧା ଜଣଙ୍କ ବସବାସ କରୁଛନ୍ତି। ନା ଅଛି ଜୀବନକୁ ଭୟ ନା ଅଛି ସାପକୁ ଡର ବୋଧେ ହୁଏ ବୃଦ୍ଧା ଜଣଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି ଏମିତି ଜୀବ ଜନ୍ତୁଙ୍କ ସହ ବଞ୍ଚିବା। ନହେଲେ ବୃଦ୍ଧାଙ୍କ ଘର ପିଢ଼ାରେ ସାପ ଥିବା ବେଳେ ଅନ୍ୟ କେଉଁବି ମଣିଷ ସେହିଠାରେ ଧର୍ଯ୍ୟ ଧରି ରହି ପାରିନଥାନ୍ତା। ହେଲେ ବୃଦ୍ଧାଙ୍କ ପାଖରେ ଯେହେତୁ କୌଣସି ଉପାୟ ନାହିଁ ତେଣୁ ବୃଦ୍ଧା ଜଣଙ୍କ ସାପ ସହ ବାସ କରୁଛନ୍ତି।
ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଳକ ରୁ । ଏହି ଝାଟି ମାଟିର ଜରି ପାଲ ଟଙ୍ଗା ଘରେ ସମୟ ଅତି ବାହିତ କରନ୍ତି ବୟସର ଅପରାହ୍ନରେ ପହଁଚିଥିବା ବୃଦ୍ଧା ପାତନ ମାଉସୀ। ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ବର୍ଷ ଧରି ଏହି କୁଡ଼ିଆରେ ଜୀବନ କାଟି ଆସୁଛନ୍ତି। ଦିନରେ ବି ଏହି ଘରକୁ ସାପ ଆସନ୍ତି ଆଉ ରାତି ହେଲେ ଏହି ଘରେ ଚନ୍ଦ୍ର ଦେବତା ରାଜ କରନ୍ତି। ମାଉସୀଙ୍କ ପାଖରେ ଆର୍ଥିକ ସମ୍ବଳ ନଥିବାରୁ ମାଉସିବି ଚୁପ ଚାପ ସେହି ଘରେ ପଡି ରହିଛନ୍ତି। କହିବେ କାହାକୁ ତାଙ୍କ କଥା ଶୁଣିବ ବା କିଏ ବୃଦ୍ଧା ପାତନ ମାଉସୀଙ୍କ ସ୍ୱାମୀ ନଥିବା ବେଳେ ଏ ବୟସରେ ବଡ଼ ବଡ଼ ବାବୁଙ୍କ ପାଖକୁ ଦୌଡ଼ିବାକୁ ବଳ ପାଉନି। ଆଉ ବାବୁମାନଙ୍କର କି ନେତା ମନ୍ତ୍ରୀ ମାନଙ୍କର ମାଉସୀଙ୍କ ଉପରେ ବି ଶୁଭ ଦୃଷ୍ଟି ପଡୁନି।
ଗଣମାଧ୍ୟମରେ ପାତନ ମାଉସୀଙ୍କ ଦୁଃଖ ଦେଖିଲା ପରେ ମାଉସୀଙ୍କ ପାଖକୁ ଧାଇଁ ଆସିଛନ୍ତି କିଛି ସମାଜସେବୀ ଆଉ ବୃଦ୍ଧାଙ୍କ ନିକଟରେ ପହଞ୍ଚି ବୃଦ୍ଧାଙ୍କ ଏପରି ଅବସ୍ଥା ଦେଖି ସେମାନେ ମୁଣ୍ଡରେ ହାତ ଦେଇଛନ୍ତି ସେମାନଙ୍କର ଗୋଟିଏ କଥା ସେ ଘରେ ଜଣେ ଦୁଇ ମିନିଟ ରହିବା କଷ୍ଟକର ହୋଇ ପଡିବ। କାରଣ ଘର ଭିତରେ ପୁରା ଅନ୍ଧାର ଥିବା ବେଳେ ସମାଜସେବୀ ଯୁବକ ମାନେ ଥିବା ସମୟରେ ବି ଘର ଭିତରୁ ବାହାରିଥିଲା ସାପ। ସେମାନେ ବୃଦ୍ଧାଙ୍କୁ ସାହାଯ୍ୟ କରିଥିଲେ ବି ବୃଦ୍ଧାଙ୍କ ସମସ୍ୟାକୁ ଦୂର କରିପାରିନଥିଲେ। ଆଉ କିଛି ସମୟ ପାଇଁ ସେମାନଙ୍କୁ ବିଚଳିତ କରିଥିଲା ବୃଦ୍ଧାଙ୍କ ଏପରି ପରିସ୍ଥିତି।
ତେବେ ସରକାର ଗରିବ ଅସହାୟଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ ଏହି ବୃଦ୍ଧା ପାତନ ମାଉସୀଙ୍କ ଦୁଃଖ ସରକାରଙ୍କ ନଜରରେ କେବେ ପଡିବ ତାହା ଦେଖିବାକୁ ବାକି ରହିଲା। କେବେ ବୃଦ୍ଧାଙ୍କ ସମସ୍ୟା ଦୂର ହେବ। କେବେ ବୃଦ୍ଧା ଟିକିଏ ଶାନ୍ତିରେ ଜୀବନ ଅତିବାହିତ କରିବେ ତାହା ଦେଖିବାକୁ ବାକି ରହିଲା।