Omicron Variant Symptoms:- ଏହି ପ୍ରାରମ୍ଭିକ ଲକ୍ଷଣ କହିଥାଏ ଯେ ଆପଣଙ୍କୁ କରୋନାର ଓମିକ୍ରୋନ ଭ୍ୟାରିଏଣ୍ଟ ହେଇଛି ବୋଲି।

ବିଶ୍ୱ ଗତ ୨ ବର୍ଷ ଧରି କରୋନା ଭାଇରସ୍‌ର ବିଭିନ୍ନ ଭାରିଆଣ୍ଟ ସହିତ ଲଢ଼େଇ କରି ଆସୁଛି। ଏମିତି ପରିସ୍ଥିତିରେ ଏବେ ସମସ୍ତେ କରୋନା ଭାଇରସକୁ ନେଇ ଥକି ପଡ଼ିଲେଣି। ଲୋକମାନେ ଏହା ଚିନ୍ତା କରୁଛନ୍ତି ଯେ ଚୀନରୁ ବ୍ୟାପିଥିବା ଏହି ମହାମାରୀର ଅନ୍ତ କେବେ ହେବ ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି।

କରୋନାର ନୂଆ ଆଉ ଏକ ଭ୍ୟାରିଏଣ୍ଟରେ ଲୋକମାନେ ସଂକ୍ରମିତ ହେଉଥିବାର ମାମଲା ସାମ୍ନାକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ନୂଆ ଭ୍ୟାରିଆଣ୍ଟର ନାଁ ‘ଓମିକ୍ରୋନ୍‌’ ରଖାଯାଇଛି। ଏହି ଭ୍ୟାରିଆଣ୍ଟ ଦ୍ରୁତଗତିରେ ସଂକ୍ରମିତ କରୁଥିବା ‘ହୁ’ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି ଡେଲଟା ଭାରିଆଣ୍ଟ ଦ୍ବାରା ୩ ମାସରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରୋନ୍ ଦ୍ବାରା ମାତ୍ର ୧୫ ଦିନରେ ସଂକ୍ରମଣ ତୀବ୍ର ହେଉଛି। ଏହାକୁ ନେଇ ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱ ପାଇଁ ତୃତୀୟ ଲହର ସାଜିବ। ତେବେ ଆମ ଦେଶ ଭାରତରେ ଫେବ୍ରୁଆରୀ ମାସରେ ତୃତୀୟ ଲହର ଶୀର୍ଷ ଛୁଇଁବା ନେଇ ଅନେକ ବିଶେଷଜ୍ଞ ମତ ଦେଇଛନ୍ତି।

କରୋନା ଓମିକ୍ରୋନ ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏବଂ ଏହାର ଭିନ୍ନ ଭିନ୍ନ ଲକ୍ଷଣ ବିଶେଷଜ୍ଞଙ୍କ ଚିନ୍ତା ବୃଦ୍ଧି କରାଉଛି।

କାନ ଯନ୍ତ୍ରଣା:-

ଓମିକ୍ରୋନ ଭ୍ୟାରିଏଣ୍ଟ ରେ ସଂକ୍ରମିତ ହୋଇଥିବା ରୋଗୀ ଦେହରେ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି ତାହା ହେଉଛି କାନ ଯନ୍ତ୍ରଣା ହେବା। ଫ୍ଲୋରିଡାରେ ଏହିଭଳି ଅନେକ କେସ ସାମ୍ନାକୁ ଆସିଥିଲା ଯେଉଁଥିରେ କରୋନାରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମୁଖ୍ୟ ଲକ୍ଷଣ କାନ ଯନ୍ତ୍ରଣା ଥିଲା।

ଗଳା ଯନ୍ତ୍ରଣା ହେବ:-

ଓମିକ୍ରୋନ ଭ୍ୟାରିଏଣ୍ଟର ଆଉ ଏକ ପ୍ରାରମ୍ଭିକ ଲକ୍ଷଣ ହେଉଛି ତଣ୍ଟିରେ ଯନ୍ତ୍ରଣା ଅନୁଭବ କରିବା। ଡାକ୍ତରଙ୍କ କହିବା ଅନୁସାରେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ଏହା କରୋନାରେ ପୀଡିତ ହୋଇଥିବା ରୋଗୀର ପ୍ରାରମ୍ଭିକ ଲକ୍ଷଣ ଅଟେ।

ନାକରୁ ପାଣି ବାହାରିବା:-

ଗବେଷକମାନେ କରୋନା ନୂଆ ଭ୍ୟାରିଏଣ୍ଟର ପ୍ରାରମ୍ଭିକ ଲକ୍ଷଣ ଉପରେ ଅନୁସନ୍ଧାନ କରୁଛନ୍ତି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଓମିକ୍ରୋନ ଭ୍ୟାରିଏଣ୍ଟର ଲକ୍ଷଣ କରୋନାର ମୂଳ ଷ୍ଟ୍ରେନ୍ ଠାରୁ ଭିନ୍ନ। ଏହାର ଲକ୍ଷଣ ମଧ୍ୟ ସାଧାରଣ ଥଣ୍ଡା ପରି ହୋଇପାରେ। ଅନେକ ରୋଗୀ ଥଣ୍ଡା ଏବଂ ଫ୍ଲୁ ରେ ମଧ୍ୟ ସଂକ୍ରମିତ ହୋଇଥାନ୍ତି।

କାଶ (Cough)

କଫ ଜମାଟ ହେବା କାରଣରୁ କାଶ ଲାଗି ରହିଥାଏ। ଏହି ଲକ୍ଷଣ ସବୁଠୁ ଅଧିକ ରିପୋର୍ଟ ଦାଖଲ କରାଯାଇଛି।

ଭୋକ ଗାୟବ ହୋଇଯିବ:-

ତେବେ ଓମିକ୍ରୋନ ଭ୍ୟାରିଏଣ୍ଟରେ ଜଣେ ଆକ୍ରାନ୍ତ କି ନାହିଁ ସେ ଏହି ବିଷୟରେ ସେତେବେଳେ ଜାଣିପାରିବ ଯେତେବେଳେ ତା’ର ଭୋକ କମି ଯିବ। ଯଦି ଜର ଥଣ୍ଡା ଆସୁଛି, କାସ ହେଉଛି, ଓ ଭୋକ ପୁରା ଗାୟବ ହୋଇ ଯାଉଛି। କେବଳ ସେତିକି ନୁହେଁ ଅନେକ ସମୟରେ ଉପରୋକ୍ତ ଲକ୍ଷଣ ମଧ୍ୟ ଓମିକ୍ରୋନ ଭ୍ୟାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ଠାରେ ଦେଖିବାକୁ ମିଳେ ନାହିଁ। କରୋନାର ପୂର୍ବ ଲକ୍ଷଣରେ ସୁଙ୍ଘିବା ଶକ୍ତି ଓ ସ୍ଵାଦ ବାରିବା ଚାଲି ଯାଉଥିଲା। ହେଲେ ଓମିକ୍ରନ ମାମଲାରେ ଏହିଭଳି କିଛି ବି ନଜର ଆସୁ ନାହିଁ। ଯଦି ଆପଣଙ୍କୁ ଏହି ସବୁ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *