ଏମିତି ଇଞ୍ଜିନିୟର ଙ୍କୁ ଦୂର ରୁ ନମସ୍କାର, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପାଞ୍ଚଟି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ମଜାଦାର ଭିଡ଼ିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏପରି କିଛି ଇଞ୍ଜିନିୟର ମାନଙ୍କ କାମ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଚିନ୍ତାରେ ପଡିଯିବେ। ଏହି କାମ ଗୁଡିକୁ ଏପରି କିପରି କରି ପାରିଲେ ତାହାକୁ ନେଇ ପ୍ରଶ୍ନ ଉଠେଇବାକୁ ଲାଗିବେ। ତେବେ ଆସନ୍ତୁ ଏହି ବିଷୟରେ ଅଧିକା ଜାଣିବା।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପ୍ରଥମ ଦୃଶ୍ୟ ହେଉଛି ଇଲେକଟ୍ରି ଖୁଣ୍ଟିର। ତେବେ ଆପଣ ମାନେ ଜାଣିଛନ୍ତି ଯେ ଇଲେକ୍ଟ୍ରିକ୍ ଖୁଣ୍ଟି ମାଧ୍ୟମରେ ଗାଁ ଗାଁ କୁ ବିଜୁଳି ପହଞ୍ଚାଇ ଯାଇଥାଏ। ତେବେ ଏହା ଅଧିକ ବିପଦ ଜନକ ମଧ୍ୟ ହୋଇଥାଏ। ତେଣୁ ରାସ୍ତା କଡରେ ଏହାକୁ ପୋତା ଯାଇଥାଏ। କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋରେ ଆପଣ ଦେଖିବାକୁ ପାଇବେ ଯେ ରେଳ ଲାଇନ ମଝିରେ ଏକ ଇଲେକ୍ଟ୍ରିକ ଖୁଣ୍ଟି ରହିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏହି ଦୃଶ୍ୟ। ରେଳ ଲାଇନ ବିଛାଇଥିବା ଓ ଖୁଣ୍ଟି ପୋତି ଥିବା ଇଞ୍ଜିନିୟର ମଧ୍ୟରୁ ଜଣକୁ ବଡ ପୁରଷ୍କାର ଦେବା ଉଚିତ।

ତେବେ ଆପଣ ମାନେ ଜାଣିଛନ୍ତି ଯେ ପିଲା ମାନେ ଖସଡ଼ାରେ ଖେଳିବା ପାଇଁ ଭଲ ପାଆନ୍ତି। ତେଣୁ ସୁରକ୍ଷିତ ସ୍ଥାନରେ ଏହା ସର୍ବଦା ନିର୍ମାଣ କରିବା ଉଚିତ। କିନ୍ତୁ ସୋସିଆଲ ମିଡ଼ିଆରେ ଏପରି ଏକ ମିସ୍ତ୍ରୀଙ୍କ କାମ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ସେହି ମିସ୍ତ୍ରୀ ଙ୍କୁ ଦୂରରୁ ନମସ୍କାର କରିବେ। ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ ଯେ ଛାତ ଉପରେ ପିଲା ମାନଙ୍କ ପାଇଁ ଏକ ଖସଡ଼ା ନିର୍ମାଣ କରାଯାଇଛି। ପ୍ରଥମତଃ ଏହା ବିପଦ ଜନକ ସ୍ଥାନରେ ନିର୍ମାଣ କରାଯାଇଛି। ଦ୍ଵିତୀୟ ରେ ଏଥିରେ ଯେଉଁ ପିଲା ଖସିବ ସେ ସିଧା ତଳେ ଯାଇ ପଡିବ।

କଣ ଆପଣ କେବେ ଶୌଚାଳୟ ସ୍ଥାନରେ ମାଛ ରାହୁଥିବାର ଦେଖିଛନ୍ତି ? ଯଦି ଦେଖି ନାହାଁନ୍ତି ତେବେ ସୋସିଆଲ ମିଡ଼ିଆରେ ଏହିଭଳି ଏକ ଦୃଶ୍ୟ ଭାଇରାଲ ହେଉଛି। ତେବେ ଏହାକୁ ଦେଖିଲେ ଏପରି ଲାଗୁଛି ଶୌଚାଳୟ ମଣିଷମାନଙ୍କ ପାଇଁ ନୁହେଁ ମାଛ ମାନଙ୍କ ପାଇଁ ତିଆରି କରାଯାଇଛି। ମିସ୍ତ୍ରୀ ଜଣକ ଏହି ପାଇପକୁ କାହା ସହିତ ଯୋଡି ଦେଇଛି କି ଓଲଟା ପାଣି ଯିବା ରାସ୍ତାରେ ପାଣି ଉପରକୁ ଉଠି ଆସୁଛି ସେଥିରେ ପୁଣି ମାଛ ବି ଆସୁଛନ୍ତି।

ଟ୍ରାନ୍ସଫର୍ମର ଲାଗିଥିବା ବିଦ୍ୟୁତ ଖୁଣ୍ଟି ବିପଦ ଜନକ ହୋଇଥାଏ। ତେଣୁ ଏହି ଖୁଣ୍ଟିକୁ ଜନ ବସତି ସ୍ଥାନରୁ ଦୂରରେ ରଖା ଯାଇଥାଏ। ହେଲେ ସୋସିଆଲ ମିଡ଼ିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାହା ହେଉଛି ଘର ଭିତର ଦେଇକି ଏକ ଟ୍ରାନ୍ସଫର୍ମର ଲାଗିଛି। ଯାହାକି ବିପଦପୂର୍ଣ୍ଣ ଅଟେ।

ଆପଣ ମାନେ ଦେଖିଥିବେ ରାସ୍ତାର ଦୁଇ କଡରେ ଧଳା ରଙ୍ଗର ଲାଇନ ଟଣା ହୋଇଥାଏ। ତାହା ଏହା ସୂଚାଇ ଥାଏ ଯେ କଡ଼କୁ ଯିବା ବିପଦ ଅଟେ। ହେଲେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହା ସହ ଜଡିତ ଏକ ଫୋଟ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ କହିବେ ଯେ ଇଞ୍ଜିନିୟର ଜଣକ ଅଳସୁଆ ନିଶ୍ଚିତ ଥିଲେ। ଏହାର ଅର୍ଥାତ ରାସ୍ତାରେ ଥିବା ଏହି ଖଜୁରୀ ଗଛର ଡାଳକୁ ଘୁଞ୍ଚାଇ ପାରିଲା ନାହିଁ ଓ ନିଜର ମହାନ କାର୍ଯ୍ୟର ନମୁନା ଦେଇ ଚାଲି ଗଲେ।

Leave a Reply

Your email address will not be published. Required fields are marked *